ରାଜ୍ୟ

ମା’ ମାଣିକେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ, ନୂଆ ଖାଇବେ ଲୋକେ

ବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗଡ଼ଜାତ ଅଞ୍ଚଳରେ ଆଜି ନୂଆ ଖାଇବେ ଲୋକେ। ଆଜି ମାଆ ମାଣିକେଶ୍ବରୀଙ୍କ ପାଖେ ଲାଗି ହେବ ନବାନ୍ନ। କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କୁ ଲାଗି ହେବ ନବାନ୍ନ। ସକାଳ ୮ଟା ୨୦ରୁ ୯ଟା ୪୦ ମଧ୍ୟରେ ଲାଗି ହେବ ନବାନ୍ନ।

ନବାନ୍ନ ଲାଗି ପରେ ୧୨ଟା ଭିତରେ ନୂଆ ଖାଇବେ ଲୋକେ। ଭବାନୀପାଟଣା ସମେତ କଳାହାଣ୍ଡିର ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ଆନନ୍ଦ ଉଲ୍ଲାସର ସହ ପାଳିତ ହେବ।

ନବାନ୍ନ ପ୍ରସାଦ ପାଇବା ପାଇଁ ମନ୍ଦିରରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରଦ୍ଧାଳୁମାନଙ୍କ ସୁବିଧା ନିମନ୍ତେ ବ୍ୟାରିକେଡ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଗଡ଼ଜାତ ଅଞ୍ଚଳ ଲାଞ୍ଜିଗଡ, ଜୟପାଟଣା, ଭବାନୀପାଟଣା, ମଦନପୁର-ରାମପୁର ଓ ମାଣିକେଶ୍ବରୀଙ୍କ ମୂଳ ପୀଠ ଥୁଆମୂଳ ରାମପୁରରେ ନୂଆଁଖାଇ ପାଳିତ ହେବ। ସକାଳୁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଦ୍ବାର ଖୋଲାହେବ। ଅଧିଷ୍ଠାତ୍ରୀ ଦେବୀଙ୍କ ଠାରେ ନବାନ୍ନ ଲାଗିବା ପରେ ମନ୍ଦିରରୁ ଭୋଗ ନେଇ ନିଜ ନିଜ ଘରେ ନବାନ୍ନ ଭକ୍ଷଣ କରିବେ ଗଡ଼ଜାତ ଅଞ୍ଚଳବାସୀ।

କଳାହାଣ୍ଡି ଜିଲ୍ଲାର ଗ୍ରାମ ଗୁଡିର ପ୍ରତି ଘରେ ଘେରେ ପରିବାର ସଦସ୍ୟ ଏକାଠି ବସି ନୂଆଁଖାଇଥାନ୍ତି । ଏହାପରେ ଆରମ୍ଭ ହୋଇଥଏ ଜୁହାର ଭେଟ ପର୍ବ । ସାନମାନେ ମୁଣ୍ଡିଆମାରି ବଡ଼ମାନଙ୍କ ଠାରୁ ଆଶୀର୍ବାଦ ନେବେ । ଏହାପରେ ଜମେ ନାଚଗୀତର ଆସର । ଢୋଲ, ନିଶାନ ତାସା ସହ କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ଘୁମ୍‍ ଘୁମ୍‍ ଶବ୍ଦରେ ଦୁଲୁକି ଉଠିବ ଗାଁଠୁ ସହର ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button