“କୃଷି କନକ୍ଲେଭ ୨୦୨୪”: କୃଷିର ଭବିଷ୍ୟତକୁ ସୁଦୃଢ଼ କରିବା ନିମନ୍ତେ ଏକ ଅନନ୍ୟ ପ୍ରୟାସ

ଭୁବନେଶ୍ୱର: କୃଷିକୁ ଆମ ରାଜ୍ୟରେ ପ୍ରମୁଖ ପ୍ରାଧାନ୍ୟ ଦିଆଯାଉଛି। ଏଥିପ୍ରତି ସରକାରଙ୍କର ମଧ୍ୟ ମୁଖ୍ୟ ଅବଦାନ ରହିଛି, କାରଣ କୃଷିକୁ ନେଇ ଯୁବ ଏବଂ ମହିଳା କୃଷକଙ୍କ ସଫଳତା ରାଜ୍ୟକୁ ଅଗ୍ରଣୀ କରିବାରେ ସାହାଯ୍ୟ କରୁଛି ଏବଂ ରାଜ୍ୟ ଅର୍ଥନୀତିର ପ୍ରମୁଖ କାରଣ ପାଲଟିଛି। ରାଜ୍ୟର କୃଷି ପ୍ରଣାଳୀକୁ ଆହୁରି ଉନ୍ନତ କରିବା ଏବଂ ସଫଳ ଚାଷୀଙ୍କୁ ସମ୍ମାନିତ କରିବା ପାଇଁ କୃଷି କନକ୍ଲେଭ ୨୦୨୪ ଅନୁଷ୍ଠିତ ହେବାକୁ ଯାଉଛି।
ଓଡ଼ିଶାର କୃଷିକୁ ପରିବର୍ତ୍ତନ କରିବା ଏବଂ ଉନ୍ନତ କୃଷି ପାଇଁ ନୂତନ ଜ୍ଞାନକୌଶଳ ଯୋଗାଇଦେବା, କୃଷକଙ୍କୁ ବିଭିନ୍ନ ଆର୍ଥିକ ସହାୟତା ଯୋଗାଇଦେବା ଏବଂ କୃଷକ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କର ଅନେକ ଅବଦାନ ରହିଛି। ଆସନ୍ତା ସେପ୍ଟେମ୍ୱର ୨୯ ତାରିଖରେ ଭୁବନେଶ୍ଵରସ୍ଥିତ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ପ୍ରାଙ୍ଗଣରେ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ଦ୍ବାରା କୃଷି କନକ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛି। ଯାହାର ମୁଖ୍ୟ ବିଷୟବସ୍ତୁ ରହିଛି, କୃଷିର ସାମଗ୍ରିକ ବିକାଶରେ ଯୁବ ଓ ମହିଳାଙ୍କ ଅବଦାନ।
ଏତଦ୍ ବ୍ୟତୀତ ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ଓ କୃଷି, ଶ୍ରୀଅନ୍ନ ଅଭିଯାନର ସଫଳତା, ବିକଶିତ ଓଡ଼ିଶା ଗଠନରେ ମହିଳାଙ୍କ ଅବଦାନ ଓ ଷ୍ଟାର୍ଟଅପ୍, ମତ୍ସ୍ୟ ସମ୍ପଦର ବିକାଶ ଓ ମତ୍ସ୍ୟଚାଷୀ, ଚାଷକୁ ନେଇ ରାଜ୍ୟର ସଫଳତା ଏବଂ ଚାଷୀଙ୍କ ଆବଶ୍ୟକତା ଓ ସଫଳ କାହାଣୀ ବିଷୟରେ ଆଲେଚନା କରାଯିବାର ଲକ୍ଷ୍ୟ ରହିଛି।
ରାଜ୍ୟର କୃଷିକୁ ନେଇ କୃଷକ ଓ କୃଷି ବୈଜ୍ଞାନିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହି କାର୍ଯ୍ୟକ୍ରମର ମିଡ଼ିଆ ପାର୍ଟନର ଭାବେ ଓଡ଼ିଶା ସମ୍ବାଦ ଓ ଓଡ଼ିଶା ବାଇଟ୍ସ ରହିଛି। ଆଗାମୀ ଦିନରେ ଅନେକ ଗୁଡ଼ିଏ କୃଷି ଭିତ୍ତିକ କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି ବୋଲି ନିର୍ଦ୍ଦେଶକ ଡି ସ୍ଵାତୀ କହିଛନ୍ତି।