୯ ବର୍ଷ ପରେ କମ ବ୍ୟାକ୍ କରିବେ ଇମ୍ରାନ ଖାନ

ମୁମ୍ବାଇ: ଅଭିନେତା ଇମ୍ରାନ ଖାନ ଦୀର୍ଘ ସମୟ ଧରି ଅଭିନୟ ଜଗତରୁ ଦୂରେଇ ରହିଥିଲେ। ପ୍ରାୟ ୯ ବର୍ଷ ପରେ ଦିଲ୍ଲୀ ବେଲି’ ଏବଂ ‘ଆଇ ହେଟ୍ ଲଭ ଷ୍ଟୋରୀ’ର ଅଭିନେତା ଇମ୍ରାନ ଖାନ ପ୍ରତ୍ୟାବର୍ତ୍ତନ କରୁଛନ୍ତି।
ରିପୋର୍ଟ ଅନୁଯାୟୀ, ଅଭିନେତା ଜଣକ ଆମିର ଖାନଙ୍କ ପ୍ରଡକ୍ସନ୍ସ ହାଉସ ଦ୍ବାରା ନିର୍ମିତ ଏକ ଫିଲ୍ମ ଯୋଗେ ସେ ବଲିଉଡକୁ ପ୍ରତ୍ୟାବର୍ତ୍ତନ କରିବେ।
ଏହି ଚଳଚ୍ଚିତ୍ରଟି ଡାନିସ ଅସଲମଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ ।
ଆମୀର ଖାନ ପ୍ରଡକ୍ସନ୍ସର ପ୍ରଥମ ଓଟିଟି ଚଳଚ୍ଚିତ୍ରରେ ଇମ୍ରାନ ଖାନ ନଜର ଆସିବେ। ଫିଲ୍ମର ସୁଟିଂ କିଛି ମାସ ପରେ ଆରମ୍ଭ ହେବ ।୨୦୧୫ ରେ ଇମ୍ରାନ ଖାନ ତାଙ୍କର ଶେଷ ଚଳଚ୍ଚିତ୍ର ‘କଟ୍ଟି-ବଟ୍ଟି’ କରିଥିଲେ ।
ଏହି ଅଭିନେତା ଶିଶୁ କଳାକାର ଭାବରେ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ, ତାଙ୍କୁ ୧୯୮୮ ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କୟାମତ ସେ କୟାମତ ତକ’ରେ ଦେଖିବାକୁ ମିଳିଥିଲା। ଏହା ପରେ ସେ ୨୦୦୮ ଚଳଚ୍ଚିତ୍ର ‘ଜାନେ ତୁ, ୟା ଜାନେ ନା’ ରେ ମୁଖ୍ୟ ଅଭିନେତା ଭାବରେ ଡେବ୍ୟୁ କରିଥିଲେ। ଡେନିଶ୍ ଏବଂ ଇମ୍ରାନ୍ ପୂର୍ବରୁ ୨୦୧୦ ରେ ଆସିଥିବା ଚଳଚ୍ଚିତ୍ର ‘ବ୍ରେକ୍ କେ ବାଦ୍’ରେ ଏକାଠି କାମ କରିଥିଲେ। ଏହି ଫିଲ୍ମରେ ଦୀପିକା ପାଦୁକୋନ୍ ଏବଂ ଶର୍ମିଲା ଟାଗୋର ମଧ୍ୟ ଅଭିନୟ କରିଥିଲେ।




