ଦେଶ- ବିଦେଶ

କୂଟନୀତିର ବଡ଼ ବିଜୟ, ପୁଟିନଙ୍କୁ ଭେଟି କଣ କହିଲେ ଡୋଭାଲ୍

ମସ୍କୋ: ଭାରତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗୁରୁବାର ଋଷର ସେଣ୍ଟ ପିଟ୍ସବର୍ଗରେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ସେଠାରେ ସେ ଋଷ୍-ୟୁକ୍ରେନ ଯୁଦ୍ଧ ଏବଂ ୟୁକ୍ରେନରେ ଶାନ୍ତି ସ୍ଥାପନା ପ୍ରସଙ୍ଗରେ ପୁଟିନଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା ପୁଟିନଙ୍କୁ ଦେଇଛନ୍ତି।

ନିକଟରେ ମୋଦି କରିଥିବା ୟୁକ୍ରେନ ଗସ୍ତ ବାବଦରେ ମଧ୍ୟ ଡୋଭାଲ ପୁଟିନଙ୍କୁ ଜଣାଇଥିଲେ। ଏଥିସହ ପୁଟିନ ବ୍ରିକ୍ସ ଶିଖର ସମ୍ମିଳନୀ ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ବିପାକ୍ଷିକ ବୈଠକର ପ୍ରସ୍ତାବ ରଖିଛନ୍ତି। ସୂତ୍ର ଅନୁସାରେ, ରୁଷ-ୟୁକ୍ରେନ ବିବାଦର ସମାଧାନ ଲକ୍ଷ୍ୟ ନେଇ ଡୋଭାଲ ମସ୍କୋ ଗସ୍ତ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାନ୍ତି ଯୋଜନା ଧରି ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଡୋଭାଲଙ୍କ ସହ ଆଲୋଚନା କରିବା ବେଳେ ପୁଟିନ ଆଶା କରିଛନ୍ତି ଯେ ଆସନ୍ତା ମାସରେ ରୁଷର କାଜାନରେ ହେବାକୁ ଥିବା ବ୍ରିକ୍ସ ଦେଶର ସମ୍ମିଳନୀରେ ମୋଦି ଯୋଗ ଦେବେ।

ଅକ୍ଟୋବର ୨୨ରେ ମୋଦିଙ୍କ ସହ ବ୍ରିକ୍ସ ସମ୍ମିଳନୀ ଅନ୍ତରାଳେ ଦ୍ୱିପାକ୍ଷିକ ଆଲୋଚନା କରିବା ପାଇଁ ପୁଟିନ ମନବଳାଇଛନ୍ତି। ଏ ସମ୍ପର୍କରେ ରୁଷ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ଡୋଭାଲ ରୁଷର ଏନଏସଏ ସେରଭେଇ ଶୋଇଗୁଙ୍କ ସହ ବିଭିନ୍ନ ପ୍ରସ୍ତଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସାମୂହିକ ସ୍ୱାର୍ଥ ଉପରେ ଦୁଇ ଅଧିକାରୀ କଥା ହୋଇଥିବା ଜଣାପଡ଼ିଛି। ବୈଠକରେ ୟୁକ୍ରେନ୍ ଯୁଦ୍ଧପ ସମାଧାନ ଖୋଜିବା ଲାଗି ଭାରତ ସମ୍ଭାବିତ ଭୂମିକା ଏବଂ ପାରସ୍ପରିକ ହିତ ଲାଗି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ପ୍ରକାଶ ଥାଉକି ନିକଟରେ ୟୁକ୍ରେନ ସହ ଶାନ୍ତି ଆଲୋଚନା ପାଇଁ ପୁଟିନ ପ୍ରସ୍ତୁତ ଥିବା କହିଥିଲେ। ଏଥିପାଇଁ ଭାରତ, ଚୀନ, ବ୍ରାଜିଲ ମଧ୍ୟସ୍ଥା କରିପାରିବେ ବୋଲି ସେ ପ୍ରକାଶ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button