ବିନା ଔଷଧରେ କୌଣସି ପ୍ରକାରର ଅର୍ଶ (Piles) କେବଳ ୩ ଦିନରେ ଭଲ ହେବ, ଜାଣନ୍ତୁ କିପରି ?
ତେବେ ଅର୍ଶ ହେବାର ମୁଖ୍ୟ କାରଣ ହେଉଛି କବଚ ବା କୋଷ୍ଠ କାଠିନ୍ଯ । ଯେବେ କବଚ ହୋଇଥାଏ ତେବେ ପେଟ ସଫା ହୁଏ ନାହି । କିଛି ଲୋକ ମାନେ ପେଟ ସଫା କରିବା ପାଇଁ ପ୍ରେସର ଦେଇଥାନ୍ତି । ଯାହା କାରଣରୁ ମଳଦ୍ଵାରରେ ଥିବା ଶୀର ଫୁଲିଯାଏ । ସେଥିପାଇଁ କିଛି ଶୀର ବାହାରକୁ ବାହାରିଥାଏ ଯାହାକୁ ଅର୍ଶ କୁହାଯାଏ । ଆଉ କିଛି ଶୀର ଭିତରେ ରହିଥାଏ ଯାହା ଉପରେ ପ୍ରେସର ପଡିଥାଏ ।
ଅର୍ଶ ଦୁଇ ପ୍ରକାରର ଯଥା ବାଦିବାବେସୀ ଅର୍ଶ ଯେଉଁଥିରେ ରକ୍ତ ପଡେ ନାହି ଅନ୍ୟଟି ରକ୍ତାର୍ସ ଯେଉଁଥିରେ ରକ୍ତ ପଡିଥାଏ ।ତେବେ ଆଜି ଆମେ ଆପଣଙ୍କୁ ବିନା ଔଷଧରେ ଅର୍ଶ କିପରି ଭଲ ହେବ ଏକ ହୋମ ରେମେଡି ବିଷୟରେ କହିବାକୁ ଯାଉଛୁ । ଯେଉଁ ଅର୍ଶରେ ରକ୍ତ ପଡେ ନାହି ତାହା ଭଲ କରିବା ପାଇଁ ଏହି ଉପଚାରଟି ପ୍ରୟୋଗ କରିପାରିବେ । ଏଥିପାଇଁ ଆବଶ୍ୟକ ରହିଛି ୨୫୦ ଗ୍ରାମ ପିଆଜ ନେଇ ଏହାକୁ ଛୋଟ ଛୋଟ କରି କାଟି ଏହାକୁ ଖରାରେ ସୁଖାନ୍ତୁ ।
କାରଣ ଏଥିରୁ ଯେମିତି ଅଳ୍ପ ପାଣି ମରିଯିବ ।ତେବେ ଅଧିକ ସମୟ ଶୁଖାଇବେ ନାହି । ଏହା ପରେ ଆପଣ ଏକ ପ୍ୟାନରେ ଏକ ଚାମଚ ଘିଅ ପକାଇ ପିଆଜକୁ ହାଲକା ବ୍ରାଉନ ହେବା ଯାଏଁ ଭଜନ୍ତୁ । ଧ୍ୟାନ ରଖିବେ ଏହା ଯେମିତି ନ ଜଳିବ । ପିଆଜ ସଂପୂର୍ଣ୍ଣ ଥଣ୍ଡା ହେବା ପରେ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଶୁଖିଲା ଅର୍ଶ ଭଳି ସମସ୍ଯା ଦୂର କରିବା ପାଇଁ ଏକ ଚାମଚ ପିଆଜ ପେଷ୍ଟରେ ଦୁଇ ଚାମଚ ମିଶ୍ରି ଗୁଣ୍ଡ ଆଡ କରିବାକୁ ହେବ ।
ତେବେ ଏହା ପରେ ଏକ ଚାମଚ ଗାଈ ଘିଅ ନେଇ ଏହି ୩ଟି ସାମଗ୍ରୀକୁ ମିକ୍ସ କରି ସେବନ କରିବାକୁ ହେବ । ଦିନକୁ ୩ଥର ଆପଣ ଏହାର ସେବନ କରନ୍ତୁ । ପ୍ରଥମ ଦିନରୁ ଆପଣଙ୍କୁ ଫରକ ଦେଖିବାକୁ ମିଳିବ । ଦ୍ଵିତୀୟ ଉପଚାର ତିଆରି କରିବା ପାଇଁ ଆପଣଙ୍କୁ ଆବଶ୍ୟକ ରହିଛି ଲେମ୍ବୁ । ଏହା ଆପଣଙ୍କର ରକ୍ତାର୍ସ ବା ଯେଉଁ ଅର୍ଶରୁ ରକ୍ତ ପଡିଥାଏ ତାହାକୁ ଭଲ କରିବା ପାଇଁ ବହୁତ ଚମତ୍କାରୀ ଉପାୟ ଅଟେ।
ତେବେ ପ୍ରଥମେ ଏକ ଲେମ୍ବୁ ଏହାର ରସ ବାହାର କରନ୍ତୁ ଯେମିତି ଲେମ୍ବୁର ମଞ୍ଜି ନ ଯିବ । ଏହା ପରେ ତାଜା ଗାଈ କ୍ଷୀର ନେଇ ଏହାକୁ ଫୁଟାଇ ଏହାକୁ ଥଣ୍ଡା କରନ୍ତୁ । ଏକ କପ କ୍ଷୀରରେ ୪ରୁ ୫ ଠୋପା ଲେମ୍ବୁ ରସ ଆଡ କରି ଆପଣ ଏହାକୁ ସଙ୍ଗେ ସଙ୍ଗେ ସେବନ କରିବାକୁ ହେବ । କାରଣ କ୍ଷୀରରେ ଲେମ୍ବୁ ରସ ପକାଇଲେ ତାହା ଛିଡିଯାଏ ।
ତେବେ ଏହିପରି ଆପଣ ଲେମ୍ବୁ ଓ କ୍ଷୀରର ସେବନ କରନ୍ତୁ ଦେଖିଲେ ରକ୍ତାର୍ସ ଭଳି ସମସ୍ୟା ସଂପୂର୍ଣ୍ଣ ଠିକ ହୋଇଯିବ । ଏହା ଏକ ଚମତ୍କାରୀ ଘରୋଇ ଉପାୟ ଅଟେ । ତେବେ ଆଜି ଆମେ ଆପଣ ମାନଙ୍କୁ ୨ ପ୍ରକାରର ଘରୋଇ ଉପାୟ ବିଷୟରେ କହିଲୁ ଯାହା ଅର୍ଶ ଠିକ କରିବା ପାଇଁ ରାମବାଣ ଭଳି କାମ କରିଥାଏ ।