ରାଜ୍ୟ

୧୦୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସମାଜ ଗଣମାଧ୍ୟମ ପୁରସ୍କାର

ଟକ: ଦୈନିକ ଲୋକପ୍ରିୟ ଖବର କାଗଜ ସମାଜର ୧୦୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଥମ କରି ସମାଜ ଗଣମାଧ୍ୟମ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରତିଯୋଗୀତାର ଆୟୋଜନ କରାଯାଇଛି। ଭୁବନେଶ୍ଵର ୟୁନିଟ୍-୮ ଡିଏଭି ସ୍କୁଲ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ ପରିସରରେ ଆଜି ପୂର୍ବାହ୍ନ ୧୦ଟାରୁ ଏହି ପ୍ରତିଯୋଗୀତା ଆରମ୍ଭ ହୋଇଛି।

ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖବର ଲିଖନ, ଖବର ସମ୍ପାଦନା, ଅନୁବାଦ, ଶିରୋନାମା ଲିଖନ, ଫଟୋ ସମ୍ପାଦନା, ଭିଡିଓ ସମ୍ପାଦନା ଓ ପିଟୁସି ପ୍ରଭୃତି ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି। ଗଣମାଧ୍ୟମ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷ ଏଥିରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିବେ। ଏଥିରେ କୃତିତ୍ଵ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ଅକ୍ଟୋବର ୪ ତାରିଖରେ କଟକ ସାରଳା ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାଜର ୧୦୫ତମ ପ୍ରତିଷ୍ଠା ଦିବସରେ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button