ଦେଶ- ବିଦେଶ

ନାମର ପ୍ରଥମ ଅକ୍ଷର ” A ” letter ଥିବା ଲୋକେ ନିଶ୍ଚିତ ଏହାକୁ ଥରେ ପଢନ୍ତୁ -ଜାଣନ୍ତୁ ରହସ୍ୟମୟ କଥା

ବନ୍ଧୁଗଣ ସମସ୍ତଙ୍କ ଜୀବନରେ ପ୍ରାୟତଃ ତାଙ୍କର ନାମର ମହତ୍ତ୍ୱ ଅଧିକ ରହିଥାଏ। ପ୍ରତ୍ୟକ ବ୍ୟକ୍ତିଙ୍କ ନାମର ଅକ୍ଷର ତାଙ୍କ ଜୀବନରେ ବହୁତ ପ୍ରଭାବ ପକାଇ ଥାଏ। ନାମର ପ୍ରଥମ ଅକ୍ଷରରୁ ହିଁ ବ୍ୟକ୍ତିର ସ୍ୱଭାବ ବିଷୟରେ ବହୁତ କିଛି ଜାଣିହୁଏ। ସେଥିପାଇଁ ପିତା ଭାବି ଚିନ୍ତି ନିଜ ସନ୍ତାନର ନାମକରଣ କରିଥାନ୍ତି। ଆଜି ଆମେ କଥା ହେବା ଇଂରାଜୀ ଅକ୍ଷର Aରୁ ଆରମ୍ଭ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ବିଷୟରେ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

ବନ୍ଧୁଗଣ ଯଦି କୌଣସି ପୁଅ କିମ୍ବା ଝିଅର ନାମର ପ୍ରଥମ ଅକ୍ଷର ଇଂରାଜୀ ଅକ୍ଷର A ରୁ ଆରମ୍ଭ ହୋଇଥାଏ ତ ଏହି ବ୍ୟକ୍ତିମାନେ ବହୁତ ଆଟ୍ରାକ୍ଟିଭ ହୋଇଥାନ୍ତି। ଆଉ ସର୍ବଦା ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥାନ୍ତି। ଏମାନଙ୍କର ଶରୀରର ଗଠନ ଏପରି ହୋଇଥାଏ ଯେ ଯେକୌଣସି ବ୍ୟକ୍ତି ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। ଏମାନେ ସର୍ବଦା ସୁନ୍ଦରତାକୁ ପସନ୍ଦ କରିଥାନ୍ତି ଏବଂ ନିଜେ ମଧ୍ୟ ଏହି ଶ୍ରେଣୀରେ ଆସନ୍ତି। ଏମାନେ ବହୁତ ହିଁ ସ୍ମାର୍ଟ ହୋଇଥାନ୍ତି। ଯେଉଁ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇଥାଏ ସେପରି ବ୍ୟକ୍ତି ବହୁତ ଭାବୁକ ଅଟନ୍ତି। ଏମାନଙ୍କର ଇଛା ଘର ପରିବାର ଏବଂ ଦୁନିଆରେ ସବୁ ଲୋକ ଭଲରେ ରୁହନ୍ତି। ଯଦି ଏମାନଙ୍କର କଥା କେହି ଶୁଣନ୍ତି ନାହିଁ ତେବେ ଏମାନଙ୍କୁ ଖରାପ ଲାଗିଥାଏ ଏବଂ ନିରାଶ ମଧ୍ୟ ହୋଇଯାନ୍ତି।

ପାଠ ପଢ଼ାକୁ ନେଇ ନିଜର ଭବିଷ୍ୟତକୁ ନେଇ ବହୁତ ସଚେତନ ହୋଇଥାନ୍ତି। ଏହି ଅକ୍ଷରର ବ୍ୟକ୍ତି ଯଦି କୌଣସି କାମ ଆରମ୍ଭ କରିଥାନ୍ତି ତାକୁ ଶେଷ ନକରିବା ଯାଏଁ ଶାନ୍ତିରେ ବସନ୍ତି ନାହିଁ ଅର୍ଥାତ ଏମାନେ ଯେଉଁ କାମ ଆରମ୍ଭ କରିଥାନ୍ତି ତାକୁ ଶେଷ କରିକି ହିଁ ଛାଡ଼ିଥାନ୍ତି। ଏମାନଙ୍କୁ ପ୍ରତ୍ୟକ ଜିନିଷ ଡେରିରେ ଏବଂ ଧୀରେ ଧୀରେ ମିଳିଥାଏ କିନ୍ତୁ ଏମାନଙ୍କୁ ଯଦି ସଫଳତା ମିଳେ ତେବେ ଏମାନେ ସଫଳତାର ଶୀର୍ଷରେ ପହଂଚି ଯାଆନ୍ତି। ଜୀବନରେ ବହୁତ ସଙ୍ଘର୍ଷ ହେଲେ ମଧ୍ୟ ଏମାନେ ନିଜ ଲକ୍ଷ ସ୍ଥଳରେ ପହଁଚି ଥାନ୍ତି।

ଏମାନଙ୍କର ଭଲ ପାଇବା ସ୍ୱଭାବ କିପରି ହୋଇଥାଏ। Aଅକ୍ଷର ଥିବା ବ୍ୟକ୍ତି ବିଶେଷ ମାନେ ପ୍ରେମକୁ ବହୁତ ଗୁରୁତ୍ୱ ଦେଇଥାନ୍ତି ହେଲେ ଏମାନେ ସେତେ ରୋମାଣ୍ଟିକ ନୁହଁନ୍ତି। ପ୍ରେମ ସମ୍ପର୍କରେ ଏମାନେ ବହୁତ ଲକି ହୋଇଥାନ୍ତି। ଏମାନେ ଯେତିକି ଚାହିଁଥାନ୍ତି ତାଠାରୁ ଅଧିକ ପାଇଥାନ୍ତି। ପ୍ରେମ ଆଉ ଏମାନଙ୍କର ସମ୍ପର୍କ ଟିକେ କମ ହୋଇଥାଏ ହେଲେ ଏମାନେ ସମ୍ପର୍କକୁ ବହୁତ ଗୁରୁତ୍ୱ ଦେଇଥାନ୍ତି। ଯେଉଁ ସମ୍ପର୍କରେ ଥରେ ଯୋଡି ହୋଇଯାନ୍ତି ସେ ଚେଷ୍ଟା କରନ୍ତି ସାରା ଜୀବନ ସେହି ସମ୍ପର୍କକୁ ବଜାୟ ରଖିବା ପାଇଁ। ଏମାନେ ନିଜର ପ୍ରେମକୁ ପାଇବା ପାଇଁ ବଡ଼ ବଡ଼ ପରୀକ୍ଷାର ସାମ୍ନା କରିଥାନ୍ତି। ଏମାନେ ବାହାରକୁ ଯେତିକି ଦେଖାଯାନ୍ତି ତାଠାରୁ ଅଧିକ ସାହସୀ ହୋଇଥାନ୍ତି।

ଯେଉଁ ବ୍ୟକ୍ତି ବିଶେଷଙ୍କର ନାମର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇଥାଏ ସେମାନେ ଜନ୍ମରୁ ଅଧିକ ଗୁଣର ଅଧିକାରିଣୀ ହୋଇଥାନ୍ତି। ଏହିସବୁ ଗୁଣ ଯୋଗୁ ଏମାନେ ମାନ ସମ୍ମାନ ପାଇଥାନ୍ତି। ଏମାନେ ସାଧାରଣତଃ ନିଜର ଶକ୍ତି ଅନ୍ୟ ମାନଙ୍କୁ ଦେଖାନ୍ତି ନାହିଁ। ଆବଶ୍ୟକ ପଡ଼ିଲେ ଏମାନେ ଏପରି ଦେଖାନ୍ତି ଯାହା ଏମାନଙ୍କର ଶକ୍ତିର ଉର୍ଦ୍ଧରେ ଥାଏ ଏମାନେ ନିଜ କଥା କାହାରିକୁ କୁହନ୍ତି ନାହିଁ। ଏମାନେ କ୍ରୋଧି ସ୍ୱଭାବର ହୋଇଥାନ୍ତି। ଥରେ ରାଗି ଗଲେ ଏମାନଙ୍କୁ ବୁଝାଇବା ବହୁତ କଷ୍ଟ ସାଧ୍ୟ ହୋଇଥାଏ। ଏମାନେ ସର୍ବଦା ଏକୁଟିଆ ରହିବାକୁ ପସନ୍ଦ କରିଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button