ଜ୍ୟୋତିଷ

ଶାସ୍ତ୍ର ଅନୁସାରେ ଘରର ଏହି ଜାଗାରେ ରଖି ଦିଅନ୍ତୁ ଲୁଣ, ହେବ ମାଁ ଲକ୍ଷ୍ମୀଙ୍କ କୃପା, ହେବନି ଧନର ଅଭାବ

ଆମର ଗାଧୁଆ ଘରେ ଯଦି କୌଣସି ପ୍ରକାରର ବାସ୍ତୁଦୋଷ ହୋଇଥାଏ, ତେବେ ତାହାର ନକରାତ୍ମକ ପ୍ରଭାବ ପୁରା ପରିବାରର ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଯେଉଁ କାରଣରୁ ପରିବାରର ସଦସ୍ୟ ଗୋଟେ ପରେ ଗୋଟେ ଅଚାନକ ବିମାରିରେ ପଡ଼ିବାକୁ ଲାଗିଥାନ୍ତି । ଏହା ସହିତ ଘରର ଆର୍ଥିକ ସ୍ଥିତିବି ପ୍ରଭାବିତ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ଏହାର ଉପାୟ କୁହାଯାଇଅଛି । ଏଥିପାଇଁ ଗାଧୁଆ ଘରେ ଏକ କାଚର ପାତ୍ରରେ ଲୁଣ ଭରି କରି ରଖି ଦିଅନ୍ତୁ ଏବଂ ତାକୁ ପ୍ରତି ସପ୍ତାହରେ ବଦଳେଇ ନୂଆ ଲୁଣ ରଖନ୍ତୁ । ଏହା ଦ୍ୱାରା ଘରର ବାସ୍ତୁଦୋଷ ଦୂର ହୋଇଥାଏ ଏବଂ ଘରେ ସକାରାତ୍ମକତା ଆସିଥାଏ ଏବଂ ଆମର ଆର୍ଥିକ ସ୍ଥିତିବି ମଜବୁତ ହୋଇଥାଏ ।

ଘରର ମୁଖ୍ୟ ଦ୍ୱାର ଆମ ଘରର ସବୁଠାରୁ ସମ୍ବେଦନଶୀଳ ସ୍ଥାନ ହୋଇଥାଏ । ଏହା ସେହି ଜାଗା ହୋଇଥାଏ ଯେଉଁ ବାଟ ଦେଇ ନକରାତ୍ମକ ଶକ୍ତି ଆମ ଘରକୁ ସବୁଠୁ ପ୍ରଥମେ ପ୍ରବେଶ କରିଥାଏ । ଏଥିପାଇଁ ମୁଖ୍ୟ ଦ୍ୱାରରେ ଏକ ଲାଲ କପଡ଼ାରେ ଲୁଣକୁ ବାନ୍ଧି କରି ଟାଙ୍ଗି ଦିଅନ୍ତୁ । ଲୁଣର ସକାରାତ୍ମକତାରୁ ଘରକୁ ଆସିଥିବାକୁ ଥିବା ସବୁ ସଙ୍କଟ ଦ୍ୱାର ପାଖରେ ହିଁ ରହିଯିବ ଏବଂ ନକରାତ୍ମକ ଉର୍ଜା ଆପଣଙ୍କର ଘରେ ପ୍ରବେଶ କରିପାରିବ ନାହିଁ । ଏହା ସହିତ କୁଦୃଷ୍ଟିରୁ ଆମ ଘରର ରକ୍ଷା ମଧ୍ୟ ହୋଇଥାଏ ।

ଲୁଣ ରାହୁ ଏବଂ କେତୁର ଦୁପ୍ରଭାବକୁ ବି ଦୂର କରିବାରେ ସାହାର୍ଯ୍ୟ କରିଥାଏ । ରାତିରେ ଶୋଇବା ପୂର୍ବରୁ ପାଣିରେ ଲୁଣ ମିଶାଇ ସେଥିରେ ହାତ ମୁହଁ ଧୋଇ କରି ଶୋଇଲେ ସବୁ ଖରାପ ଶକ୍ତି ଯାହା ରାତିରେ ସକ୍ରିୟ ହୋଇଥାନ୍ତି ସେସବୁ ଆପଣଙ୍କ ଠାରୁ ଦୂରରେ ରହିବ ଏବଂ ଆପଣଙ୍କୁ ସ୍ୱପ୍ନଦୋଷରୁ ବି ମୁକ୍ତି ମିଳିଥାଏ ।

ଜୀବନରୁ ସବୁ ନକରାତ୍ମକତାକୁ ଦୂର କରିପାରିବେ ଏବଂ ଘରେ ଖୁସି ଆଣିପାରିବେ । କିନ୍ତୁ ଲୁଣର ଉପଯୋଗକୁ ନେଇ କିଛି ମହତ୍ତ୍ୱପୂର୍ଣ୍ଣ କଥା ଧ୍ୟାନ ରଖିବା ବହୁତ ଜରୁରୀ ଅଟେ । ଯେପରି କି…

ପ୍ରଥମ :- ରାତ୍ରୀ ସମୟରେ ଆପଣ କୌଣସି ବ୍ୟକ୍ତିକୁ ଭୁଲରେ ବି ଲୁଣ ଦିଅନ୍ତୁ ନାହିଁ ।

ଦ୍ଵିତୀୟ :- ଲୁଣକୁ କେବେବି କାହାର ହାତରେ ସିଧା ଦିଅନ୍ତୁ ନାହିଁ । ବରଂ ଥାଳିରେ ଦେଇ ଦିଅନ୍ତୁ ନହେଲେ ସେହି ବ୍ୟକ୍ତି ସହିତ ଆମର ବାଦବିବାଦ ହୋଇପାରେ ।

ତୃତୀୟ :- ଲୁଣକୁ କେବେବି ଷ୍ଟିଲ କିମ୍ବା ଲୁହା ପାତ୍ରରେ ରଖନ୍ତୁ ନାହିଁ । ଲୁହା ଶନିଙ୍କର ଧାତୁ ଅଟେ ଏବଂ ଲୁଣ ଉପରେ ଶୁକ୍ର ଗ୍ରହର ପ୍ରଭାବ ରହିଥାଏ ଏବଂ ଦୁଇଜଣଙ୍କର ଯୁକ୍ତି କେବେବି ଶୁଭ ମାନାଯାଏ ନାହିଁ । ଲୁଣକୁ ଲୁହାର ପାତ୍ରରେ ରଖିବା ଦ୍ୱାରା ଘରେ କ୍ଳେଶ ବଢିଥାଏ ଏବଂ ଦୁଃଖ ଦାରିଦ୍ର୍ୟ ଆସିଥାଏ । ଏଥିପାଇଁ ଏମିତି କରନ୍ତୁ ନାହିଁ । ଲୁଣକୁ ସର୍ବଦା କାଚ ପାତ୍ରରେ ହିଁ ରଖନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button