ଦେଶ- ବିଦେଶ

ଏହି ଗଛ ଲଗାନ୍ତୁ ଘରେ । ଏକ ମାସ ଭିତରେ ହୋଇଯିବେ କୋଟିପତି ।

ସଦାବିହାରୀ ଏକ ଏମିତି ଫୁଲ ଗଛ ଯାହା ପ୍ରାୟତଃ ସବୁ ସ୍ଥାନରେ ମିଳିଯାଏ । ବିନା ଅଧିକ ଯତ୍ନରେ ଏହା ବଢ଼ିଥାଏ । ଏହାର ଫୁଲ ଭିନ୍ନ ଭିନ୍ନ ରଙ୍ଗର ଏବଂ ବେଶ ସୁନ୍ଦର ଭାବରେ ଉପଲବ୍ଧ ହୋଇଥାଏ । କିନ୍ତୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହି ସଦାବିହାରୀ ଗଛକୁ ନେଇ କରାଯାଉଥିବା ଖାସ ଉପାୟ ବିଷୟରେ କହିବୁ ଯାହା ଆପଣ ଜାଣିବା ନିହାତି ଜରୁରୀ ଅଟେ । ଏହି ଗଛ ଦ୍ୱାରା ଆପଣ ଜଣେ କୋଟିପତି ହୋଇପାରିବେ ଏବଂ ଆପଣଙ୍କ ଦୁର୍ଭାଗ୍ୟ ମଧ୍ୟ ବଦଳିଯିବ । ଯଦି ଆପଣ କୌଣସି ବ୍ୟବସାୟ କରୁଛନ୍ତି ଏବଂ ବାରମ୍ବାର ସେଥିରେ କ୍ଷତି ସହିବାକୁ ପଡ଼ୁଛି । ଅନେକ ସମୟରେ ମନୁଷ୍ୟ ଖୁବ ପରିଶ୍ରମ କରିବା ସତ୍ତ୍ୱେବି ସମସ୍ୟା ଦୂର ହୋଇ ନଥାଏ ଏବଂ ସଫଳତା ମିଳି ନଥାଏ ତେବେ ଏହି ଫୁଲ ଦ୍ୱାରା ସେହି ସମସ୍ୟାର ସମାଧାନ ହୋଇଯିବ ।

ଏହାବ୍ୟତୀତ ଯଦି କେହି ବ୍ୟକ୍ତି କରଜରେ ବୁଡ଼ି ରହିଛି ତେବେ ଆପଣ ଏହି ସଦାବିହାରୀ ଫୁଲକୁ ଭଗବାନଙ୍କୁ ଅର୍ପଣ କରି ଦିଅନ୍ତୁ । ଯଦି ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ରହିଛି ତେବେ ଏହି ସଦାବିହାରୀ ଗଛକୁ ଘରକୁ ନେଇ ଆସନ୍ତୁ ଏବଂ ଘରେ ଲଗାନ୍ତୁ । ଏହି ଗଛକୁ ଘରେ ଲଗାଇଲେ ଧନ ଆକର୍ଷିତ ହୋଇ ଆସିବ । କହିବାକୁ ଗଲେ ସବୁ ଗଛର ଭିନ୍ନ ଭିନ୍ନ ଚମତ୍କାରୀ ଗୁଣ ରହିଛି ଏବଂ ସେହି ସବୁ ଗଛର କିଛି ଖାସ ପ୍ରୟୋଗ କଲେ ଖାସ ଲାଭ ମଧ୍ୟ ପ୍ରାପ୍ତ ହୋଇଥାଏ । ସେହିପରି ସଦାବିହାରୀ ଫୁଲ ସବୁଦିନ ପାଇଁ ଆପଣଙ୍କ ଭାଗ୍ୟ ଚମକାଇ ପାରିବ । ଏହି ଫୁଲ ଦୁଇ ପ୍ରକାରର ଯଥା ଧଳା ଏବଂ ଗୋଲାପୀ ଏବଂ ଉଭୟ ମାତା ଲକ୍ଷ୍ମୀଙ୍କୁ ଭାରି ପ୍ରିୟ ।

ସେହିଭଳି ଧଳା ସଦାବିହାରୀକୁ ମାହାଦେବଙ୍କୁ ଅର୍ପିତ କଲେ ମହାଦେବ ଖୁବ ପ୍ରସନ୍ନ ହୁଅନ୍ତି । ଏହି ଫୁଲକୁ ଭଗବାନଙ୍କୁ ଅର୍ପିତ କରି ନିଜର ମନସ୍କାମନା କହିଦେଲେ ଭଗବାନ ନିଶ୍ଚିତ ପ୍ରସନ୍ନ ହୁଅନ୍ତି । ଏହି ଖାସ ଉପାୟ ଅନୁଯାୟୀ କୌଣସି ଶୁକ୍ରବାର ଦିନ ସନ୍ଧ୍ୟା ପୂର୍ବରୁ ୨୧ ଟି କିମ୍ବା ୨୭ ଟି ସଦାବିହାରୀ ଫୁଲ ଘରକୁ ଆଣି ପୂଜା ଘରେ ରଖି ଦିଅନ୍ତୁ । ଏକ ଦୀପ ଜାଳିବା ପରେ ନାଲି କପଡ଼ା ବିଛାଇ ତାହା ଉପରେ ନାଲି ମୌଲି ସୂତାରେ ଏହି ଫୁଲର ମାଳ ବନାନ୍ତୁ । ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରିବା ସହିତ ମହାଲକ୍ଷ୍ମୀ ଚାଳିଶା ପାଠ କରନ୍ତୁ । ଏହାପରେ ନାଲି କପଡ଼ାରେ ସ୍ୱସ୍ତିରଖି ସେଥିରେ ମହାଲକ୍ଷ୍ମୀ ଲେଖି ଦିଅନ୍ତୁ । ଯଦି ଆପଣ ୨୧ ଫୁଲ ଥିବା ମାଳା ଦ୍ୱାରା କରୁଛନ୍ତି ତେବେ ପାଞ୍ଚଟି ଶୁକ୍ରବାର ଏବଂ ୨୭ ଟି ଫୁଲ ଥିବା ମାଳା ଅର୍ପିତ କରୁଥିବା ବେଳେ ଚାରୋଟି ଶୁକ୍ରବାର କରି ଦିଅନ୍ତୁ ।

ଯଦି ଆପଣଙ୍କ ଜୀବନରେ କୌଣସି ପ୍ରକାରର ମନସ୍କାମନା ରହିଛି ଏବଂ ତାହା ପୂରଣ ହୋଇପାରୁ ନାହିଁ ତେବେ ଗୋଲାପୀ ରଙ୍ଗର ନଅଟି ସଦାବିହାରୀ ଫୁଲ ଏବଂ ଗୋଟିଏ ତମ୍ବାର ପାତ୍ର ନିଅନ୍ତୁ । ସୋମବାର ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ କରି ତମ୍ବା ପାତ୍ରରେ ପାଣି ନେଇ ନଅଟି ଫୁଲକୁ ପକାଇ ଦିଅନ୍ତୁ । ତାପରେ ଶିବମନ୍ଦିରକୁ ଯାଇ ୧୦୮ ଥର ଓଁ ନମଃ ଶିବାୟ ଜପ କରି ସେହି ଜଳକୁ ଶିବଲିଙ୍ଗରେ ଅର୍ପିତ କରି ଦିଅନ୍ତୁ । ଏହି ଉପାୟ ଦ୍ୱାରା ଆପଣଙ୍କର କୌଣସି ପ୍ରକାରର ମନସ୍କାମନା ତାହା ପୂରଣ ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button