ଠାକୁର ପୂଜା ସମୟରେ କଣ ଘଟିଲେ ଧନ ବୃଦ୍ଧିର ଦେଇଥାଏ ସଙ୍କେତ

। ସୂଚନା ଅନୁସାରେ ଠାକୁର ପୂଜା କରିବା ସମୟରେ କିଛି ପ୍ରକାର ସଙ୍କେତ ଦେଖି ଆପଣ ଜାଣିପାରିବେ । ଆପଣଙ୍କ ଘରକୁ ଆଗାମୀ ସମୟରେ କଣ ଆସିବା ପାଇଁ ଯାଉଛି ଅର୍ଥାତ ଘରେ ଆଗକୁ ଶୁଭ ନା ଅଶୁଭ ହେବାକୁ ଯାଉଛି । ସମସ୍ତଙ୍କ ଘରେ ଦିନକୁ ଦୁଇଥର ପୂଜା କରାଯାଇଥାଏ । ସମସ୍ତେ ଠାକୁରଙ୍କୁ ନିଜର ପ୍ରତିଦିନର ବ୍ୟସ୍ତ ସମୟରୁ ସମୟ ବାହାର କରି ଠାକୁରଙ୍କୁ ନିଷ୍ଟାର ସହ ପୂଜା କରିଥାନ୍ତି ।
ଯେପରିକି ସକାଳେ ଓ ସନ୍ଧ୍ୟା ବେଳେ ଏହି ଦୁଇ ପବିତ୍ର ପୂଜା ସମୟରେ ଏମିତି କିଛି ପ୍ରକାର ଘଟୁଥିବା ଘଟଣାକୁ ଦେଖି ଆପଣ ମାନେ ନିଜର ଆସୁଥିବା ଭବିଷ୍ୟତର ସୂଚନା ପାଇପାରିବେ। ଆପଣ ସକାଳେ କିମ୍ବା ସନ୍ଧ୍ୟା ଏହି ଦୁଇ ସମୟ ମଧ୍ୟରୁ ଯେକୌଣସି ସମୟରେ ବି ଛୋଟ ଛୁଆ କାନ୍ଦିବାର ଦେଖିଲେ । ଏହା ଆପଣଙ୍କୁ ଅଶୁଭ ସଙ୍କେତ ସୂଚନା ଦେଇଥାଏ । ଆପଣ ଏହା ଦେଖି ସଙ୍ଗେ ସଙ୍ଗେ ବୁଝି ଯିବେ, କିଛି ଅଶୁଭ ଘଟିବାର ଅଛି ।
ଏହା ଦ୍ଵାରା ଆପଣଙ୍କ ଘରକୁ କୌଣସି ନକରାତ୍ମକ ଶକ୍ତିର ଆଗମନ ହୋଇଛି । ଯାହା ଦ୍ଵାରା ଛୁଆଟି ବହୁତ ଜୋରସେ କାନ୍ଦିବା ଆରମ୍ଭ କରିଦେଇଛି। ଏହା ଦ୍ଵାରା ଆପଣ ଆଗରୁ ସବୁ କାର୍ଯ୍ୟ ପ୍ରତି ଆଗରୁ ସଚେତନ ହୋଇଯିବେ । ପୂଜା କରୁଥିବା ସମୟରେ ଯଦି କୌଣସି ଅତିଥି ଆପଣଙ୍କ ଘରକୁ ଆସିଥାନ୍ତି । ତେବେ ଏହା ଶୁଭ ସୂଚନା ଦେଇଥାଏ । ଯଦି ସନ୍ଧ୍ଯା ସମୟରେ କୌଣସି ସୁହାଗିନୀ ସ୍ତ୍ରୀ ଆପଣଙ୍କ ଘରକୁ ଆସିଥାଏ ।
ଏହା ଆପଣଙ୍କ ପାଇଁ ବହୁତ ମଙ୍ଗଳ ହୋଇଥାଏ । ତେବେ ଆପଣ ବହୁତ ସୌଭାଗ୍ୟଶାଳି ହେବା ପାଇଁ ଯାଉଛନ୍ତି । ଘରକୁ ସକାଳେ କିମ୍ବା ସନ୍ଧ୍ଯାରେ ଆସିଥିବା ଅତିଥିକୁ କେବେ ହେଲେ ଖାଲି ମୁହଁରେ ଫେରିଯିବାକୁ ଦେବେ ନାହିଁ । ଖାଲି ପାଣି ଦେଇକି ହେଉ ପଛେ ଅତିଥି ଅଭ୍ୟର୍ଥନା କରନ୍ତୁ । ଅତିଥି ଜଣଙ୍କ ଆପଣଙ୍କ ଘରୁ ଯଦି ଖାଇ, ପିଇକି ସନ୍ତୁଷ୍ଟ ହୋଇକି ଯାଇଥାନ୍ତି । ତେବେ ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ସନ୍ତୁଷ୍ଟ ହୋଇଥାନ୍ତି । ଆପଣଙ୍କ ଘରେ ଧନ, ସୁଖ, ସମୃଦ୍ଧି ବୃଦ୍ଧି ହୋଇଥାଏ ।
ଏହି ଭଳି ଆହୁରି କିଛି ଘଟଣା ଘଟୁଥିବାର ଦେଖିଲେ ଯଦି ଜାଣିଯିବେ ଆଗକୁ ଏହା ଶୁଭ ନା ଅଶୁଭ ସଂକେତ ଦେଉଛି । ତାହେଲେ ଆପଣ ସମସ୍ତ ପରିସ୍ଥିତିର ମୁକାବିଲା କରିବା ପାଇଁ ଆଗରୁ ସଚେତନ ହୋଇ ରହିବା ଉଚିତ ।