ରାଜ୍ୟ

ଚିକିଟି ପରେ ଦିଗପହଣ୍ଡି: ଗଡୁଛି ଗୋଟେ ପରେ ଗୋଟେ ମୁଣ୍ଡ

ଞ୍ଜାମ: ପ୍ରଥମେ ଚିକିଟି ଆଉ ଏବେ ଦିଗପହଣ୍ଡି। ମାଡିଛି ବିଷାକ୍ତ ମଦର ଚେର। ଗଞ୍ଜାମ ଜିଲ୍ଲାରେ ବିଷାକ୍ତ ମଦ ଚିକିଟି ଦୁଃଖ ଦେଇଥିବା ବେଳେ ଏବେ ଦିଗପହଣ୍ଡିରେ ଯାଇଛି ଗୋଟିଏ ଜୀବନ। ଦିଗପହଣ୍ଡି ଭୀଷ୍ମଗିରି ଗ୍ରାମ ପ୍ରେମନଗରର ଜଣେ ଯୁବକ କେ. କ୍ରିଷ୍ଣା ପାତ୍ର(୪୦) ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ତେବେ ପରିବାର ଲୋକ ଅନ୍ତିମକ୍ରିୟା ଶେଷ କରିବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ଦିଗପହଣ୍ଡି ପୁଲିସ ମଶାଣିରୁ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ମିଳିଥିବା ସୂଚନା ଅନୁସାରେ, କ୍ରିଷ୍ଣା ଗତକାଲି ଛେଳି ଚରାଇବା ଯାଇଥିବା ବେଳେ ଗଞ୍ଜାମ-ଗଜପତି ସୀମାନ୍ତ ଅଞ୍ଚଳ ବିଚ୍ଛାପାଟ ଗାଁ ରେ ରନ୍ଧାମଦ ପିଇଥିଲେ। ସେ ବିଚ୍ଛାପାଟ ଗାଁରୁ ଏସ୍‌.ଟିକରପଡ଼ା ଗାଁକୁ ଯିବା କେନାଲ ରାସ୍ତା ବୃନ୍ଦାବନନଗର ଗାଁ ନିକଟରେ ଅଚେତ ହୋଇ ପଡ଼ିଥିଲେ। ସେ ରାତିରେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ଆଜି ସକାଳେ ତାଙ୍କର ମୃତଦେହ ରାସ୍ତା କଡ଼ରେ ପଡ଼ିଥିବା ଖବର ପାଇ ସେଠାକୁ ଯାଇ ଥିଲେ।ଘଟଣାସ୍ଥଳରୁ କ୍ରିଷ୍ଣାଙ୍କ ମୃତଦେହ ଘରକୁ ଆଣି ଅନ୍ତିମ ସଂସ୍କାର ପାଇଁ ଭୀଷ୍ମଗିରି ସ୍ଥିତ ମଶାଣିକୁ ଯାଇଥିଲେ। ହେଲେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ସେଠାକୁ ଯାଇ ସବା ଜବତ କରି ପରିବାର ଲୋକଙ୍କୁ ପଚରା ପଚାରି କରିଥିଲେ। ପରିବାର ଲୋକେ ରନ୍ଧା ମାଡ଼ ପିଇ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ। ସେପଟେ ମୃତ୍ୟୁର କାରଣ ସ୍ପଷ୍ଟ କରିବା ପାଇଁ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ପ୍ରାଥମିକ ସ୍ତରରେ ଏହାକୁ ଅପମୃତ୍ୟ ମାମଲା ରୁଜ୍ଜୁ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button