ଦେଶ- ବିଦେଶ

ପତ୍ନୀ କୁ ପତି ର ଏହି ଦିଗରେ ଶୋଇବା ଉଚିତ ନୁହେଁ ଜୀବନ ସାରା ଦୁଃଖ ଭୋଗିବାକୁ ପଡିପାରେ |

ଆମର ପ୍ରତ୍ୟେକ ଦିନର କାର୍ଯ୍ୟକଳାପ ର ପ୍ରଭାବ ଆମ ଘରର ବାସ୍ତୁ ଉପରେ ବି ଅବଶ୍ୟ ହିଁ ପଡିଥାଏ | ଆମର ରହଣି ସହଣୀ ଖାଦ୍ୟ ପେୟ, ଆମର ବିଚାର ଏବଂ ଆମର ଆଚରଣ ଯେପରି ହୋଇଥାଏ ସେହି ପରି ପ୍ରଭାବ ଆମ ଜୀବନ ରେ ବି ପଡିଥାଏ | ଏହା ସହ ଆମ ବ୍ୟବହାର ଏବଂ ଆମର ଅଭ୍ୟାସ ରେ ମଧ୍ୟ ଆମ ଜୀବନ ପ୍ରଭାବିତ ହୋଇଥାଏ |

ବାସ୍ତୁ ଶାସ୍ତ୍ର ର କିଛି କଥା କୁ ମାନିବା ଆମ ଦୈନିକ ଜୀବନ ରେ ନିତ୍ୟନ୍ତ ଜରୁରୀ ହୋଇଥାଏ | ଏବଂ ତାକୁ ଅଭ୍ୟାସ ରେ ପରିଣତ କରିବା ମଧ୍ୟ ଉତ୍ତମ ହୋଇଥାଏ | ଯେପରି ନିତ୍ୟ ସ୍ନାନ ସମୟ ରେ କରିବା, ଠିକ ସମୟ ରେ ପ୍ରତି ଦିନ ଖାଇବା ଅର୍ଥାତ ସମସ୍ତ କାର୍ଯ୍ୟ ସମୟ ରେ କରିବା | ଏହା ଆମର ଶୋଇବା ଉଠିବା ମଧ୍ୟ ଠିକ ସମୟ ରେ ହେବା ଅତ୍ୟନ୍ତ ଜରୁରୀ ହୋଇଥାଏ | ଏହା ସ୍ୱାସ୍ଥ୍ୟ ପାଇଁ ଭଲ ହେବା ସହ ଆମ ଶାସ୍ତ୍ର ଏହାକୁ କରିବା ଅନିର୍ବାଯ୍ୟ କୁହାଯାଇଛି |

ଭଲ ନିଦ ଆମ ପାଇଁ ବହୁତ ଜରୁରୀ ହୋଇଥାଏ ଏହା ଦ୍ୱାରା ଆମ ମନ ମସ୍ତିକ ଠିକ ରହିବା ସହ ଆମକୁ ଉର୍ଜା ବି ମିଳିଥାଏ | ଆମ ବାସ୍ତୁ ଶାସ୍ତ୍ର ରେ ମଧ୍ୟ ଆମ ଶୋଇବାର ଏବଂ ସ୍ବପ୍ନ ବିଷୟରେ ଅନେକ ପ୍ରକାରର ନିୟମ ବିଷୟରେ କୁହାଯାଇଛି | ଯେମିତିକି ଆମକୁ କେଉଁ ସମୟ ରେ ଶୋଇବା ଉଚିତ ଏବଂ କେଉଁ ସମୟ ରେ ନୁହେଁ | କିପରି ଶୋଇବା ଉଚିତ କେଉଁ ଦିଗ କୁ ମୁଣ୍ଡ ଏବଂ ଗୋଡ଼ ରଖି ଶୋଇବା ଉଚିତ ଇତ୍ୟାଦି |

ଏହା ସହିତ ଆମକୁ କେତେ ସମୟ ଶୋଇବା ଉଚିତ ଏହା ମଧ୍ୟ ବାସ୍ତୁ ଶାସ୍ତ୍ର ରେ କୁହା ଯାଇଛି | ଏବଂ ଏହାର ସିଧା ସମ୍ବନ୍ଧ ଆମର ଆର୍ଥିକ ଏବଂ ପାରିବାରିକ ସହ ଯୋଡ଼ି ହୋଇ ରହିଥାଏ | ଖାସ କରି ଘର ର ମହିଳାଙ୍କୁ ଏହି ନିୟମ ନିଶ୍ଚିନ୍ତ ମାନିବା ଉଚିତ | ବନ୍ଧୁଗଣ ଆଜି ଆମେ ଶୋଇବାର ଏହି ନିୟମ ବିଷୟରେ କହିବୁ ତେବେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ରେ ଶୋଇବାକୁ ନେଇ କଣ କୁହାଯାଇଛି

1.ସର୍ବପ୍ରଥମେ ଜାଣି ରଖନ୍ତୁ ଘରର ମୁଖିଆ ଙ୍କ ଶୟନ କକ୍ଷ ଘରର ଦକ୍ଷିଣ ପଶ୍ଚିମ ଦିଗ ରେ ରହିବା ଉଚିତ | ଏହି ଦିଗ ରେ ଶୟନ କକ୍ଷ ରହିବା ଦ୍ୱାରା ଚାକିରୀ ଏବଂ ବିଜନେସ ରେ ଲାଭ ହୋଇଥାଏ ଘର ପରିବାର ସୁଖ ସମୃଦ୍ଧି ରେ ଭରିଯାଏ |

2. ଶୋଇବା ସମୟ ରେ ଆମ ମୁଣ୍ଡ ଦକ୍ଷିଣ କିମ୍ବା ପୂର୍ବ ଦିଗ ରେ ରହିବା ଉଚିତ | ଏହା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ | ଦକ୍ଷିଣ ଦିଗକୁ ପାଦ କରି ଶୋଇବା ଉଚିତ ନୁହେଁ | କାରଣ ଏହା ମୁତ୍ୟୁ ର ଦେବତା ଯମରାଜ ଙ୍କର ହୋଇଥାଏ | ସେହିପରି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ନୁହେଁ | ସୂର୍ଯ୍ୟ ଆମର ପୂଜ୍ୟ ଦେବତା ହୋଇଥାନ୍ତି ତେଣୁ ପୂର୍ବ ଦିଗକୁ କେବେ ବି ଗୋଡ଼ କରି ଶୋଇବା ଉଚିତ ନୁହେଁ |

3.ମହିଳାଙ୍କୁ ଶୀଘ୍ର ସୋଇ ଶୀଘ୍ର ଉଠିଯିବା ଉଚିତ | ନିତ୍ୟକର୍ମ ସାରି ପୂଜା ପାଠ କରିବା ଉଚିତ | ଏହିପରି କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହ ଘର ପରିବାର ମଧ୍ୟ ସୁଖୀ ଏବଂ ଚିନ୍ତା ମୁକ୍ତ ହୋଇଥାନ୍ତି | ତେବେ ଯେଉଁ ମହିଳା ଡେରି ରେ ସୋଇ ଡେରି ରେ ଉଠନ୍ତି ସେହି ଘରେ କାଙ୍ଗାଳି ବାସ କରିଯାଏ | ତେଣୁ ମହିଳାଙ୍କୁ ଶୀଘ୍ର ଉଠି ଘରର ଅନ୍ୟ ସଦସ୍ୟ ଙ୍କୁ ମଧ୍ୟ ଉଠେଇବା ଉଚିତ |

4.ମହିଳାଙ୍କୁ ଦିନ ରେ ଶୋଇବା ଉଚିତ ନୁହେଁ ଏହିପରି କରିବା ଦ୍ୱାରା ତନ ଏବଂ ମନ ରେ ଅଳସ ଭରିଯାଏ | ଏବଂ ଏହାର ଦୁଷପ୍ରଭାବ ଘର ସମସ୍ତ ସଦସ୍ୟ ଉପରେ ପଡିଥାଏ ଏବଂ ଆର୍ଥିକ ଅସୁବିଧା ମଧ୍ୟ ହୋଇଥାଏ | ମହିଳାଙ୍କୁ ସନ୍ଧ୍ୟା ରେ ମଧ୍ୟ ଶୋଇବା ଉଚିତ ନୁହେଁ ଏହା ଦ୍ୱାର ଘରୁ ଲକ୍ଷ୍ମୀ ଚାଲିଯାନ୍ତି |

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button