ଦେଶ- ବିଦେଶ

ଟେଷ୍ଟରେ ରିଷଭ ପନ୍ତଙ୍କ ଦମଦାର ଏଣ୍ଟ୍ରି; ଚେନ୍ନାଇରେ ଶତକ, ଧୋନିଙ୍କ ରେକର୍ଡ ସହ ବରାବର

ଚେନ୍ନାଇ: ଟେଷ୍ଟ କ୍ରିକେଟରେ ରିଷଭ ପନ୍ତଙ୍କ ଦମଦାର ଏଣ୍ଟ୍ରି । ଦୁର୍ଘଟଣା ପରେ ପଦାର୍ପଣ ଟେଷ୍ଟରେ ପନ୍ତଙ୍କ ଧମାକାଦାର ଶତକ । ଚେନ୍ନାଇରେ ବାଂଲାଦେଶ ବିରୋଧରେ ଷଷ୍ଠ ସେଞ୍ଚୁରୀ ମାରିଛନ୍ତି ଟିମ୍ ଇଣ୍ଡିଆର ଏହି ଷ୍ଟାର ଓ୍ବିକେଟ୍ କିପର ବ୍ୟାଟର । ଚିପକ ଟେଷ୍ଟର ତୃତୀୟ ଦିନରେ ପନ୍ତଙ୍କ ବ୍ୟାଟରୁ ଏହି ସେଞ୍ଚୁରୀ ଆସିଛି । ଏହି ଶତକ ସହିତ ସେ ଏମଏସ ଧୋନିଙ୍କ ରେକର୍ଡର ବରାବର କରିଛନ୍ତି ।

୨୦୨୨ ଡିସେମ୍ବର ମାସରେ ରିଷଭ ପନ୍ତଙ୍କ ଦୁର୍ଘଟଣାର ଶିକାର ହୋଇଥିଲେ। ପ୍ରାୟ ଦେଢ଼ ବର୍ଷର ବିରାମ ପରେ ପୁଣି ଥରେ ଆନ୍ତର୍ଜାତିକ କ୍ରିକେଟରେ ପନ୍ତଙ୍କ ଜଲଓ୍ବା ଦେଖିବାକୁ ମିଳିଛି । ପ୍ରଥମେ ତାଙ୍କୁ ଟି-୨୦ ବିଶ୍ବକପ ପାଇଁ ଚୟନ କରାଯାଇଥିଲା । ଏବେ ଟେଷ୍ଟ ଟିମକୁ ରିଷଭ ପନ୍ତ ଫେରିଛନ୍ତି । ପ୍ରଥମ ମ୍ୟାଚରେ ସେ ନିଜର ପୁରୁଣା ଅନ୍ଦାଜ ଦେଖାଇଛନ୍ତି । ରିଷଭ ପନ୍ତ ଚେନ୍ନାଇ ଟେଷ୍ଟର ଦ୍ବିତୀୟ ଇନିଂସରେ ଦମଦାର ଶତକ ମାରିଛନ୍ତି । ସେ ୧୨୮ଟି ବଲ୍ ଖେଳି ୧୦୯ ରନ ସଂଗ୍ରହ କରିଛନ୍ତି । ଏଥିରେ ୧୩ଟି ଚୌକା ଏବଂ ୪ଟି ଛକା ରହିଛି । ଏହା ରିଷଭ ପନ୍ତଙ୍କ ଷଷ୍ଠ ଶତକ ।

କେବଳ ପନ୍ତ ନୁହେଁ ଶୁବମନ ଗିଲ୍ ମଧ୍ୟ ଶତକୀୟ ଇନିଂସ ଖେଳିଛନ୍ତି । ୧୭୬ଟି ବଲରେ ୧୯୯ ରନ ସଂଗ୍ରହ କରି ଅପରାଜିତ ରହିଛନ୍ତି । ଟିମ୍ ଇଣ୍ଡିଆ ବାଂଲାଦେଶକୁ ୫୧୪ର ଲିଡ ଦେଇ ଘୋଷଣା କରିଛି । ବାଂଲାଦେଶ ଜିତିବାକୁ ହେଲେ ଦ୍ବିତୀୟ ଇନିଂସରେ ୫୧୫ ରନର ସଂଗ୍ରହ କରିବାକୁ ପଡ଼ିବ ।…

Related Articles

Leave a Reply

Your email address will not be published. Required fields are marked *

Back to top button