ରାଜ୍ୟ

ପୋଟେରୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ବେହାଲ, ପାଣି ଘେରରୁ ୧୬୨ ଜଣଙ୍କୁ ଉଦ୍ଧାର

ମାଲକାନଗିରି : ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ହେଲେ ଲୋକଙ୍କ ଦୁଃଖ ବଢିଛି । ଜିଲ୍ଲାର ପୋଟେରୁ ଅଞ୍ଚଳରେ ଅଧିକ କ୍ଷତି ସହିବାକୁ ପଡିଛି । ତେବେ ତଳିଆ ଲୋକଙ୍କୁ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗ ଉଦ୍ଧାର କରି ଆଶ୍ରୟସ୍ଥଳୀରେ ପହଞ୍ଚାଇଛନ୍ତି । ୧୬୨ ଜଣଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଛି । ବନ୍ୟା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଆଜି ପ୍ରମ୍ମୁଖ ସଚିବ ବିଷ୍ଣୁପଦ ସେଠି ଏବଂ ଅଗ୍ନିଶମ ବିଭାଗ DG ସୁଧାଂଶୁ ଷଡଙ୍ଗୀ ପହଞ୍ଚି ସମୀକ୍ଷା କରିଛନ୍ତି।

ମାଲକାନଗିରିର ହାଲ ବେହାଲ । ବର୍ଷା କମିଛି, ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା । ଏବେବି ଅନେକ ପୋଲ ଉପରେ ପାଣି ଚାଲୁଛି । ପୋଟେରୁ ପୋଲ ଉପରୁ ଜଳ ସ୍ତର ଖସି ନାହିଁ । ପୋଟେରୁ ସମେତ କାଙ୍ଗୋରୁକୋଣ୍ଡା, କନ୍ୟାଶ୍ରମ, ଏମଭି ୯୦, ଏମଭି ୯୬ ଆଦି ପୋଲ ଉପରେ ଏ ଯାଏଁ ପାଣି ଚାଲିଛି । ତେବେ ବନ୍ୟା ପରେ ଗାଁ ଗଣ୍ଡା ସମେତ ୩୨୬ ନଂ ଜାତୀୟ ରାଜପଥ ରାସ୍ତା ଧୋଇ ହୋଇଯାଇଛି । ଅନେକ ଘରଦ୍ଵାର ଭାଙ୍ଗି ନଷ୍ଟ ହୋଇଛି।

ଅନ୍ୟପଟେ ପ୍ରବଳ ବର୍ଷାରେ ଧୋଇଗଲା ମାଲକାନଗିରି କନ୍ୟାଶ୍ରମ ଗାଁ ନିକଟସ୍ଥ ରାସ୍ତା । ଲଗାଣ ବର୍ଷା ଯୋଗୁଁ ଗତକାଲିଠାରୁ ଜଳ ଘେରରେ ରହିଥିଲା କନ୍ୟାଶ୍ରମ ଗାଁ । ଜଳସ୍ତର କମିବା ସହ ଧୋଇ ହୋଇଗଲା ରାସ୍ତା । ପଡିଆ କାଲିମେଳା ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି ଏବେ ବି କନ୍ୟାଶ୍ରମ ପୋଲ ଉପରେ ୮ ଫୁଟ ଉଚ୍ଚ ପାଣି ଚାଲୁଛି । ସେପଟେ ଜିଲ୍ଲାର ପାଙ୍ଗାମ ପୋଲରୁ ଖସିଲା ବନ୍ୟା ଜଳ ।

୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସ୍ବାଭାବିକ ହୋଇଛି।ଜିଲ୍ଲା ଲଗାଣ ବର୍ଷାରେ ମାଲକାନଗିରି ଖଇରପୁଟ ବ୍ଲକର ବଣ୍ଡାଘାଟି ଅଞ୍ଚଳ ଅନେକ ପ୍ରଭାବିତ ହୋଇଛି ବର୍ଷାରେ ଅନେକ ଘର ଭାଙ୍ଗିଯାଇଛି ମାଟି କୁଡିଆ ସବୁ ବର୍ଷାରେ ଭୁଶୁଡି ପଡିଛି ଅସହାୟ ଲୋକେ ବର୍ଷା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଣ୍ଡ୍ରାହାଲ ପଞ୍ଚାୟତରେ ମଧ୍ୟ ଅନେକ ସ୍ଥାନରେ ରାସ୍ତା ଧୋଇଯାଇଛି ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି । ସେଇଭଳି କୋରୁକୋଣ୍ଡା ବ୍ଲକ ବାୟାପଡା ଘାଟିରେ ଭୁସ୍କଳନ ଘଟି 18 ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button