ଦେଶ- ବିଦେଶ
ହଠାତ୍ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ ରଜନୀକାନ୍ତ

ମୁମ୍ବାଇ: ହଠାତ୍ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ସୁପରଷ୍ଟାର ରଜନୀକାନ୍ତଙ୍କୁ ଚେନ୍ନାଇର ଗ୍ରିମସ୍ ରୋଡରେ ଥିବା ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚେନ୍ନାଇ ପୁଲିସ କହିଛି ଯେ ରଜନୀକାନ୍ତଙ୍କ ପେଟରେ ଯନ୍ତ୍ରଣା ହେବାରୁ ସୋମବାର ରାତିରେ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା।ଚିକିତ୍ସା ପରେ ୭୩ବର୍ଷୀୟ ଅଭିନେତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।




