ଦେଶ- ବିଦେଶ

ରେଳପଥରେ ଡିଟୋନେଟର: ଗ୍ୟାସ ସିଲିଣ୍ଡର ଦୁର୍ଘଟଣାରୁ ବର୍ତ୍ତିଲା ୨ ଟ୍ରେନ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ବୁରହନପୁର ଜିଲାସ୍ଥିତ ସାଗଫତା ଷ୍ଟେସନ ନିକଟରେ ରେଳଧାରଣା ଉପରେ କୌଣସି ଦୁବୃର୍ତ୍ତ ୧୦ଟି ଡିଟୋନେଟର ଖଞ୍ଜିଥିବା ଜଣାପଡିଛି। ଜାମ୍ମୁ-କାଶ୍ମୀରରୁ ଯବାନଙ୍କୁ ନେଇ କର୍ଣ୍ଣାଟକ ଯାଉଥିବା ଏକ ସ୍ବତନ୍ତ ଟ୍ରେନ ସେହି ରୁଟ୍‌ରେ ଯାଉଥିବାବେଳେ ଗୋଟିଏ ଡିଟୋନେଟର ଫୁଟିଥିଲା। ଫଳରେ ଡ୍ରାଇଭର ତୁରନ୍ତ ଟ୍ରେନ୍‌କୁ ଅଟକାଇ ଷ୍ଟେସନ ମାଷ୍ଟରଙ୍କୁ ସୂଚିତ କରାଇଥିଲେ।

ରେଳଧାରଣା ଉପରୁ ଅବଶିଷ୍ଟ ଡିଟୋନେଟରଗୁଡିକୁ ହଟାଯିବା ପରେ ଟ୍ରେନଟି ପୁଣି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିଲା। ଅବଶ୍ୟ ଏହି ଘଟଣାରେ କେହି ମୃତାହତ ହୋଇନଥିବା କୁହାଯାଇଛି। ଏନଆଇଏ, ଏଟିଏସ, ରେଳବାଇ ପୁଲିସ ମିଳିତଭାବେ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ଅପରପକ୍ଷରେ ଉତ୍ତର ପ୍ରଦେଶର କାନପୁର ନିକଟସ୍ଥ ପ୍ରେମପୁର ଷ୍ଟେସନ ନିକଟରେ ରେଳଧାରଣା ଉପରୁ ଏକ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। କାନପୁରରୁ ପ୍ରୟାଗରାଜ ଯାଉଥିବା ଏକ ମାଲଗାଡି ଡ୍ରାଇଭର ସିଲିଣ୍ଡର ଦେଖି ଜରୁରୀ ବ୍ରେକ ପ୍ରୟୋଗ କରି ଟ୍ରେନକୁ ଅଟକାଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button