ରାଜ୍ୟ

୪ଦିନ ପରେ ସ୍ଵାଭାବିକ ହେଲା ମାଲକାନଗିରି ଜିଲ୍ଲା, ବିଭିନ୍ନ ପୋଲ ଉପରୁ ଖସିଲା ପାଣି

ମାଲକାନଗିରି: ୪ ଦିନର ଲଗାଣ ବର୍ଷା ପରେ ମାଲକାନଗିରିରେ ସ୍ଥିତି ସ୍ବାଭାବିକ । ପୋଟେରୁ ,କାଙ୍ଗୁରକୋଣ୍ଡା ,କନ୍ୟାଶ୍ରମ ପୋଲ ଉପରୁ ପାଣି କମିବାରେ ଲାଗିଛି । ଫଳରେ ମାଲକାନଗିରି ରୁ ମୋଟୁ ଏବଂ କାଲିମେଳାରୁ ପଡିଆକୁ ଯାତାୟାତ ସ୍ୱାଭାବିକ ହୋଇଛି । ପାଣି କମିବା ପରେ ଲୋକମାନେ ଭଙ୍ଗା ଘର ସଜାଡିବାରେ ଲାଗିଛନ୍ତି ।

ସେପଟେ ବାଲିମେଳା ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି ।

ଜଳଭଣ୍ଡାରରେ ଜଳ ଧାରଣ ସର୍ବୋଚ୍ଚ କ୍ଷମତା ୧୫୧୮ ଫୁଟ ଥିବାବେଳେ ବର୍ତମାନ ଜଳସ୍ତର ରହିଛି ୧୫୦୭ ଫୁଟ । ଆସନ୍ତାକାଲି ସକାଳ ୯ଟା ସମୟରେ ବାଲିମେଳା ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି ପୋଟେରୁ ବୃହତ ଜଳସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ ପୀତବାସ ସେଠି ସୂଚନା ଦେଇଛନ୍ତି । ତେଣୁ ବାଲିମେଳା ବନ୍ଧର ତଳ ମୁଣ୍ଡରେ ବସବାସ କରୁଥିବା ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି କହିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button