ଦେଶ- ବିଦେଶ

ପ୍ରତିଦିନ ସକାଳୁ ନାଭିରେ ଏହି ଜିନିଷ ଲଗାଇଲେ କେବେବି ଧନର ଅଭାବ ହେବ ନାହିଁ ଯାହା ଚାହିଁବେ ତାହା ପାଇବେ…

ବର୍ତ୍ତମାନ ସମୟରେ ମନୁଷ୍ୟ ସାମାନ୍ୟ ବୁଲିବା ପାଇଁ ବି ଟଙ୍କା ଦେଉଛି । ଯେହେତୁ ଯୁଗ ପରିବର୍ତ୍ତନ ହୋଇଛି ଏବଂ ପ୍ରତ୍ୟେକ କ୍ଷେତ୍ରରେ ଅର୍ଥ ଦେବାକୁ ପଡ଼ୁଛି ତେଣୁ ଲୋକ ଟଙ୍କା ରୋଜଗାରକୁ ଏକମାତ୍ର ମହତ୍ୱପୂର୍ଣ୍ଣ କାମ ଭାବି ନେଇଛି । ଏବଂ ଏହା ବାସ୍ତବରେ ମଧ୍ୟ ସତ୍ୟ ଯେ ବିନା ଟଙ୍କାରେ ମଣିଷ ନିଜର କିଛିବି ଇଚ୍ଛା କିମ୍ବା ସ୍ୱପ୍ନକୁ ପୂରଣ କରି ପାରିବ ନାହିଁ । କିଛି ଲୋକ ଧନ ଉପାର୍ଜନ ପାଇଁ ଭୁଲ ରାସ୍ତାକୁ ଆପଣାଉଛନ୍ତି ଆଉ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଯେତେ ରୋଜଗାର କରିଲେ ବି ଟଙ୍କା କୁ ଉଚିତ ଖର୍ଚ୍ଚ କରି ପାରନ୍ତି ନାହିଁ । ଯାହାଦ୍ୱାରା ସେମାନଙ୍କ ପାଖରେ ସବୁବେଳେ ଅଭାବ ଦେଖା ଦେଇଥାଏ ।

ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଶାସ୍ତ୍ର ସମ୍ବନ୍ଧିତ କିଛି ଉପାୟ କହିବୁ ଯାହାକୁ ଯଦି ଆପଣ କାର୍ଯ୍ୟରେ କରିବେ ତେବେ ଆପଣଙ୍କ ପାଖରେ କେବେ ଧନର ଅଭାବ ହେବ ନାହିଁ । ଯେଉଁ ଅନୁଯାୟୀ ଯଦି ଆପଣ ନାଭିରେ ପ୍ରତ୍ୟେକ ଦିନ ଏହି ଖାସ ଜିନିଷ ଲଗାନ୍ତି ତେବେ ଆପଣଙ୍କ ପାଖରେ କେବେ ଧନର ଅଭାବ ହେବ ନାହିଁ । ଏହାଦ୍ବାରା ଧନ ଉପାର୍ଜନ ର ନୂତନ ମାର୍ଗ ମଧ୍ୟ ଖୋଲିଯାଏ । ଆପଣ ମାନେ ଜାଣିଥିବେ ଯେ ମା ପେଟ ଭିତରେ ଯେତେବେଳେ ସନ୍ତାନ ଥାଏ ସେତେବେଳେ ସେ ସବୁ ପ୍ରକାରର ପୋଷଣ ମା ନାଭିରୁ ହିଁ ନେଇଥାଏ । କାରଣ ନାଭିର ଖୁବ ମହତ୍ତ୍ୱ ଥାଏ । କିନ୍ତୁ ଅଧିକାଂଶ ଲୋକ ଏହାର ଲାଭ ଉଠାଇ ପାରନ୍ତି ନାହିଁ । ତେଣୁ ଆଜି ଆମେ ଯାହା ସବୁ ଉପାୟ କହିବୁ ତାହାକୁ ଧ୍ୟାନ ସହକାରେ ମନେ ରଖି କାମରେ ଲଗାନ୍ତୁ ।

୧ . ଶୀତ ଋତୁରେ ପ୍ରାୟ ସମସ୍ତଙ୍କର ଓଠ ଫାଟିଥାଏ । ତେଣୁ ଲୋକେ ବଜାରରୁ ଭିନ୍ନ ଭିନ୍ନ ଓଏଣ୍ଟମେଣ୍ଟ ଆଣି ଲଗାଇ ଥାନ୍ତି । କିନ୍ତୁ ଏସବୁର କିଛିବି ଆବଶ୍ୟକତା ନାହିଁ । ଯଦି ଆପଣ ନାଭିରେ ତେଲ ଲଗାନ୍ତି ତେବେ ଆପଣଙ୍କ ଓଠ ଫାଟିବା ବନ୍ଦ ହୋଇଯିବ । ଯାହାଦ୍ୱାରା ଆଉ କିଛି ଲଗାଇବାର ଆବଶ୍ୟକତା ପଡ଼ି ନଥାଏ ।

୨ . ଯଦି ଆପଣଙ୍କର ଗୁରୁ ଗ୍ରହ ଖରାପ ତେବେ ଆପଣଙ୍କ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ । ଅନେକ ଲୋକଙ୍କର ଗୁରୁ ଗ୍ରହ ବଳବାନ ଥିବା କାରଣରୁ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରନ୍ତି । ଅନେକ ଲୋକଙ୍କର ଗୁରୁ ଗ୍ରହ ବଳବାନ ନଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସେମାନେ ସମସ୍ୟାରେ ପଡନ୍ତି । ସେମାନେ ଯାହାବି କିଛି ରୋଜଗାର କରନ୍ତି ତାହା ଅଯଥା ଖର୍ଚ୍ଚ ହୋଇଯାଏ । ସେମାନେ ସବୁବେଳେ କରଜ ରେ ମଧ୍ୟ ବୁଡ଼ି ରହନ୍ତି ।

ତେଣୁ ଏପରି ସମସ୍ୟା ଦେଖା ଦେଲେ ବ୍ୟକ୍ତି ମାନେ ନାଭିରେ ହଳଦୀ ତିଳକ ଲଗାଇବା ଉଚିତ । ଏହାଦ୍ବାରା ଏହି ସମସ୍ୟା ଦୂର ହୋଇଯିବ । ଆପରିସ୍କାର ହଳଦୀ ର ପ୍ରୟୋଗ କରନ୍ତୁ ନାହିଁ ଶୁଖିଲା ହଳଦୀ ହିଁ ବ୍ୟବହାର କରନ୍ତୁ । ଏହାଦ୍ବାରା ହଳଦୀ ର ପ୍ରଭାବ ଆପଣଙ୍କ ଗ୍ରହ ଉପରେ ପଡ଼ିଥାଏ । ଯାହାଦ୍ୱାରା ଗୁରୁଗ୍ରହ ବଳବାନ ହୁଏ ଏବଂ ଆପଣଙ୍କ ଉନ୍ନତି ଆରମ୍ଭ ହୋଇଯାଏ ।

୩ . ଅନେକ ଲୋକ ଏପରି ଅଛନ୍ତି ଯେଉଁ ମାନଙ୍କର ବିବାହ ଶୀଘ୍ର ହୁଏନାହିଁ । କିମ୍ବା ବିବାହ ପରେ କଥା କଥାରେ ଝଗଡ଼ା ହୋଇଥାଏ ଏପରିକି ସବୁବେଳେ କଳି ଝଗଡ଼ା ମତାନ୍ତର ଦେଖା ଦେଇଥାଏ । ଏପରି କ୍ଷେତ୍ରରେ ଶୁକ୍ର ଗ୍ରହ ଖରାପ ଥିବା କୁହାଯାଇଥାଏ । କାରଣ ଯେଉଁ ବ୍ୟକ୍ତିଙ୍କର ଶୁକ୍ର ଗ୍ରହ ଖରାପ ଥାଏ ସେମାନଙ୍କ ବିବାହ ରେ ବିଳମ୍ବ ଦେଖା ଦିଏ କିମ୍ବା ବିବାହ ପରେ ସମସ୍ୟା ଦେଖା ଦେଇଥାଏ । ବିବାହ ପରେ ସୁଖ ପ୍ରାପ୍ତି ହୁଏନାହିଁ । ତେଣୁ ଏପରି ସ୍ଥିତିରେ ଆପଣ ନାଭିରେ ଚନ୍ଦନ ର ଲେପ ଲଗାନ୍ତୁ । କାରଣ ଚନ୍ଦନ ଶୁକ୍ର ଗ୍ରହ ସହିତ ସମ୍ବନ୍ଧିତ । ତେଣୁ ଯଦି ଆପଣ ଗାଧୋଇ ସାରିବା ପରେ ନାଭିରେ ଚନ୍ଦନ ର ଲେପ ଲଗାଇଲେ ଆପଣଙ୍କ ଜୀବନରେ ପ୍ରେମର ଆଗମନ ହୋଇଥାଏ ।

ଏହାଦ୍ବାରା ଚତୁଃପାଶ୍ୱର୍ରେ ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । କିନ୍ତୁ ଏଥିପାଇଁ ଆପଣଙ୍କୁ ଅସଲି ଚନ୍ଦନ ର ବ୍ୟବହାର କରିବା ଉଚିତ । ଚନ୍ଦନ ର ବ୍ୟବହାର ପରେ ଆପଣ ପରିବର୍ତ୍ତନ ନିଜେ ଜାଣି ପାରିବେ । ଏପରି କରିବା ଦ୍ୱାରା ବ୍ୟକ୍ତିର ଆକର୍ଷଣ ଶକ୍ତି ବୃଦ୍ଧି ହୋଇଥାଏ ଯାହାଦ୍ୱାରା ସେମାନେ ଯାହାକୁ ବି ଚାହାଁନ୍ତି ସେମାନେ ତାଙ୍କ ପ୍ରତି ଆକର୍ଷିତ ହୁଅନ୍ତି ।

ଚନ୍ଦନ କୁ ନାଭିରେ ଲଗାଇଲେ ଏହା ସହିତ ଆପଣ ଯାହା ଚାହିଁବେ ତାହା ହେବ । ଧନ ବୃଦ୍ଧି ହେବ ଏବଂ ଆପଣଙ୍କ ଉନ୍ନତି ହେବ । କିନ୍ତୁ ଏହାକୁ ଲଗାଇବା ସମୟରେ ଆପଣ ଭଲ ଚିନ୍ତା କରିବା ଉଚିତ । ଏସବୁ ବ୍ୟତୀତ ଯଦି ଆପଣ ଚନ୍ଦନ ସହିତ କେଶର ମିଶାଇ ବ୍ୟବହାର କରୁଛନ୍ତି ତେବେ ଆହୁରି ଅଧିକ ଫାଇଦା ହେବ ଏବଂ ଆପଣଙ୍କୁ ଧନ ଲାଭ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button