ଅଶ୍ୱତ୍ଥ ଗଛରେ ଥରେ ଜଳ ଢ଼ାଳିଲେ କଣ ହୁଏ ? ସ୍ବୟଂ ଭଗବାନ ବିଷ୍ଣୁ କହିଛନ୍ତି ଦେବର୍ଷି ନାରଦଙ୍କୁ ….
ଥରେ ଦେବର୍ଷି ନାରଦ ବୈକୁଣ୍ଠକୁ ଯାଇ ରତ୍ନ ସିଂହାସନରେ ବସିଥିବା ଶ୍ରୀବିଷ୍ଣୁଙ୍କ ପାଖକୁ ଯାଇ ପ୍ରଣାମ ଜଣାଇଲେ । ଭଗବାନ ବିଷ୍ଣୁ ମଧ୍ୟ ଜାଣିଗଲେ ଯେ ନିଶ୍ଚିତ ଭାବରେ ନାରଦ କିଛି ଦ୍ଵନ୍ଦରେ ଅଛନ୍ତି । ନାରଦ ପଚାରନ୍ତି ପ୍ରଭୁ , ବୃକ୍ଷ ଭିତରେ ଅଶ୍ୱତ୍ଥ , ଯେଉଁଥିରେ ବିଷ୍ଣୁଙ୍କ ବାସ ହୋଇଥାଏ । କିନ୍ତୁ ସେ କିଛି ଲୋକଙ୍କୁ ଅଶ୍ୱତ୍ଥ ଗଛକୁ କାଟୁ ଥିବାର ଦେଖିଲେ । ଯେଉଁ କାରଣରୁ ବୃକ୍ଷ ଖୁବ କଷ୍ଟରେ ଥିଲା । ଏହାବ୍ୟତୀତ ଅଶ୍ୱତ୍ଥ ଗଛରେ ଜଳ ଅର୍ପଣ କଲେ କଣ ହୁଏ ସେ ବିଷୟରେ ମଧ୍ୟ ନାରଦ ପଚାରିଛନ୍ତି । ଏହାର ଉତ୍ତର ଦେଇ ବିଷ୍ଣୁ ଏକ ପୌରାଣିକ କଥା ଶୁଣାଇଛନ୍ତି । ଯାହାକୁ ମନୁଷ୍ୟ ଶୁଣିଲେ ସବୁ ପାପ ଏବଂ କଷ୍ଟ ଦୂର ହୋଇଯିବ । ସେହି କଥାକୁ ଆମେ ଆଜିକାର ଏହି ଲେଖା ମାଧ୍ୟମରେ କହିବୁ ଏବଂ ଅଶ୍ୱତ୍ଥ ଗଛକୁ ରଖିବା ଏବଂ ପୂଜା କରିବାକୁ ନେଇ ସ୍ବୟଂ ଭଗବାନ ବିଷ୍ଣୁ କେଉଁ ସବୁ ନିୟମ ବିଷୟରେ କହିଛନ୍ତି , ସେହି ବିଷୟରେ ମଧ୍ୟ କହିବୁ ।
କାହାଣୀ ଅନୁଯାୟୀ ପ୍ରାଚୀନ କାଳରେ ଅତି ସୁନ୍ଦର ନଗରୀ ଥିଲା , ଯାହାର ନାମ ଥିଲା ନନ୍ଦୀଗ୍ରାମ ଏବଂ ସେଠାରେ ପୁଷ୍କର ନାମକ ଜଣେ ବ୍ରାହ୍ମଣ ରହୁଥିଲେ । ସେ ଜଣେ ତପସ୍ୱୀ ଏବଂ ନିଜ କୁଟୀର ସାମ୍ନାରେ ଏକ ବିଶାଳ ଅଶ୍ୱତ୍ଥ ବୃକ୍ଷ ରଖି ତାହାକୁ ପୂଜା କରୁଥିଲେ । ଏହାବ୍ୟତୀତ ବାହାରକୁ ଗଲେ ଅଶ୍ୱତ୍ଥ ବୃକ୍ଷକୁ ପ୍ରଣାମ କରି ଯାଉଥିଲେ । କିନ୍ତୁ ଥରେ ଜଣେ ବିଶାଳ ରାକ୍ଷସ ଆସି ସେହି ବ୍ରାହ୍ମଣର କୁଟୀର ସାମ୍ନାରେ ଛିଡ଼ା ହୋଇ ବ୍ରାହ୍ମଣକୁ କହିବାକୁ ଭାବିଲା । କିନ୍ତୁ ବ୍ରାହ୍ମଣ ଆଦୋୖ ଭୟଭୀତ ନହୋଇ ରାକ୍ଷସକୁ ପ୍ରଣାମ କରି କଣ ଭୋଜନ କରିବାକୁ ଚାହୁଁଛନ୍ତି ବୋଲି କହି ଅଶ୍ୱତ୍ଥ ବୃକ୍ଷ ତଳେ ବସିବାକୁ କହିଲା । ରାକ୍ଷସ ଜଣକ ଅଶ୍ୱତ୍ଥ ଗଛ ତଳେ ବସିବା ମାତ୍ରେ ହିଁ ତାର ଶରୀର ଜାଳିବା ଆରମ୍ଭ କଲା ଏବଂ ପୁରା ଜଳିଯିବା ପରେ ସେଥିରୁ ଜଣେ ଦିବ୍ୟ ପୁରୁଷ ବାହାରିଲେ ।
ଅର୍ଥାତ ସେ ନିଜ ପାପରୁ ମୁକ୍ତ ହୋଇଗଲା । ଏହାପରେ ସେହି ଦିବ୍ୟପୁରୁଷ ସ୍ୱର୍ଗ ଅଭିମୁଖେ ଚାଲିଗଲେ । ଥରେ ଯମରାଜ ନିଜ ଦୂତ ମାନଙ୍କୁ ପଠାଇ ସେହି ବ୍ରାହ୍ମଣଙ୍କୁ ଉଠାଇ ଆଣିବାକୁ କହିଲେ । ଦୁଇ ଦୂତ ଆସି ବ୍ରାହ୍ମଣଙ୍କୁ ଧରି ନେଇ ଯାଉଥିବା ସମୟରେ ବ୍ରାହ୍ମଣ ତାଙ୍କର ବିନା ମୃତ୍ୟୁରେ ତାଙ୍କୁ ନେଇ ଯାଉଥିବାର କାରଣ ପଚାରିଲେ । ଏହା ଶୁଣି ଦୂତ ଦୁଇଜଣ ତାଙ୍କୁ ଚୁପଚାପ ତାଙ୍କ ସହିତ ଯିବାକୁ କହିଲେ । ଯମରାଜଙ୍କ ପାଖରେ ପହଞ୍ଚିବା ମାତ୍ରେ ଯମରାଜ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କାରଣ ସେ ଅନ୍ୟ ଜଣେ ପୁଷ୍କର ନାମକ ବ୍ରାହ୍ମଣଙ୍କୁ ଆଣିବାକୁ ପଠାଇ ଥିଲେ ।
ଏହା ଶୁଣି ସ୍ୱୟଂ ଯମରାଜ ଏବଂ ଦୁଇ ଦୂତ କ୍ଷମା ମାଗିଲେ । କିନ୍ତୁ ବ୍ରାହ୍ମଣ ଏହିପାଇଁ ଯମରାଜଙ୍କୁ ଧନ୍ୟବାଦ ଦେଲେ ଯେ ତାଙ୍କ କାରଣରୁ ସେ ଯମରାଜଙ୍କ ଦର୍ଶନ କରିବାର ସୌଭଗ୍ୟ ପ୍ରାପ୍ତ କଲେ । ଏହାପରେ ବ୍ରାହ୍ମଣ ଜଣକ ଯମରାଜଙ୍କୁ ସବୁ ନର୍କର ଦର୍ଶନ କରାଇବାକୁ ଅନୁରୋଧ କଲେ । ଏହା କହିବା ମାତ୍ରେ ଯମରାଜ ତାଙ୍କୁ ନର୍କକୁ ନେଇଗଲେ । ସେଠାରେ ପରିସ୍ଥିତି ଖୁବ ଖରାପ ଥିଲା । ସେଠାରେ ପାପୀ ମାନେ ଖୁବ କଷ୍ଟ ଭୋଗ କରୁଥିବାର ଦେଖିଲେ । ନାନା ପାପୀଙ୍କୁ ନାନା ପ୍ରକାରର କଷ୍ଟ ଦିଆଯାଉଥିଲା । ସେ ଆତ୍ମା ମାନେ କଷ୍ଟରେ ବିଳାପ କରୁଥିଲେ । ସେହି ଆତ୍ମା ମାନେ ନିଜେ ମର୍ତ୍ତରେ କରିଥିବା ପାପ କାରଣରୁ ନର୍କରେ କଷ୍ଟ ଭୋଗୁଥିବା କହିଲେ ।
ଏହାପରେ ବ୍ରାହ୍ମଣ କହନ୍ତି ଯେ ମର୍ତ୍ତରେ ଯେଉଁ ବ୍ୟକ୍ତି ଭଗବାନ ବିଷ୍ଣୁଙ୍କୁ ପୂଜା କରିଥାଏ ତାକୁ କେବେ ନର୍କରେ କଷ୍ଟ ଭୋଗ କରିବାକୁ ପଡ଼େ ନାହିଁ । ସେହି ଆତ୍ମା ମାନେ ଯେଉଁ ନିଆଁରେ ଜଳୁଥିଲେ ବ୍ରାହ୍ମଣଙ୍କ ପାଖକୁ ସ୍ପର୍ଶ କରି ଯେଉଁ ନିଆଁ ଜଳୁଥିଲା ତାହା ଅଧିକ ଆଶ୍ୱାସନା ଦେଉଥିବା କହିଲେ । ତେଣୁ ସେମାନେ ବ୍ରାହ୍ମଣଙ୍କୁ ସେଠାରେ କିଛି ସମୟ ଛିଡ଼ା ହେବାକୁ କହିଲେ । ଏହାପରେ ବ୍ରାହ୍ମଣ ଜଣକ କହିଲେ ଯେ ଯଦି ସେ ଜଣେ ବିଷ୍ଣୁଙ୍କ ଭକ୍ତ ହୋଇବି ଏଭଳି ଆତ୍ମା ମାନଙ୍କର ବେଦନାକୁ ଦେଖି ଅଣଦେଖା କରନ୍ତି ତେବେ ତାହା ଠାରୁ ଖରାପ ଜିନିଷ ଆଉ କିଛିବି ନାହିଁ । ଏହାପରେ ପୁଷ୍କର ବ୍ରାହ୍ମଣ ସେହି ନର୍କରେ ପଡ଼ିଥିବା ଆତ୍ମାଙ୍କ ମୁକ୍ତି ପାଇଁ ପ୍ରାର୍ଥନା କଲେ ।
ଏତିକି କହିବା ମାତ୍ରେ ହିଁ ନର୍କରେ ଥିବା ପ୍ରାଣୀଙ୍କୁ ମୁକ୍ତି ମିଳିଗଲା ଏବଂ ସେମାନେ ସ୍ୱର୍ଗକୁ ଯିବାକୁ ଲାଗିଲେ । କିନ୍ତୁ ଆହୁରି ଅନେକ ଆତ୍ମା ନର୍କରେ ରହିଲେ । ଯମରାଜ ଆଶ୍ଚର୍ଯ୍ୟ ହୋଇଗଲେ । ସେଠାରେ ଭଗବାନ ବିଷ୍ଣୁ ଆସି କହିଲେ ଯେ ଏହି ବ୍ରାହ୍ମଣ ନିତ୍ୟ ଅଶ୍ୱତ୍ଥ ଗଛକୁ ପୂଜା କରି ଜଳ ଅର୍ପଣ କରୁଥିଲେ । ସେ ଅନେକ ପୁଣ୍ୟର ଅଧିକାରୀ । ଯେଉଁ ଆତ୍ମା ମାନେ ଏବେ ସୁଦ୍ଧା ମୁକ୍ତି ପାଇ ନଥିଲେ ସେମାନେ କେବେ ନିଜ ଜୀବନରେ ଅଶ୍ୱତ୍ଥ ଗଛକୁ ପୂଜା କରି ନଥିଲେ । ଯେଉଁ ବ୍ୟକ୍ତି ଅଶ୍ୱତ୍ଥ ଗଛକୁ ନିତ୍ୟ ପୂଜା କରିଥାଏ ତାକୁ କେବେବି ନର୍କକୁ ଯିବାକୁ ପଡ଼େ ନାହିଁ । ତାଙ୍କ ସାନିଧ୍ୟରେ ଆସୁଥିବା ବ୍ୟକ୍ତି ମଧ୍ୟ ପାପ ମୁକ୍ତ ହୋଇଯାଆନ୍ତି ।