ଦେଶ- ବିଦେଶ

ହରିୟାଣାରେ ଏକା ଲଢ଼ିବାକୁ ପ୍ରସ୍ତୁତ ହେଉଛି ଆପ୍

ମାଜ ଡିଜିଟାଲ​‌ ଡେସ୍କ: ଆମ ଆଦମୀ ପାର୍ଟି(ଆପ) ଏକ ଜାତୀୟ ଦଳ। ତେଣୁ ହରିୟାଣା ବିଧାନସଭା ନିର୍ବାଚନରେ ଆପ୍‌ ଏକା ଲଢ଼ିବାକୁ ପ୍ରସ୍ତୁତି ଚଳାଇଥିବା କହିଛନ୍ତି ଦଳର ବରିଷ୍ଠ ନେତା ସଞ୍ଜୟ ସିଂହ।

ସଞ୍ଜୟ କହିଛନ୍ତି, ଆମ ପାଖରେ ଅଧିକ ସମୟ ନାହିଁ। ଆପ୍‌ ଏକ ଜାତୀୟ ରାଜନୈତିକ ଦଳ। ହରିୟାଣାରେ ଆମ ସଂଗଠନ ସୁଦୃଢ଼ ରହିଛି। ସମସ୍ତ ଆସନରେ ପ୍ରାର୍ଥୀ ଦେବାକୁ ଦଳ ପ୍ରସ୍ତୁତ ଥିବା ନେଇ ସନ୍ଦୀପ ପାଠକ ଏବଂ ରାଜ୍ୟ ସଭାପତି ସୁଶୀଲ ଗୁପ୍ତା ସ୍ପଷ୍ଟ କରିଦେଇଛନ୍ତି।

ସଂଗଠନ ଏବଂ ରାଷ୍ଟ୍ରୀୟ ସଭାପତି ଅରବିନ୍ଦ କେଜ୍ରିଓ୍ବାଲଙ୍କଠାରୁ ଅନୁମତି ମିଳିବା ପରେ ଆମେ ଏ ସମ୍ପର୍କରେ ଘୋଷଣା କରିବୁ।

ହରିୟାଣା ଆପ୍‌ ସଭାପତି ସୁଶୀଲ ଗୁପ୍ତା କହିଛନ୍ତି, ରାଜ୍ୟରେ ମେଣ୍ଟ କରି ନିର୍ବାଚନ ଲଢ଼ିବା ସମ୍ପର୍କରେ ଦଳୀୟ ସଭାପତିଙ୍କଠାରୁ କୌଣସି ଖବର ମିଳିନାହିଁ। ସୋମବାର ସନ୍ଧ୍ୟା ସୁଦ୍ଧା ମେଣ୍ଟ ବିଷୟରେ ଦଳ ପକ୍ଷରୁ କିଛି କୁହା ନ ଗଲେ ତୁରନ୍ତ ୯୦ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button