ଦେଶ- ବିଦେଶ

ନୋଟ୍‌ରେ ଗାନ୍ଧୀଜୀଙ୍କ ବଦଳରେ ଅନୁପମ ଖେରଙ୍କ ଫଟୋ, ଅଭିନେତା ଚକିତ

ମାଜ ଡିଜିଟାଲ ଡେସ୍କ: ଠକେଇର ନୂଆ ନୂଆ ଉପାୟ ସାମ୍ନାକୁ ଆସୁଛି। ନିକଟରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଠକ ଜଣେ ବ୍ୟବସାୟୀଙ୍କୁ କୋଟି କୋଟି ଟଙ୍କାର ଚୁନ ଲଗାଇଛନ୍ତି। ଠକ ଜଣକ ବ୍ୟବସାୟୀଙ୍କୁ ବିଡ଼ା ବିଡ଼ା ନକଲି ନୋଟ୍‌ ଦେଇଛି, ଯେଉଁଥିରେ ମହାତ୍ମା ଗାନ୍ଧୀ ନୁହେଁ, ବରଂ ଅଭିନେତା ଅନୁପମ ଖେରଙ୍କ ଫଟୋ ଛପା ଯାଇଥିଲା।

ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଘଟଣାକୁ ନେଇ ନିଜେ ଅନୁପମ ଖେର ମଧ୍ୟ ଏକ ପୋଷ୍ଟ ଶେୟାର କରି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଖବର ସାମ୍ନାକୁ ଆସିବା ପରେ ଅନୁପମ ଖେର ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ”ପାଞ୍ଚ ଶହ ଟଙ୍କିଆ ନୋଟରେ ଗାନ୍ଧୀଜୀଙ୍କ ଫଟୋ ଜାଗାରେ ମୋ ଫଟୋ ???? କିଛି ବି ହୋଇପାରେ”!

ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନେକ ଲୋକ ଏଥିରେ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ କିଛି ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button