ଦେଶ- ବିଦେଶ

ଖୋଲା ଆକାଶ ତଳେ ବସିଛି ସଂସଦ ଅଧିବେଶନ, ଆଲୋଚନା କରୁଛନ୍ତି ଛାତ୍ରଛାତ୍ରୀ

ରଭଙ୍ଗା: ଚେୟାରରେ ବସିଛନ୍ତି ବାଚସ୍ପତି । ଗୋଟିଏ ପାର୍ଶ୍ୱରେ ଶାସକ ଦଳର ନେତା ଏବଂ ଅନ୍ୟ ପାର୍ଶ୍ୱରେ ବସିଛନ୍ତି ବିରୋଧି । ତାହା ପୁଣି ଖୋଲା ଆକାଶ ତଳେ ଚାଲିଛି ଅଧିବେଶନ । ବିରୋଧି ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରୁଥିବାବେଳେ ଶାସକ ଦଳର ନେତା ମାନେ ତାର ଉତ୍ତର ରଖିଛନ୍ତି ।

ତେବେ ଆଜିକାଲି ଦୁନିଆରେ ଆଇନ୍ ଯେତେ କଠୋର ହେବାରେ ଲାଗିଛି ଲୋକେ ସେତେ ନିୟମ ଭାଙ୍ଗିବାରେ ଲାଗିଛନ୍ତି ।

ଯେମିତି କି ସେମାନଙ୍କୁ କାହାର ଡର ଭୟ ହିଁ ନାହିଁ । ସମାଜରେ ସବୁବେଳେ ନଜିର ରହିଛି ଦୁର୍ବଳ ଉପରେ ସବଳର ଅତ୍ୟାଚାର। ଖାସ୍ କରି ନାରୀ ମାନଙ୍କ ଉପରେ । ଯାହାକୁ ନେଇ ନାରୀ ଶିକ୍ଷା, ନାରୀ ନିର୍ଯ୍ୟାତନା ଓ ଏହାର ସମାଧାନ, ଶିକ୍ଷା,ଏହା ସହିତ ଆତଙ୍କବାଦ, ଆନ୍ତଃରାଷ୍ଟ୍ରିୟ ବିବାଦ ପ୍ରସଙ୍ଗରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।

ଖୋଲା ଆକାଶ ତଳେ ବସିଛି ସଂସଦ । ଆପଣ ଭାବୁଥିବେ କେଉଁଠି ଏମିତି ଖୋଲା ଆକାଶ ତଳେ ବସିଛି ସଂସଦ । ଆଉ ନେତାଙ୍କ ପରି କିଏ କରୁଛନ୍ତି ଏଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା । ତେବେ ସୂଚନା ଥାଉକି, ଆଲୋଚନା କରୁଥିବା ଏହି ନେତାମାନେ ନିର୍ବାଚିତ ହୋଇନାହାନ୍ତି । ଏମାନେ ହେଉଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟରେ ଛାତ୍ର ମାନଙ୍କ ପକ୍ଷରୁ ଏଭଳି ଏକ ସଂସଦ କାର୍ଯ୍ୟକ୍ରମ ଆୟୋଜନ କରି ଆଲୋଚନା ଚାଲିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ପି.ଏମ.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଯୁବ ସଂସଦ ପକ୍ଷରୁ ଏହି ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସନକ ମେହେର ଏହାର ତଦାରଖ କରିଥିବାବେଳେ, ଏହି ସଂସଦ କାର୍ଯ୍ୟକ୍ରମରେ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ । ଏଭଳି କାର୍ଯ୍ୟକ୍ରମକୁ ସବୁ ମହଲରୁ ଛୁଟୁଛି ପ୍ରଶଂସା ।

Related Articles

Leave a Reply

Your email address will not be published. Required fields are marked *

Back to top button