ଦେଶ- ବିଦେଶ

୪ ବର୍ଷରେ ଦନ୍ତା ନେଲାଣି ୧୫ ଜୀବନ, ଟ୍ରାଙ୍କୁଲାଇଜ୍‌ ଉଦ୍ୟମ ଆରମ୍ଭ

ପ୍ରାୟ ୪ ବର୍ଷ ହେବ ଉତ୍ପାତ ମଚାଇଥିଲା ଦନ୍ତା ହାତୀ। ହାତୀଟି ପ୍ରାୟ ୧୫ ଜଣଙ୍କୁ ଦଳି ଜୀବନ ନେଇଥିବା ବେଳେ ବହୁ ଲୋକଙ୍କୁ କଚାଡ଼ି କରିଛି। ଏଥିସହ ବହୁ ଘରଦ୍ୱାର ଭାଙ୍ଗି ଲୋକଙ୍କୁ ବେସାହାରା କରିଥିବା ବେଳେ ଫସଲ ଖାଇ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଛି। ହାତୀଟିକୁ କାବୁ କରିବାକୁ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଉଦ୍ୟମ ପରେ ଆଜି ଆରମ୍ଭ ହୋଇଛି ଟ୍ରାଙ୍କୁଲାଇଜ ଉଦ୍ୟମ ।

ସୁନ୍ଦରଗଡ଼ ଜିଲ୍ଲା ଜାମୁଡିହି ସେକ୍ସନ୍ ତୋଡା ଜଙ୍ଗଲରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି।

କିଛି ବର୍ଷ ହେଲା କୋଇଡା ରେଞ୍ଜ ଓ ବରସୁଆଁ ଅଞ୍ଚଳରେ ଉତ୍ପାତ ମଚାଇଥିଲା ଏହି ଦନ୍ତା ହାତୀ । ହାତୀଟିର ଏପରି ଉତ୍ପାତରେ ଅତିଷ୍ଠ ଲୋକେ ଭୟଭୀତ ହୋଇ ଦିନ କାଟୁଥିଲେ। ଏଥିସହ ହାତୀଟିକୁ ତୁରନ୍ତ କାବୁ କରିବାକୁ କେତେବେଳେ ରାସ୍ତାକୁ ଓହ୍ଲାଇଥିଲେ ତ କେତେବେଳେ ରେଞ୍ଜ ଅଫିସ ଘେରାଉ କରିଥିଲେ।

ଘଟଣାସ୍ଥଳରେ ପୁଲିସ୍ ଓ ବନ ବିଭାଗ ଅଧିକାରୀ।

ତେବେ ଦୀର୍ଘ ଦିନ ପରେ ଗ୍ରାମବାସୀଙ୍କ ଦାବି ଶୁଣିଛନ୍ତି ସରକାର। ଜଙ୍ଗଲ ମନ୍ତ୍ରୀଙ୍କ ଅନୁମତି କ୍ରମେ ଆଜି ହାତୀଟିକୁ ଟ୍ରାଙ୍କୁଲାଇଜ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ଜାମୁଡିହି ସେକ୍ସନ୍ ତୋଡା ଜଙ୍ଗଲରେ ଚାଲିଛି ଦନ୍ତାର ଟ୍ରାଙ୍କୁଲାଇଜ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିନିମନ୍ତେ ନିୟୋଜିତ ଟିମ୍ରେ ପ୍ରାୟ ୬୦ ଜଣ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଛନ୍ତି।

ଏହି ଟିମ୍ରେ ରାଉରକେଲା ଆରସିସିଏଫ, ବଣାଇ ଡିଏଫଓ, କୋଇଡା ରେଞ୍ଜର, ବରସୁଆଁ ରେଞ୍ଜର, ତିନି ଜଣ ସାଇଣ୍ଟିଷ୍ଟ , କପିଳାସ ଫରେଷ୍ଟ ଅଞ୍ଚଳର ଏକ ସ୍ୱତନ୍ତ୍ର ଟିମ୍, ପ୍ରାଣୀ ଚିକିତ୍ସା ବିଭାଗର ୨ଟି ଟିମ୍, ହାତୀ ସ୍କ୍ୱାର୍ଡ ଟିମ୍ ସାମିଲ ହୋଇଛନ୍ତି।

ଆଜି ସକାଳୁ ଟ୍ରାଙ୍କୁଲାଇଜ୍ ଟିମ୍ ଜଙ୍ଗଲରେ ପହଞ୍ଚି ସାରିଥିବା ବେଳେ ପ୍ରଥମେ ହାତୀକୁ ରେଡିଓକୁଲାରି କରି ଠାବ କରିବାକୁ ଚେଷ୍ଟା କରୁଛନ୍ତି। ଏହାପରେ ହାତୀକୁ ଟ୍ରାଙ୍କୁଲାଇଜ୍ କରାଯିବ । ତେବେ ଏହାପରେ ହାତୀକୁ କେଉଁଆଡ଼େ ନିଆଯିବ ତାହା ସ୍ପଷ୍ଟ ହୋଇନି।

ତେବେ ହାତୀଟିର ଟ୍ରାଙ୍କୁଲାଇଜ କରାଯିବା ସମୟକୁ ଅଞ୍ଚଳବାସୀ ଖୁବ୍ ବ୍ୟଗ୍ର ହୋଇ ଅପେକ୍ଷା କରିଛନ୍ତି। କାରଣ ୪ ବର୍ଷ ହେଲା ସେମାନଙ୍କୁ ନାକେଦମ କରିଥିବା ହାତୀଟିକୁ ତୁରନ୍ତ ବନବିଭାଗ ସେଠାରୁ ସ୍ଥାନାନ୍ତର କରୁ ବୋଲି ସେମାନେ ଦାବି କରୁଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button