ମନୋରଞ୍ଜନ

ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ରାକୁଲ୍‌; ସ୍ଥିର ହେଲା ତାରିଖ – Kalinga News

[ad_1]

ନୂଆଦିଲ୍ଲୀ: ଅଭିନେତ୍ରୀ ରାକୁଲ ପ୍ରୀତ ସିଂ ଦୀର୍ଘ ଦିନ ଧରି ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ତଥା ଅଭିନେତା ଜ୍ୟାକି ଭାଗ୍ନାନୀଙ୍କୁ ଡେଟ କରିବା କଥା ଆପଣ ଜାଣନ୍ତି। ଏବେ ଶୁଣିବାକୁ ମିଳୁଛି ଯେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।  ରାକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ ଆନୁଷ୍ଠାନିକ ଭାବେ ସେମାନଙ୍କ ସମ୍ପର୍କକୁ ନେଇ ପୂର୍ବରୁ ଘୋଷଣା କରିଛନ୍ତି।

ବର୍ତ୍ତମାନ ଏହି ବଲିଉଡ ଦମ୍ପତି ସେମାନଙ୍କ ସମ୍ପର୍କକୁ ଆହୁରି ଆଗକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିପାଇଁ ରାକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ ବିବାହ କରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ସେମାନଙ୍କର ବିବାହ ତାରିଖ ମଧ୍ୟ ‌ଏବେ ଜଣା ପଡ଼ିସାରିଛି।

ସୂଚନାରୁ ପ୍ରକାଶ ‌ଯେ ରାକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ ଚଳିତବର୍ଷ ଫେବ୍ରୁଆରି୨୨ ତାରିଖରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।ନିକଟ ସୂତ୍ରରୁ ଜଣାପଡିଛି ଯେ ରାକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ ଫେବ୍ରୁଆରି ୨୨ ତାରିଖରେ ଗୋଆରେ ବିବାହ କରିବେ।

 

ସେମାନେ ନିଜ ବିବାହକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି। ବାସ୍ତବରେ, ସେମାନେ ବିବାହ ଉତ୍ସବରେ ବ୍ୟସ୍ତ ରହିବା ପୂର୍ବରୁ ଏବେ ଛୁଟିଦିନକୁ ଉପଭୋଗ କରୁଛନ୍ତି। ଜ୍ୟାକି ଓ ରାକୁଲ ଦୁହେଁ ଥାଇଲାଣ୍ଡ୍‌ରେ ଅଛନ୍ତି।

୨୦୨୧ ମସିହା ଅକ୍ଟୋବର ମାସରେ ରାକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ ଇନଷ୍ଟାଗ୍ରାମ ମାଧ୍ୟମରେ ସେମାନଙ୍କର ସମ୍ପର୍କକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ରାକୁଲ ପ୍ରୀତ ସିଂଙ୍କ ଜନ୍ମଦିନରେ ଜ୍ୟାକି ଭାଗ୍ନାନୀ ଇନଷ୍ଟାଗ୍ରାମରେ ତାଙ୍କ ସହ ଏକ ରୋମାଣ୍ଟିକ ଚିତ୍ର ସେୟାର କରିଥିଲେ, ଯେଉଁଥିରେ ସେମାନେ ହାତ ଧରିଥିବାର ନଜର ଆସିଥିଲେ। ସେ କ୍ୟାପସନରେ ଲେଖିଥିଲେ, ‘ତୁମ ସହିତ, ଦିନଟି ଦିନ ଭଳି ମନେହୁଏ ନାହିଁ, ତୁମ ବିନା, ସବୁଠାରୁ ସୁସ୍ବାଦୁ ଖାଦ୍ୟ ଖାଇବାରେ ମଜା ନାହିଁ।’ ତାଙ୍କର ଏହି ପୋଷ୍ଟ ସେ ସମୟରେ ଖୁବ୍ ଚର୍ଚ୍ଚା ପାଲଟିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button