ରାଜ୍ୟ

ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

ଦ୍ରକ/ଧାମନଗର : ସାମାଜିକ ଗଣମାଧ୍ୟମରେ ଏକ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ଗଣ୍ଡଗୋଳର ପରବର୍ତ୍ତୀ ସ୍ଥିତି ନିୟନ୍ତ୍ରଣାଧୀନ ରହିବା ସତ୍ତ୍ବେ କଟକଣା ହଟିନି। ଭଦ୍ରକ ସହରର ପୁରୁଣା ବଜାର ଥାନା ସମେତ ଧାମନଗର ଏବଂ ଦୋବଲ ଅଞ୍ଚଳରେ ୧୬୩ ଧାରା ବଳବତ୍ତର ରହିଛି। ଜିଲାରେ ଇଣ୍ଟରନେଟ ସେବା ଆଉ ୪୮ ଘଣ୍ଟା ବନ୍ଦ ରହିବ ବୋଲି କୁହାଯାଇଛି।

ଶୁକ୍ରବାର ଅପରାହ୍ଣରେ ସଂଗଠିତ ଗଣ୍ଡଗୋଳ ପରଠାରୁ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜି ନାହିଁ। ଏହା ପ୍ରଶାସନକୁ ଆଶ୍ବସ୍ତ କରିଥିଲେ ବି କୌଣସି ପ୍ରକାର ଗୁଜବକୁ ବିଶ୍ବାସ ନ କରିବା ପାଇଁ ପ୍ରଶାସନ ସମସ୍ତଙ୍କୁ ନିବେଦନ କରିଛି। ଶନିବାର ସୁଦ୍ଧା ବିବାଦୀୟ ପୋଷ୍ଟ କରିଥିବା ଯୁବକଙ୍କ ସମେତ ଅନ୍ୟ ୭ ଜଣ ଗଣ୍ଡଗୋଳକାରୀଙ୍କୁ ପୁରୁଣା ବଜାର ପୁଲିସ ଗିରଫ କରିଥିଲା। ରବିବାର ସ୍ଥିତି ଅନୁଧ୍ୟାନ ପାଇଁ ପୁଲିସ ଆଇଜି ଡ.

ସତ୍ୟଜିତ ନାୟକ, ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଡୁପାଲୀ ଏବଂ ଜିଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଧାମନଗର ଓ ଦୋବଲର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ବୁଲିଛନ୍ତି। ତେବେ ଯେଉଁମାନେ ଥାନା ଘେରାଉ, ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଆଇଜି ସୂଚନା ଦେଇଛନ୍ତି। ପୁଲିସ ଏ ସଂକ୍ରାନ୍ତରେ ଧାମନଗର ଅଞ୍ଚଳରୁ ଆଉ ୭ ଜଣଙ୍କୁ ଗିରଫ କରିଛି। ଗିରଫ ସଂଖ୍ୟା ବଢ଼ିପାରେ ବୋଲି ମଧ୍ୟ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button