ଦେଶ- ବିଦେଶ

ଛୋଟ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି କେମିତି ବଢ଼ିବ ?

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଦୁନିଆ ରେ ଯେଉଁ କରୋନା ମହାମାରୀ ର ଆତଙ୍କ ଚାଲିଛି ସେଥିରେ ଲୋକମାନେ ବହୁତ ଭୟବିତ ହେଉଛନ୍ତି ।

କାରଣ ଏହି ଭୁତାଣୁ କିମ୍ବା କରୋନା ଭାଇରସ ବହୁତ ଲୋକଙ୍କ ଜୀଵନ ନେଇ ସାରିଛି ଏବଂ ଆଉ କେତେ ଜୀଵନ ନେବ ତାହା କିଛି ଜଣା ନାହିଁ । କରୋନା ର ସଂକ୍ରମଣ ରୁ ବଞ୍ଚିବା ପାଇଁ ସରକାର ଙ୍କ ନିର୍ଦେଶ କ୍ରମେ ଆମକୁ ସାମାଜିକ ଦ୍ଵରତା ବଜାୟ ରଖିବା ଉଚିତ ।

ସର୍ଵଦା ଘରେ ସୁରକ୍ଷିତ ରହିବା ଆବଶ୍ୟକ ଏବଂ କୌଣସି ଜରୁରୀ କାର୍ଯ୍ୟ ପଡିଲେ ହିଁ ଘରୁ ବାହାରକୁ ଯିବା ଉଚିତ ଏବଂ ବାହାରକୁ ଘରେ ମୁହଁରେ ମାସ୍କ ଏବଂ ନିଜ ପାଖରେ ସାନିଟାଇଜର ରଖିବା ଆବଶ୍ୟକ । ଏବଂ କୌଣସି କାର୍ଯ୍ୟ କରିବା ପୂର୍ବରୁ ଏବଂ ଖାଦ୍ୟ ଖାଇବା ପରେ ହାତ କୁ ବହୁତ ଭଲ ଭାବରେ ଧୋଇବା ଉଚିତ । କିନ୍ତୁ ଏହି କରୋନା ରୋଗ ରେ ପିଲା ମାନଙ୍କ ଉପରେ ଏହାର ବହୁଳ ଖରାପ ପ୍ରଭାବ ମଧ୍ୟ ପଡ଼ିଥାଏ ।

କାରଣ ଛୋଟ ପିଲା ମାନେ ବହୁତ କୋମଳ ଏବଂ ଦୁର୍ବଳ ଥାଆନ୍ତି ସେମାନଂକୁ କୌଣସି ଭାଇରସ କିମ୍ବା ରୋଗ ହେବାର ସମ୍ଭାବନା ଅଧିକ ଥାଏ । ତେଣୁ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢିବା ପାଇଁ ବହୁତ ଅଧିକ ଧ୍ୟାନ ଦେବା ଆବଶ୍ୟକ । ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ଆବଶ୍ୟକ ତେବେ ଆଜି ଆମେ ସେହି ବିଷୟରେ ଆଲୋଚନା କରିବା ।

ତେବେ ଆସନ୍ତୁ ଜାଣିନେବା କି କିପରି ଭାବେ ଆମେ ଛୋଟ ପିଲାଙ୍କ ର ସ୍ୱାସ୍ଥ୍ୟ କୁ ସୁରକ୍ଷିତ ରଖି ପାରିବୁ ଏବଂ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କୁ କିପରି ବୃଦ୍ଧି କରାଇବା ସେ ବିଷୟରେ ମଧ୍ୟ ଆଲୋଚନା କରି ନେବା ।

ପ୍ରଥମତଃ ସେମାନଙ୍କ ଖାଦ୍ୟ ଉପରେ ବିଶେଷ ଯତ୍ନବାନ ହେବା ଆବଶ୍ୟକ । ସେମାନଂକୁ ଏପରି ଖାଦ୍ୟ ଦେବା ଉଚିତ ଯେଉଁଥିରେ ପ୍ରଚୁର ପରିମାଣରେ ପ୍ରୋଟିନ, କ୍ୟାଲସିୟମ, ଏବଂ ଭିଟାମିନ ରହିଥିବ । ଯେପରି ସବୁଜ ପନିପରିବା, ଅଣ୍ଡା, ମାଂସ,ମାଛ ଏବଂ ପନିର,ବୁଟ ଏହା ସହିତ ଆପଣ କ୍ଷୀର ମଧ୍ୟ ଦେବେ । ଏବଂ ବିଭିନ୍ନ ପ୍ରକାରର ଫଳ ମଧ୍ୟ ଦେବା ଆବଶ୍ୟକ । ଏହା ଦ୍ୱାରା ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିବ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ସୁରକ୍ଷିତ ରହିବ ।

Related Articles

Leave a Reply

Your email address will not be published. Required fields are marked *

Back to top button