ଦେଶ- ବିଦେଶ

ମରିଗଲେ ବି ଏହି ଦିନ ଘର ଧୁଆ ପୋଛା କରନ୍ତୁ ନାହିଁ, ଲକ୍ଷ୍ମୀ ଛଡା ହୋଇଯିବେ-

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସ୍ୱଚ୍ଛତା ହିଁ ଭଗବାନ ବୋଲି କୁହାଯାଏ। ଏଥିପାଇଁ ଆମ ଶାସ୍ତ୍ର ରେ ମଧ୍ୟ ସଫା ସୁତୁରା ରହିବା ପାଇଁ ପରାମର୍ଶ ଦିଆଯାଇଛି।ସ୍ୱୟଂ କୁ ସଫା ସୁତୁରା ରଖିବା ସହିତ ନିଜ ଆଖପାଖରେ ଥିବା ପରିବେଶ କୁ ମଧ୍ୟ ସଫା ରଖିବା ଉଚିତ ହୋଇଥାଏ।ଯେଉଁ ବ୍ୟକ୍ତି ନିଜ ସହିତ ନିଜ ଆଖପାଖରେ ଥିବା ପରିବେଶ କୁ ମଧ୍ୟ ସ୍ୱଚ୍ଛ ରଖିଥାଏ, ସେ ଜୀବନ ରେ ସୁଖ ଓ ସମୃଦ୍ଧି ପ୍ରାପ୍ତ କରିଥାଏ।ଏହା ସହିତ ଆପଣ ନିଜେ ଓ ନିଜ ଘରକୁ ମଧ୍ୟ ସଫା ରଖିଲେ ମାତାଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି।

କିନ୍ତୁ ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ରେ ଏଭଳି କିଛି ଦିନ ଓ ବାର ସମ୍ବନ୍ଧରେ କୁହାଯାଇଛି, ଯେଉଁ ଦିନ ଅଥବା ବାର ରେ ଘର ପୋଛା କରିବା ଅନୁଚିତ ହୋଇଥାଏ।ଯଦି ଆପଣ ଏହି ଦିନ ମାନଙ୍କ ରେ ଘର ପୋଛା କରିଥାନ୍ତି ତେବେ ମାତାଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇଯାଇଥାନ୍ତି।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ କେଉଁ ଦିନ ମାନଙ୍କରେ ଘର ପୋଛା କରିବା ଆଦୋୖ ଉଚିତ ନୁହେଁ।

୧. ବନ୍ଧୁଗଣ ପ୍ରଥମତଃ, କେବେବି ଅମାବାସ୍ୟା, ପୂର୍ଣ୍ଣିମା ଅଥବା କୌଣସି ପର୍ବ ପର୍ବାଣୀ ଦିନ ଘର ଧୁଆ ପୋଛା କରିବା ଆଦୋୖ ଉଚିତ ନୁହେଁ। କାରଣ ଏହି ଦିନ ଆପଣଙ୍କ ଘରକୁ ମାତାଲକ୍ଷ୍ମୀ ପ୍ରବେଶ କରିଥାନ୍ତି। ତେଣୁ ଏହି ଦିନ ମାନଙ୍କରେ କେବେବି ଘର ସଫା କରନ୍ତୁ ନାହିଁ। ନଚେତ ମାତାଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି। ୨. ବନ୍ଧୁଗଣ ଦ୍ଵିତୀୟତଃ,ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେବେବି ପ୍ରାତଃକାଳ ରେ ଘର ପୋଛା କରିବା ଆଦୋୖ ଉଚିତ ନୁହେଁ। କାରଣ ଏହି ସମୟ ମାତାଲକ୍ଷ୍ମୀ ଙ୍କ ଆଗମନ ର ସମୟ ହୋଇଥାଏ। ତେଣୁ ଏହି ସମୟରେ କେବେବି ଘର ଧୁଆ ପୋଛା କରନ୍ତୁ ନାହିଁ।

୩. ବନ୍ଧୁଗଣ ତୃତୀୟତଃ, କେବେବି ଗୁରୁବାର ଦିନ ଘର ପୋଛା କରନ୍ତୁ ନାହିଁ।ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବୁଧବାର ଦିନ ଘର ପୋଛା କରନ୍ତୁ। ଗୁରୁବାର ଦିନ ଘର ପୋଛା କରିବା ଦ୍ୱାରା ଗୁରୁ ଗ୍ରହ ବୃହସ୍ପତି ଏବଂ ମାତାଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇଥାନ୍ତି। ଏହାସହିତ ଏହି କଥା ପ୍ରତି ଅଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ ଯେ, କେବେବି ଖାଲି ଜଳ ରେ ଘର ପୋଛା କରନ୍ତୁ ନାହିଁ।ନିମ୍ବ ପତ୍ରକୁ ଆଣି ଏହାକୁ ପାଣି ରେ ଭଲ ଭାବରେ ଫୁଟାଇ ଦିଅନ୍ତୁ ଏବଂ ଏହି ପାଣିକୁ ଘର ପୋଛା ପାଣିରେ ମିଶାଇ ଘର ପୋଛିବା ଦ୍ୱାରା ଆପଣଙ୍କ ଘରେ ଥିବା ସମସ୍ତ ବ୍ୟାକ୍ଟେରିଆ ନଷ୍ଟ ହୋଇଥାନ୍ତି ଏବଂ କୌଣସି ପ୍ରକାର ରୋଗ ବ୍ୟାଧି ହେବାର ମଧ୍ୟ ସମ୍ଭାବନା ରହିନଥାଏ।

ମାତାଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। ୪. ବନ୍ଧୁଗଣ ଚତୁର୍ଥତଃ, ବାସ୍ତୁଶାସ୍ତ୍ର ଅନୁସାରେ ଆପଣ ଘର ପୋଛିବା ସମୟରେ ସେହି ପାଣିରେ ଅଳ୍ପ ଲୁଣ ମିଶାଇ ଘର ପୋଛନ୍ତୁ।କାରଣ ଲୁଣ ର ସମ୍ବନ୍ଧ ଧନର ଦେବତା କୁବେର ଓ ମାତାଲକ୍ଷ୍ମୀ ଙ୍କ ସହିତ ରହିଥାଏ। ପାଣିରେ ଲୁଣ ମିଶାଇ ଘର ପୋଛିବା ଦ୍ୱାରା ମାତାଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଘରେ ବାସ କରିଥାନ୍ତି। ଏହାଦ୍ବାରା ଆପଣଙ୍କ ଘରେ କେବେବି ଧନର ଅଭାବ ରୁହେ ନାହିଁ ଏବଂ ଆପଣଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯାଏ।

Related Articles

Leave a Reply

Your email address will not be published. Required fields are marked *

Back to top button