ଦେଶ- ବିଦେଶ

ରାତିରେ ତକିଆ ତଳେ ରଖି ଦିଅନ୍ତୁ ତୁଳସୀ ପତ୍ର । ମିଳିଥାଏ ଏକାଧିକ ଲାଭ

ତୁଳସୀ ପତ୍ରକୁ ଯଦି ଆପଣ ତକିଆ ତଳେ ପ୍ରତ୍ୟେକ ଦିନ ରଖି ଶୁଅନ୍ତି ତେବେ ଆପଣ ମାଲାମାଲ ହୋଇ ପାରିବେ । ହିନ୍ଦୁ ଧର୍ମରେ ଏମିତିରେ ତ ତୁଳସୀ ଗଛର ଅନେକ ମହତ୍ତ୍ୱ ରହିଛି । ପୁଣି ତୁଳସୀ ଗଛରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି ଯେଉଁ କାରଣରୁ ଅନେକ ଦେଶର ଲୋକେ ମଧ୍ୟ ଏହାକୁ ନେଇ ଘରେ ରହିବା ଆରମ୍ଭ କରିଛନ୍ତି । ଏହାବ୍ୟତୀତ ତୁଳସୀ ଗଛ ମନୁଷ୍ୟର ଜୀବନକୁ ମଧ୍ୟ ବଦଳାଇ ପାରେ ।

ସାଧରଣତଃ ମଧୁମେହ ରୋଗ , କ୍ୟାନ୍ସର , ମହାମାରୀ ସମୟରେ ସମସ୍ୟା ଏବଂ ତ୍ୱଚା ସମ୍ବନ୍ଧୀୟ କୌଣସିବି ସମସ୍ୟା ତୁଳସୀ ଦ୍ୱାରା ଠିକ ହୋଇଥାଏ । ତୁଳସୀ ଗଛ ମନୁଷ୍ୟ ଜୀବନରୁ ଅନେକ ବାଧା ବିପତ୍ତି ମଧ୍ୟ ଦୂର କରିଥାଏ । ତେଣୁ ପ୍ରତ୍ୟେକ ଦିନ ସକାଳୁ ତୁଳସୀ ଗଛ ମୂଳରେ ଏକ ଲୋଟା ପାଣି ଦେବା ନିତାନ୍ତ ଆବଶ୍ୟକ ଅଟେ ।

ଏହାପରେ ତୁଳସୀ ଗଛ ପାଖରେ ମନ୍ତ୍ର ଜପ କରନ୍ତୁ । ମନୁଷ୍ୟ କୌଣସିବି ଘରେ ରହୁ ଛୋଟ କିମ୍ବା ବଡ଼ , ଘର ସାମ୍ନାରେ ଏକ ତୁଳସୀ ଗଛ ରଖିବା ଉଚିତ । ଏହାଦ୍ବାରା ସକାରାତ୍ମକ ଶକ୍ତି ଉପଲବ୍ଧ ରହିଥାଏ ଏବଂ ଘରକୁ ମଧ୍ୟ ସକାରାତ୍ମକତା ପ୍ରବେଶ କରିଥାଏ । ପ୍ରତ୍ୟେକ ଦିନ ତୁଳସୀ ଗଛ ପାଖରେ ବସି କୌଣସିବି ମନ୍ତ୍ର ଜପ କରିବା ଉଚିତ । ତେବେ ତାହା ‘ ଓଁ ନମଃ ଭଗବତେ ବାସୁଦେବାୟ ‘ ହେଉ କିମ୍ବା ‘ ତୁଳସୀ ମାତା ନମଃ ‘ ଜପ କରନ୍ତୁ ।

ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଏହାବ୍ୟତୀତ ୧୦୮ ଥର ତୁଳସୀର ପରିକ୍ରମା ମଧ୍ୟ କରନ୍ତୁ । ଏହା ଅତ୍ୟନ୍ତ ଲାଭଦାୟକ ଏବଂ ରାମବାଣ ସଦୃଶ୍ୟ ହୋଇଥାଏ । ତୁଳସୀ ଗଛକୁ ଖୁବ ଯତ୍ନରେ ରଖିବା ସତ୍ତ୍ୱେବି ଯଦି ତୁଳସୀ ଗଛ ମରି ଯାଉଛି ତେବେ ଏହାର ଅର୍ଥ ଆପଣଙ୍କ ଘରକୁ ଆସୁଥିବା ବଡ଼ ବିପଦ ତୁଳସୀ ଗଛ ନିଜ ଉପରକୁ ନେଇ ଯାଏ ।

ତେଣୁ ବୁଝିଯିବା ଉଚିତ ଯେ ଘରେ କୌଣସି ସଦସ୍ୟ ଉପରେ ବୁଧ ମହା ଦୋଷା ଚାଲିଛି । ତେଣୁ ଯଦି ଘରେ ତୁଳସୀ ଗଛ ଶୁଖି ଯାଉଛି ତେବେ ତାହାକୁ ବାହାର କରି ନୂଆ ତୁଳସୀ ଗଛ ଲଗାଇ ଦିଅନ୍ତୁ । ଏହାବ୍ୟତୀତ ରାତିରେ ଶୋଇବା ପୂର୍ବରୁ ତକିଆ ତଳେ ତୁଳସୀ ପତ୍ର ରଖିବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଚାରୋଟି ତୁଳସୀ ପତ୍ର ତକିଆ ତଳେ ରଖି ଶୋଇ ଯାଆନ୍ତୁ ।

ଆଗାମୀ ଦିନ ଉଠି ସେଥିରୁ ଦୁଇଟି ସେବନ କରି ଅନ୍ୟ ଦୁଇଟିକୁ ସଞ୍ଚୟ କରି ରଖନ୍ତୁ । ଏହିଭଳି ୪୩ ଦିନ ପର୍ଯ୍ୟନ୍ତ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ମସ୍ତିଷ୍କ ଠିକ ରହେ ଏବଂ ମାନସିକ ଚିନ୍ତା ଦୂର ହୁଏ । କାରଣ ତୁଳସୀ ପତ୍ରରୁ ବାହାରୁଥିବା ସକାରାତ୍ମକ ତରଙ୍ଗ ସଂସ୍ପର୍ଶରେ ଆସିଲେ ବ୍ୟକ୍ତିର ମାନସିକତା ଭଲ ରହେ ଏବଂ ଚିନ୍ତା ମଧ୍ୟ ଦୂର ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button