ରାଜ୍ୟ

ସକାଳୁ ଛେଚୁଛି: ଆହୁରି ବର୍ଷା ନେଇ ୩ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ଏବେ ରାଜ୍ୟରେ ଜାରି ରହିଛି ବର୍ଷାର ବିତ୍ପାତ । ଗତ ଦୁଇ ଦିନ ହେବ ବିନା ଫୁରସତରେ ବର୍ଷୁଛି । ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ବର୍ତ୍ତମାନ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ଲାଗିରହିଛି ।

ସେପଟେ ଆହୁରି ବର୍ଷିବା ନେଇ ଆଗାମୀ ୩ ଘଣ୍ଟା ପାଇଁ ପ୍ରବଳ ବର୍ଷା ସହ କିଛି କିଛି ସ୍ଥାନରେ ଘଡଘଡି ମାରିବାର ସମ୍ଭାବନା ମଧ୍ୟ ରହିଛି ।

ଏନେଇ ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ନୟାଗଡ, ଢେଙ୍କାନାଳ ଗଂଜାମ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଏପଟେ ବଡି ଭୋରରୁ ଦ୍ବେତ ନଗରୀରେ ଜାରି ରହିଛି ବର୍ଷାର ପ୍ରଭାବ । କଟକ ଓ ଭୁବନେଶ୍ବର ସକାଳୁ ସକାଳୁ ଭାରି ବର୍ଷା ଦେଖିବାକୁ ମିଳିଛି । ସେପଟେ ବର୍ଷାରେ ବେହାଲ ରାଜ୍ୟର ବିଭିନ୍ନ ସ୍ଥାନ । କେଉଁଠି ରାସ୍ତାରେ ପାଣି ଚାଲିଛି ତ, ଆଉ କେଉଁଠି ଜଳବନ୍ଦୀ ସ୍ଥିତି ଉପୁଜିଛି । ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍ ମଧ୍ୟ ଫୁଲୁଛି। ଜଳସ୍ତର ୬୩୦ ଫୁଟ୍ ଥିବା ବେଳେ ହୀରାକୁଦର ଏବେ ମୋଟ ୪ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button