ଦେଶ- ବିଦେଶ

ଅଟୋକୁ ଧକ୍କା ଦେଲା ଟ୍ରକ , ୯ ମୃତ

ନୂଆଦିଲ୍ଲୀ ୨୫।୦୯: ମଧ୍ୟପ୍ରଦେଶରେ ଭୟଙ୍କର ଦୁର୍ଘଟଣା । ମଙ୍ଗଳବାର ଦାମୋହରେ ଘଟିଥିବା ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି। କଟନି ରାଜ୍ୟ ରାଜପଥରେ ଟ୍ରକ୍ ଏକ ଅଟୋକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଗତକାଲି ଜବଲପୁରରେ ଜଣେ ଆହତ ମହିଳାଙ୍କ ମୃତ୍ୟୁ ଘଟିଛି।

ଆଜି ସକାଳେ ଆଉ ଜଣେ ଆହତ ବ୍ୟକ୍ତି ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଛନ୍ତି। ଅଟୋରେ ସମାନ ପରିବାରର ୧୦ ଜଣ ଲୋକ ଥିଲେ । ସେଥିମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଆହତ ମହିଳା ଜବଲପୁରରେ ଚିକିତ୍ସିତ ହେଉଛନ୍ତି।

ମଙ୍ଗଳବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ଯେଉଁଠାରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଅଟୋକୁ ପଛରୁ ଧକ୍କା ଦେଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ଅଟୋ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଜେସିବି ସହାୟତାରେ ଟ୍ରକରେ ଅଟକି ରହିଥିବା ଅଟୋକୁ ବାହାରକୁ ଅଣାଯାଇଥିଲା। ଏହା ପରେ ଆହତମାନଙ୍କୁ ଚିକିତ୍ସା ପାଇଁ ଜବଲପୁର ପଠାଯାଇଥିଲା। ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ଟ୍ରକ ଡ୍ରାଇଭର ଗିରଫ

ଟ୍ରକ ଡ୍ରାଇଭରକୁ ପୋଲିସ ଗିରଫ କରିଛି। ଖବର ମିଳିଛି ଯେ ଦୁର୍ଘଟଣା ସମୟରେ ଟ୍ରକ ଡ୍ରାଇଭର ମଦ୍ୟପାନ କରିଥିଲେ। ଅଭିଯୁକ୍ତଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି। ଯାହା ପରେ ସେ ମଦ୍ୟପାନ କରିଥିବା କଥା ନିଶ୍ଚିତ ହୋଇପାରିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button