ଦେଶ- ବିଦେଶ

କେଦାରନାଥରେ ଭୟଙ୍କର ଭୂସ୍ଖଳନ, ୫ ଜଣଙ୍କ ମୃତ୍ୟୁ; ଅନେକ ଯାତ୍ରୀ ଦବି ରହିଥିବା ଆଶଙ୍କା

ତ୍ତରାଖଣ୍ଡରେ କେଦାରନାଥ ରାଜପଥ ନାମରେ ଜଣାଶୁଣା ସୋନପ୍ରୟାଗ-ମୁନକଟିଆ (ରୁଦ୍ରପ୍ରୟାଗ) ମଧ୍ୟରେ ଏକ ଭୟଙ୍କର ଭୂସ୍ଖଳନ ଘଟିଛି । ଏହି ଭୂସ୍ଖଳନରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଭଗ୍ନାବଶେଷ ମଧ୍ୟରେ ଅନ୍ୟ କେତେକ ଯାତ୍ରୀ ଦବି ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି ।

ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ, ସ୍ଥାନୀୟ ପ୍ରଶାସନ, NDRF ଓ SDRF ଟିମ୍ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଖବର ପାଇ NDRF, SDRF ଏବଂ ସୋନପ୍ରୟାଗ ସେକ୍ଟର ମାଜିଷ୍ଟ୍ରେଟ ତୁରନ୍ତ ଉଦ୍ଧାର ପାଇଁ ପହଞ୍ଚିଥିଲେ । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଦ୍ରୁତ ଅପରସେନ୍ ଚଳାଇଥିଲେ । ଭଗ୍ନାବଶେଷ ଭିତରୁ ୫ ଜଣ ମୃତକ ଏବଂ ୨ ଜଣ ଆହତଙ୍କୁ ବାହାର କରାଯାଇଥିଲା । ଆହତମାନଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ସୋନପ୍ରୟାଗ ପଠାଯାଇଛି ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସିଏମ୍‌ କହିଛନ୍ତି ଯେ ସୋନପ୍ରୟାଗ-ମୁନକଟିଆ (ରୁଦ୍ରପ୍ରୟାଗ) ମଧ୍ୟରେ ଭୂସ୍ଖଳନ ଯୋଗୁ କିଛି ଯାତ୍ରୀ ଦବିଯାଇଥିବାର ଦୁଃଖଦ ସୂଚନା ମିଳିଥିଲା । ମୁଁ ନିଜେ ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛି ଏବଂ ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ମୁଁ ବାବା କେଦାରଙ୍କୁ ପ୍ରାର୍ଥନା କରୁଛି ।

ସିଏମ୍ ଧାମି କହିଛନ୍ତି, ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ସରକାରଙ୍କ ଦ୍ୱାରା ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button