ଦେଶ- ବିଦେଶ

ଟଙ୍କା ବଦଳରେ ଚାକିରି ମାମଲା: ପୂର୍ବତନ ମନ୍ତ୍ରୀଙ୍କୁ ମିଳିଲା ଜାମିନ

ତାମିଲନାଡୁର ପୂର୍ବତନ ମନ୍ତ୍ରୀ ଭି. ସେନ୍ଥିଲ ବାଲାଜୀଙ୍କୁ ମିଳିଲା ଜାମିନ। କ୍ୟାସ୍ ଫର୍ ଜବ୍ ତଥା ଚାକିରି ବଦଳରେ ନଗଦ ଲାଞ୍ଚ ନେବା ଦୁର୍ନୀତିରେ ଗିରଫ ହୋଇଥିବା ସେନ୍ଥିଲ ବାଲାଜୀଙ୍କୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥ ହେରଫେର ଅଭିଯୋଗରେ ସେନ୍ଥିଲ ବାଲାଜୀଙ୍କୁ ଗତ ବର୍ଷ ଜୁନ୍ ୧୪ରେ ଇଡି ଗିରଫ କରିଥିଲା।

ସେ ଏଆଇଏଡିଏମକେ ସରକାରରେ ପରିବହନ ମନ୍ତ୍ରୀ ଥିବାବେଳେ ଚାକିରି ବଦଳରେ ନଗଦ ଲାଞ୍ଚ ଦୁର୍ନୀତିରେ ଅର୍ଥ ହେରଫେର କରିଥିବା ଅଭିଯୋଗ ରହିଛି। ଏହା ପୂର୍ବରୁ ମାଡ୍ରାସ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିବାବେଳେ ନିମ୍ନ ଅଦାଲତ ମଧ୍ୟ ତାଙ୍କ ଜାମିନ ଆବେଦନକୁ ତିନିଥର ପ୍ରତ୍ୟାଖ୍ୟାନ କରିଛନ୍ତି।

ଏହାକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଅଗଷ୍ଟ ୧୨ ତାରିଖରେ ସୁପ୍ରିମକୋର୍ଟ ସେନ୍ଥିଲଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ସୁପ୍ରିମକୋର୍ଟରେ ବାଲାଜୀଙ୍କ ଜାମିନ ଆବେଦନକୁ ଇଡି ଦୃଢ଼ ବିରୋଧ କରିଥିଲା। ତେବେ ଆଜି ଜଷ୍ଟିସ ଅଭୟ ଏସ୍. ଓକା ଓ ଜଷ୍ଟିସ ଅଗଷ୍ଟାଇନ୍ ଜର୍ଜ ମାସିହଙ୍କ ବେଞ୍ଚ ନିଜ ରାୟ ଶୁଣାଇଛନ୍ତି। କଡ଼ା ସର୍ତ୍ତ ରଖି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

କହିରଖୁ ଯେ, ଜୁନ୍ ୨୦୨୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାକିରି ବଦଳରେ ଟଙ୍କା ଦୁର୍ନୀତି ସହ ଜଡିତ ମନିଲଣ୍ଡରିଂ ମାମଲାରେ ବାଲାଜୀଙ୍କୁ ଗିରଫ କରିଥିଲା। ସେତେବେଳେ ସେ ପରିବହନ ମନ୍ତ୍ରୀ ଥିଲେ। ଗିରଫ ହେବାର କିଛି ସମୟ ପରେ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ବାଇପାସ୍ ସର୍ଜରୀ କରାଯାଇଥିଲେ। ପରେ ଇଡି ତାଙ୍କୁ ପଚରାଉଚରା କରିଥିଲା। ଏହାପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଅଗଷ୍ଟ ୧୨ରେ ବାଲାଜୀଙ୍କ ବିରୋଧରେ ଇଡି ୩୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button