ସ୍ୱାସ୍ଥ୍ୟ

ବହୁ ବର୍ଷର ପୁରୁଣା ଅର୍ଶ (Piles) ଶୁଖିକି ଝଡ଼ିଯିବ, ଜଣା ବି ପଡ଼ିବନି, ବାସ କରି ନିଅନ୍ତୁ ଏହି ଉପାୟ

ସୂଚନା ଅନୁସାରେ ଆଜି କାଲିର ବର୍ତ୍ତମାନ ସମୟରେ ଅର୍ଶ ବା ପାଇଲ୍ସ୍ ଭଳି ସମସ୍ଯା ପ୍ରାୟତଃ ବହୁ ଲୋକଙ୍କ ପାଖରେ ଦେଖାଯାଉଛି । ଯେଉଁ କାରଣ ପାଇଁ ଲୋକମାନେ ଅଧିକ ଚିନ୍ତାଗ୍ରସ୍ତ ମଧ୍ୟ ରହୁଛନ୍ତି । ଏହି ଜଟିଳ ସମସ୍ଯାର ସମାଧାନ କରିବା ପାଇଁ ଲୋକମାନେ ବିଭିନ୍ନ ମେଡ଼ିସିନ ଓ ଘରୋଇ ଉପଚାରର ମଧ୍ୟ ବ୍ୟବହାର କରୁଛନ୍ତି ତଥାପି ଅର୍ଶ ସମସ୍ଯା ମୂଳରୁ ଭଲ ହୋଇପାରୁ ନାହିଁ । ଆପଣମାନେ ଅର୍ଶ ପାଇଁ ଦୁଇଟି ଘରୋଇ ଚମତ୍କାରୀ ଉପାୟ ଆଜି ଜାଣିବାକୁ ପାଇବେ ।

 

ଯାହା ଅର୍ଶକୁ ସଂପୂର୍ଣ୍ଣ ରୂପେ ଭଲ କରିଦେବ। ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମ ସାମଗ୍ରୀ ହେଉଛି ନିମପତ୍ର । ଆପଣମାନେ ଜାଣି ରଖିବା ଉଚିତ କି ନିମପତ୍ର ଝୁଲିପଡିଥିବା ଅର୍ଶ ବା ପାଇଲ୍ସ୍ ପାଇଁ ରାମବାଣ ଅଟେ । ନିମର ଯେଉଁ ଫଳ ଅଛି ଆପଣ ତାକୁ ସଂଗ୍ରହ କରି ଆଣିବେ । ଏହି ନିମ ଫଳକୁ ନିମ୍ବଲୀ ମଧ୍ୟ କୁହାଯାଇଥାଏ । ୫୦ ଗ୍ରାମର ନିମ୍ବଫଳ ଆପଣ ଆଣନ୍ତୁ । ଆପଣ କେବଳ କଞ୍ଚା ନିମଫଳ ହିଁ ଆଣନ୍ତୁ ପାଚିଲା ନିମ୍ବଫଳ ଆଣନ୍ତୁ ନାହିଁ ।

କାରଣ ପାଚିଲା ପରେ ଏହାର ଫାଇଦା ଅଲଗା ପ୍ରକାରର ହୋଇଯାଇଥାଏ ଓ ଏହା ଅର୍ଶ ଉପରେ ପ୍ରଭାବ ପକାଇ ନଥାଏ । ଆପଣ ଆଣିଥିବା କଞ୍ଚା ନିମଫଳକୁ ଭଲ ଭାବରେ ଧୋଇ ତାକୁ ବାଟିଦିଅନ୍ତୁ କିମ୍ବା ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ଆପଣ ଚାହିଁଲେ ହେମଦସ୍ତାରେ ମଧ୍ୟ ତାକୁ କୁଟିପାରିବେ । ସେହି ବାଟିକି ରଖିଥିବା ନିମଫଳ ସାଥିରେ ୪ ରୁ ୫ଟି କର୍ପୁର ମିଶାଇ ତାକୁ ଭଲ ଭାବେ ବାଟିଦିଅନ୍ତୁ ।

 

ଆପଣ ଦୁଇଟି ଜିନିଷକୁ ବାଟିବା କିମ୍ବା କୁଟିବା ସମୟରେ ପାଣିର ବ୍ୟବହାର କରନ୍ତୁ ନାହିଁ । ଯେତେବେଳେ ସଂପୂର୍ଣ୍ଣ ବାଟିସାରିବେ । ତାପରେ ତାହାକୁ ଏକ ପତଳା କପଡା ଉପରେ ଥୋଇ ତାର ରସ ଏକ ପାତ୍ରକୁ ଚୁପୁଡି ନିଅନ୍ତୁ । ଏହାକୁ ନିମ୍ବଲୀ ରସ ମଧ୍ୟ କୁହାଯାଇଥାଏ । ଏହାପରେ ସେହି ରସକୁ ଗୋଟିଏ ତୁଳା ସାହାଜ୍ଯରେ କିଛି କିଛି ନେଇ ଆପଣଙ୍କର ଅର୍ଶ ହୋଇଥିବା ଜାଗାରେ ଲଗାନ୍ତୁ ।

କିଛି ଦିନ ଏପରି କରିବା ଦ୍ଵାରା ଆପଣଙ୍କର ଅର୍ଶାବଳୀ ଶୁଖିକି ଝଡିଯିବ । ଦିନକୁ ୨ ରୁ ୩ ଥର ଏହିପରି ଭାବେ ଲଗାଇପାରିବେ । ଅର୍ଶ ପାଇଁ ଅନ୍ୟ ଏକ ରେମିଡି ମଧ୍ୟ ରହିଅଛି । ଆପଣ ନଡିଆ କତାକୁ ଲୁହା କଢେଇରେ ପୋଡି ତାର ଭସ୍ମ ବା ପାଉଡର ପ୍ରସ୍ତୁତ କରନ୍ତୁ । ତାପରେ ତାହାକୁ ଚଳା ସାହାଜ୍ଯରେ ଚଳାଇ ଏକ ଡବାରେ ରଖିଦିଅନ୍ତୁ । ତାପରେ ସକାଳେ ଏହାକୁ ଦହିରେ ଅଧ ଚାମଚ ପକାଇ ପିଅନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button