ରାଜ୍ୟ

ଝାଡାବାନ୍ତି ଆତଙ୍କ: ଦୁଇ ମୃତ, ୫୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ଦେଓଗାଁ: ଦେଓଗାଁ ବ୍ଲକ ସିଂହା ମୁଣ୍ଡା ପଞ୍ଚାୟତ ର କନ୍ଧପାଲିପଡ଼ାରେ ଝାଡାବାନ୍ତି ଆତଙ୍କ। ଝାଡାବାନ୍ତିରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ଜଣାପଡିଛି। ନୁଆଁଖାଇ ପର୍ବର ଛାଡଖାଇ ପାଳନ ପରେ ମଙ୍ଗଳବାର ରାତିରେ ଗାଁରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା ।

ଝାଡାବାନ୍ତିରେ କନ୍ଧପାଲିପଡାର ସୁରୁ ନାଗଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ସୁଶୀଲ ବଗର୍ତ୍ତୀ ଙ୍କ ମୃତ୍ୟୁ ହୋଇଥିବା ବିଜେଡି ଛାତ୍ର ସଭାପତି ଦୀପକ ବେହେରା ସୂଚନା ଦେଇଛନ୍ତି। ସେପଟେ ଏ ନେଇ ଦେଓଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସୁପରିଟେଣ୍ଡେଣ୍ଟ କହିଛନ୍ତି କେଉଁ କାରଣରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି , ସେ ନେଇ ତଦନ୍ତ ଚାଲିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button