ଦେଶ- ବିଦେଶ

ଜନ୍ମ ଦିନ ପାଳନ କରିବା ଠିକ ନା ଭୁଲ ?

ସାଧାରଣତଃ ସମସ୍ତେ ନିଜର ଜନ୍ମଦିନ ପାଳନ କରିବାକୁ ଭଲ ପାଇଥାନ୍ତି । ସେଥିପାଇଁ କିଛି ଲୋକ ବହୁ ଦିନ ଧରି ମଧ୍ୟ ନିଜ ଜନ୍ମଦିନ କୁ ଅପେକ୍ଷା କରି ରହିଥାନ୍ତି । କିଛି ଲୋକ ଜନ୍ମଦିନ କୁ ଅପେକ୍ଷା କରି ରହିଥିବା ସମୟରେ କିଛି ଲୋକ ପ୍ରତିଦିନ କୁ ନିଜ ଜନ୍ମଦିନ ଭଳି ପାଳନ କରିଥାନ୍ତି । ବନ୍ଧୁଗଣ ଆମ ପରମ୍ପରା ଅନୁସାରେ ପ୍ରାୟତଃ ସମସ୍ତେ ଜନ୍ମଦିନ ଦିନ ସକାଳେ ଉଠି ସ୍ନାନ ଆଦି କର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି ।

 

ତାହା ସହ ମନ୍ଦିରକୁ ଯାଇ ଠାକୁର ଙ୍କ ଆଗରେ ଦୀପ ଲଗାଇ ପ୍ରଣାମ କରି ସାରିଲା ପରେ ଘରେ ମାତା ପିତା ତଥା ଗୁରୁଜନ ମାନଙ୍କୁ ପ୍ରଣାମ କରାଯିବା ଊଚିତ୍ । ତାହାଛଡା ଆଜିକାଲି ସମସ୍ତେ ନିଜ ଜନ୍ମଦିନ ରେ କେକ କାଟିବାକୁ ଏକ ପ୍ରଥା ରୂପେ ପ୍ରତିଷ୍ଠା କରି ସାରିଲେଣି ।

ସେଥିରେ ପୁଣି ମହମବତୀ ଲଗାଇବା ଓ ପୁଣି ଯେଉଁଠାରେ ନିଜର ଆଗାମୀ ଭବିଷ୍ୟତ ର ଶୁଭ କାମନା କରି ମନ୍ଦିର ରେ ଦୀପ ପ୍ରଜ୍ଵଳିତ କରାଯାଏ, ସେଠାରେ କେକ୍ ଉପରେ ଲେଖା ହୋଇଥିବା ନିଜର ନାମ କୁ କାଟି ଜଳୁଥିବା ଅଗ୍ନି ଯୁକ୍ତ ମହମବତୀ କୁ ନିଜରି ମୁହଁ ରେ ଫୁଙ୍କି ଖୁସି ପାଳନ କରାଯାଉଛି ।

 

କିନ୍ତୁ ଆଜିର ମଣିଷ ବୁଝି ପାରି ନଥାଏ, ଏହାଦ୍ଵାରା ସେ ନିଜର ଭବିଷ୍ୟତ ରେ ସୁଖ ବଦଳ ରେ ଦୁଃଖ କୁ ଟାଣି ଆଣୁଛି । ବନ୍ଧୁଗଣ ଆମ ସଂସ୍କୃତି ଅନୁସାରେ ଯଦି ଆପଣ ଙ୍କର ସକ୍ଷମତା ଅଛି, ତେବେ ଜନ୍ମଦିନ କୁ ଏପରି ପାଳନ କରିବା ବଦଳ ରେ ଆପଣ ଚାହିଁଲେ କୌଣସି ଦୁଃଖୀ ଗରିବ ମାନଙ୍କର ସେବା କରି ପାରିବେ । କିମ୍ବା କୌଣସି ଗଛ ମଧ୍ୟ ଲଗାଇ ପାରିବେ । କିଛି ଦାନ ପୁଣ୍ୟ ମଧ୍ୟ କରି ପାରିବେ । ମନ୍ଦିର ରେ ଯାଇ ଦୀପ ଲଗାଇ ପାରିବେ । କିଛି ବିଶେଷ ପୂଜା ପାଠ ମାନ ମଧ୍ୟ ଘରେ ଆୟୋଜନ କରି ପାରିବେ ।

 

ବନ୍ଧୁଗଣ ଯଦି ଧନ ଅଛି ତେବେ ଧନ କୁ ଏପରି କିଛି କାର୍ଯ୍ୟ ରେ ଲଗାନ୍ତୁ ଯାହାଦ୍ୱାରା କି ଆପଣ ଅର୍ଜନ କରିଥିବା ଧନ ଦ୍ଵାରା ଆପଣ ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବା ସହ ଧର୍ମ ପୂଣ୍ୟ ମଧ୍ୟ ଅର୍ଜନ କରିପାରିବେ । ବନ୍ଧୁଗଣ ମନୁଷ୍ୟର ଅତୀତ ମନୁଷ୍ୟର ର ବର୍ତ୍ତମାନ କୁ ସ୍ଥିର କରେ ଓ ମନୁଷ୍ୟ ର ବର୍ତ୍ତମାନ ସମୟ ରେ କରୁଥିବା କର୍ମ ମନୁଷ୍ୟର ଭବିଷ୍ୟତ କୁ ଗଢି ଥାଏ । ତେଣୁ ବନ୍ଧୁଗଣ କର୍ମ କରୁଥିବା ସମୟରେ ସବୁବେଳେ ଭାବିଛିନ୍ତି କର୍ମ କରିବା ଉଚିତ୍ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button