ରାଜ୍ୟ
ସ୍ଵଚ୍ଛ ସହର ମଧ୍ୟରେ ଭୁବନେଶ୍ଵର

ଦେଶର ସବୁଠୁ ସ୍ଵଚ୍ଛ ସହରଗୁଡ଼ିକ ମଧ୍ୟରେ ଭୁବନେଶ୍ଵର ୯ ସ୍ଥାନରେ ରହିଛି। କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ଵଚ୍ଛତା ସର୍ବେକ୍ଷଣ ଫଳାଫଳରୁ ଏହା ଜଣାପଡ଼ିଛି। ଗତବର୍ଷ ଭୁବନେଶ୍ଵର ୩୪ତମ ସ୍ଥାନରେ ରହିଥିଲା। ୩ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକ ମଧ୍ୟରେ ଭୁବନେଶ୍ଵର ୯ମରେ ଥିବାବେଳେ ନୋଏଡା ପ୍ରଥମ ସ୍ଥାନରେ ରହିଛି। ସେହିପରି ଚଣ୍ଡୀଗଡ଼ ୨ୟ ଏବଂ ମହୀଶୁର ୩ୟ ସ୍ଥାନରେ ରହିଛନ୍ତି।



