ଜ୍ୟୋତିଷ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଏହି ସମୟରେ ସ୍ନାନ କରିବା ଦ୍ଵାରା ଦୂର ହୋଇଥାଏ ଦାରିଦ୍ରତା ଓ କଷ୍ଟ

ବନ୍ଧୁଗଣ ସ୍ନାନ କରିବାକୁ ଆମେ ଏକ ସାଧାରଣ କଥା ମାନିଥାଉ । ଏହି କାରଣ ରୁ ଲୋକ ମାନେ ଯେ କୌଣସି ସମୟ ରେ ମଧ୍ୟ ସ୍ନାନ କରିଥାନ୍ତି । କିଛି ଲୋକ ବେଳେ ବେଳେ ସ୍ନାନ କରିବା ପାଇଁ ମଧ୍ୟ ଭୁଲି ଯାଇଥାନ୍ତି । କିନ୍ତୁ ଜଣାଇ ଦେବାକୁ ଚାହିଁବୁ କି ଶାସ୍ତ୍ର ଅନୁସାରେ ସ୍ନାନ କରିବା କୁ ଏକ ଅତ୍ୟନ୍ତ ହିଁ  ମହତ୍ଵପୂର୍ଣ୍ଣ କାମ ବୋଲି କୁହା ଯାଇଥାଏ । ସ୍ନାନ ବିନା ଆମ ଶରୀରର ଶୁଦ୍ଧି ହୋଇ ନଥାଏ ।

 

ବିନା ସ୍ନାନ କରି କୌଣସି କାମ କୁ ମଧ୍ୟ କରିବା ଉଚିତ ହୋଇ ନଥାଏ ।ନଚେତ ସେହି କାମ ମାନଙ୍କ ରେ ଅନେକ ପ୍ରକାରର ବଧ ବିଘ୍ନ ଦେଖା ଦେବା ଆରମ୍ଭ ହୁଏ । ଆମ ଧର୍ମ ଶାସ୍ତ୍ର ପୁରାଣ ମାନଙ୍କ ରେ କିଛି ଏପରି ନିୟମ ତଥା ମନ୍ତ୍ର ମାନଙ୍କ ବିଷୟ ରେ ଉଲ୍ଲେଖ କରାଯାଇଛି ।

ଯାହାକୁ ସ୍ନାନ କରିବା ସମୟରେ କରିବା ଦ୍ଵାରା ଜୀବନ ରୁ ନକାରାତ୍ମକ ଊର୍ଜା ର ନାସ ହୋଇ ଯାଇଥାଏ । ଏହାସହ ଦରିଦ୍ରତା ମଧ୍ୟ ଦୂର ହୋଇ ଯାଇଥାଏ । ଏହି ବିଧି ମାନଙ୍କୁ ପାଳନ କରି ସ୍ନାନ କରିବା ଦ୍ଵାରା ଆପଣ ଙ୍କର କୌଣସି ପ୍ରକାରର କିଛି ଅସୁବିଧା ହେବ ନାହିଁ । ଘରର ପ୍ରତ୍ଯେକ ବ୍ୟକ୍ତି ଯଦି ପ୍ରତିଦିନ ନିୟମିତ ସ୍ନାନ କରନ୍ତି, ତେବେ ଘରେ କଳହ ଓ ଅଶାନ୍ତି ମଧ୍ୟ ରହେ ନାହିଁ । ତାହାସହ ଘରେ ସମସ୍ତ ବ୍ୟକ୍ତି ମାନଙ୍କ ଉପରେ ମଧ୍ୟ ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ମଧ୍ୟ ଲାଗି ରହିଥାଏ ।

ଭଗବାନ ଶ୍ରୀ କୃଷ୍ଣ ଙ୍କ ମତ ରେ ସ୍ନାନ କରିବା ପାଇଁ ସର୍ବୋତ୍ତମ ସମୟ ସକାଳ ର ସମୟ କୁ ହିଁ କୁହାଯାଇଛି । ନବ ଦ୍ଵାର ଥିବା ମନୁଷ୍ୟ ମାନଙ୍କ ଶରୀରରୁ ଦିନ ରାତି କିଛି ନା କିଛି ବର୍ଜ୍ୟବସ୍ତୁ ବାହାରିଥାଏ । ତେଣୁ ଏପରି ରେ  ମନୁଷ୍ୟ ମାନଙ୍କୁ ନିତ୍ୟ ହିଁ ସ୍ନାନ କରି ନିଜ ଶରୀର କୁ ସ୍ଵଚ୍ଛ କରିଦେବା ଉଚିତ ।

ତାହାଛଡା ଯଦି ସମ୍ଭବ ହୁଏ ତେବେ ନିତ୍ୟ କୌଣସି ତୀର୍ଥ ଜଳ ରେ ହିଁ ସ୍ନାନ କରିବା ଉଚିତ । କାରଣ ଏହା ଦ୍ଵାରା ସ୍ନାନ ର ଅଧିକ ପରିଣାମ ପ୍ରାପ୍ତ ହୋଇଥାଏ । କିନ୍ତୁ ଯଦି ଏହା ସମ୍ଭବ ନ ହୁଏ, ତେବେ ଶୁଦ୍ଧ ଓ ସ୍ବଚ୍ଛ ଜଳ ରେ ହିଁ ସ୍ନାନ କରିବା ଉଚିତ । ଯେଉଁ ବ୍ୟକ୍ତି ପ୍ରତ୍ଯେକ ଦିନ ପ୍ରାତଃ ସମୟରେ ସ୍ନାନ କରିଥାଏ ସେ ବ୍ୟକ୍ତି ପାଖକୁ କୌଣସି ପ୍ରକାରର ଖରାପ ଶକ୍ତି ଆସି ପାରେ ନାହିଁ ।

ସେହି ବ୍ୟକ୍ତି ଉପରେ କେବେ ମଧ୍ୟ ନକାରାତ୍ମକ ଶକ୍ତି ର ଛାଇ ପଡି ପାରେ ନାହିଁ । ସେହି ବ୍ୟକ୍ତି ର ପାପ ର ନାସ ହୋଇ ପୂଣ୍ୟ ର ଉଦୟ ହୋଇଥାଏ । ସ୍ନାନ ସମୟରେ ଈଶ୍ଵର ଙ୍କୁ ସ୍ମରଣ କରିବା ଉଚିତ । ଶାସ୍ତ୍ର ଅନୁସାରେ ବ୍ରହ୍ମ ମୂହୁର୍ତ୍ତ ସମୟ ରେ କରିଥିବା ସ୍ନାନ କୁ ଅତ୍ୟନ୍ତ ଶ୍ରେଷ୍ଠ ସ୍ନାନ ବୋଲି କୁହାଯାଇଥାଏ ।

ତାହା ବ୍ଯତୀତ ସକାଳ ର 5 ରୁ 6 ଟା ମଧ୍ୟରେ କରିଥିବା ସ୍ନାନ କୁ ଦେବ ସ୍ନାନ ବୋଲି କୁହାଯାଇଥାଏ । ଏହି ସ୍ନାନ କୁ ମଧ୍ୟ ଶାସ୍ତ୍ର ମାତ୍ରେ ଶ୍ରେଷ୍ଠ ସ୍ନାନ ବୋଲି କୁହାଯାଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିଉବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button