ପ୍ରତିଦିନ ଖାଆନ୍ତୁ କେବଳ ଏହି 5 ଟି ପତ୍ର, କମିବ ଚର୍ବି, ଚମକିବ ଚେହେରା, ଯାହାର ଫାଇଦା ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଘରୋଇ ଉପଚାର ଯାହା ଦ୍ଵାରା ଆପଣ ଅତି ସହଜରେ ନିଜର ବଢୁଥିବା ଓଜନ କମାଇ ପାରିବେ ଓ ନିଜର ସୁନ୍ଦର ଚେହେରା କୁ ଆହୁରି ସୁନ୍ଦର ଓ ଚମକଦାର କରି ପାରିବେ । କେବଳ ଏତିକି ନୁହେଁ ଏହାସହ ଆପଣ ନିଜର କେଶ କୁ ଘନ କରିବା ସହ ସମସ୍ତ କେଶ ଜନିତ ସମସ୍ଯା ରୁ ମୁକ୍ତ ହୋଇ ମଧ୍ୟ ପାରିବେ ।
ବନ୍ଧୁଗଣ ଭୃସୁଙ୍ଗ ପତ୍ର ସାଧାରଣତଃ ସମସ୍ତଙ୍କ ବାଡି ରେ ନିଶ୍ଚୟ ଥିବ । ନଚେତ ଏହା ଆପଣଙ୍କୁ ଅତି ସହଜ ଓ ସୁଲଭ ଦାମ ରେ ମଧ୍ୟ ବଜାରରେ ମିଳିଯାଇ ପାରିବ । ଏହାର ସ୍ଵାଦ ଓ ବାସ୍ନା ଏତେ ଭଲ ରହିଥାଏ କି ଆପଣ ଚାହିଁଲେ ଏହାକୁ କଞ୍ଚା ମଧ୍ୟ ଚୋବାଇ ଖାଇ ପାରିବେ ।
ଏହାର ସେବନ ଦ୍ଵାରା ଶରୀରର ପାଚନ ପ୍ରଣାଳୀ ଠିକ ରହିବା ସହ କୌଣସି ଗ୍ୟାଷ୍ଟିକ ଜନିତ ସମସ୍ଯା ମଧ୍ୟ ଦେଖା ଦେଇ ନଥାଏ । ଏହା ସହ ଏହାକୁ ଯଦି ଆପଣ ପେଷ୍ଟ କରି ନିଜର କେଶରେ ପ୍ରୟୋଗ କରନ୍ତି, ତେବେ ଆପଣ ସମସ୍ତ କେଶ ଜନିତ ସମସ୍ଯାରୁ ମୁକ୍ତ ହୋଇ ପାରିବେ ।
ବନ୍ଧୁଗଣ ଆପଣ ଜାଣି ନଥିବେ ଏହି ଭୃସୁଙ୍ଗ ପତ୍ରରେ ବିଭିନ୍ନ ପ୍ରକାରର ଭିଟାମିନ ମାନ ରହିଅଛି ।ବନ୍ଧୁଗଣ ବଢୁଥିବା ଓଜନ ପାଇଁ ଯଦି ଆପଣ ଚିନ୍ତିତ ଥାନ୍ତି । ତେବେ ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ୫ ରୁ ୭ ଟି ଭୃସୁଙ୍ଗ ପତ୍ରକୁ ଚୋବାଇ ଏକ ଗ୍ଲାସ ପାଣି ପିଇବା ଦ୍ଵାରା ଆପଣ ବଢୁଥିବା ଓଜନ ଜନିତ ସମସ୍ଯାରୁ ମୁକ୍ତ ହୋଇ ପାରିବେ । ବନ୍ଧୁଗଣ ଯଦି ଆପଣ କୌଣସି ପ୍ରକାରର ଚେହେରା ଜନିତ ସମସ୍ୟାରେ ଚିନ୍ତିତ ଥାଆନ୍ତି, ତେବେ ଆପଣ ଯଦି ଭୃସୁଙ୍ଗ ପତ୍ର ଓ ହଳଦୀ ରେ ଫେସ ମାସ୍କ ପ୍ରସ୍ତୁତ କରି ଏହାକୁ ଲଗାନ୍ତି, ତେବେ ଆପଣ ସମସ୍ତ ଚେହେରା ଜନିତ ସମସ୍ଯାରୁ ମୁକ୍ତ ହୋଇ ପାରିବେ ।
ଆପଣ ଚାହିଁଲେ ଭୃସୁଙ୍ଗ ପତ୍ର ଓ ମୁଲତାନି ମାଟିରେ ମଧ୍ୟ ମାସ୍କ ପ୍ରସ୍ତୁତ କରି ବ୍ୟବହାର କରି ପାରିବେ । ତାହାଛଡା ବନ୍ଧୁଗଣ ଯଦି ଆପଣ କୌଣସି କେଶ ଜନିତ ସମସ୍ଯାରେ ଗ୍ରସ୍ତ ହୋଇଥା’ନ୍ତି, ତେବେ ମଧ୍ୟ ଆପଣ ଘରେ ହିଁ ଭୃସୁଙ୍ଗ ପତ୍ରକୁ କିଛି ମାତ୍ରରେ ଭଲ ଭାବରେ ବାଟି ଏହାକୁ କେଶ ଓ କେଶର ମୂଳରେ ପ୍ରୟୋଗ କଲେ, ଆପଣ ସମସ୍ତ କେଶ ଜନିତ ସମସ୍ଯାରୁ ମୁକ୍ତ ହୋଇ ପାରିବେ ।