ଦେଶ- ବିଦେଶ

ଧଳା ବାଳ କେତେ ବି ହେଇଥାଉ ନା କାହିଁକି ଗୋଟି ଗୋଟି କରି କଳା ହୋଇଯିବ, ଏହାକୁ ଥରେ ଲଗେଇ ଦେଖନ୍ତୁ…

। ସୂଚନା ଅନୁସାରେ କେଶ ଝଡିବା ଏକ ଚିନ୍ତାର ବିଷୟ ଅଟେ । ଲୋକମାନଙ୍କର ଚୁଟି ଝଡିବା ସହିତ ଧଳା ହୋଇଯିବା, ଚୁଟିର ଗ୍ରୋଥ ନହେବା, ଚୁଟି ନିର୍ଜୀବ ହେବା ଅନେକ ସମସ୍ଯା ପ୍ରକାଶ ପାଇଥାଏ । ଏଥିପାଇଁ ଲୋକ କେତେ ପ୍ରକାର ତେଲ ଓ ସାମ୍ପୁର ମଧ୍ୟ ବ୍ୟବହାର କରିଥାନ୍ତି କିନ୍ତୁ ଯଦି ଆପଣ କେମିକାଲ ଯୁକ୍ତ ସାମ୍ପୁ ବ୍ୟବହାର କରିଥାନ୍ତି । ତେବେ କେଶ ସମସ୍ଯା ଅଧିକ ବଢିଯାଇଥାଏ । ଆଜି ଆପଣମାନେ ଏହି ଉପଚାର କରିବା ଦ୍ଵାରା ଆପଣଙ୍କଙ୍କର ଯଦି କେଶ ଧଳା ହେଇଯାଉଥାଏ ।

 

ତେବେ ଏହା କଳା ଓ ସୁନ୍ଦର ହୋଇଯିବ । ଏହି ଉପଚାର କରିବା ପାଇଁ ପ୍ରଥମେ ଆପଣଙ୍କୁ ଚାପତିର ଆବଶ୍ୟକତା ପଡିବ । ଚାପତି ଧଳା କେଶକୁ କଳା କରିବାରେ ଓ କେଶ ଝଡିବା ସମସ୍ଯାକୁ ଦୂର କରିଥାଏ । ଆପଣ ଏକ ଚାମଚ ଚାପତି ଆଣି ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଗୁଣ୍ଡ କରିଦିଅନ୍ତୁ । କାରଣ ଚାପତି ଦାନା ଟିକେ ମୋଟା ଆସିଥାଏ । ଏହି ଚାପତିରୁ ଟେନିଙ୍ଗ ନାମକ ଏକ ଉପାଦାନ ମିଳିଥାଏ ।

କେଶକୁ କଳା କରିବାରେ ସାହାଜ୍ଯ କରିଥାଏ । ଏଥିରେ ଭିଟାମିନ- e ମଧ୍ୟ ଥାଏ । ଦିତୀୟ ସାମଗ୍ରୀ ହେଉଛି କଫି । ଏହା ଚୁଟିକୁ ଜଟା ବାନ୍ଧିବାରେ ସାହାଜ୍ଯ କରିଥାଏ । ଏହାସହିତ ଚୁଟିର ବହୁତ ଶୀଘ୍ର ଗ୍ରୋଥ କରିବା ସହିତ ଷ୍ଟ୍ରଙ୍ଗ ମଧ୍ୟ କରିଥାଏ । ତୃତୀୟ ସାମଗ୍ରୀ ହେଉଛି ନଡିଆ ତେଲ । କେଶକୁ ଭଲ ଭାବେ ତେଲ ଲଗାଇବା ନିହାତି ଦରକାର ହୋଇଥାଏ ।

 

କେବଳ ତେଲ ଲଗାଇବା ଦ୍ଵାରା ଆମ କେଶକୁ ସେହି ସବୁ ପୋଷକ ତତ୍ଵ ମିଳିପାରିନଥାଏ । ଯାହାସବୁ ଆମେ ଏହି ପ୍ରସ୍ତୁତ କରୁଥିବା ରେମିଡିରୁ ପାଇପାରିବା । ସେହି ନଡିଆ ତେଲରେ ୫ ରୁ ୬ ବୁନ୍ଦା ଲେମ୍ବୁରସ ମିଶାନ୍ତୁ । ସିଧାସଳଖ ଲେମ୍ବୁ ଚୁଟିର ମୂଳରେ ଲଗାନ୍ତୁ ନାହିଁ । ତେଲ ସହ ଲେମ୍ବୁ ମିଶାଇ ଲଗାନ୍ତୁ । ଲେମ୍ବୁ ରୂପୀ ସମସ୍ୟାକୁ ସଂପୂର୍ଣ୍ଣ ଭାବରେ ଦୂର କରିଥାଏ ।ଯଦି  ନଡିଆ ତେଲ ଅଳ୍ପ ନେଇଛନ୍ତି । ତେବେ ଅଧ ଚାମଚ  ଆପଣ ଚାପତି ଗୁଣ୍ଡ ଓ କଫି ପାଉଡରକୁ ମିଶାନ୍ତୁ ।

ତାପରେ ତେଲରେ କଫି ଓ ଚାପତିକୁ ଭଲ ଭାବରେ ଗୋଳାନ୍ତୁ ।  ଆପଣ ଚାହିଁଲେ ଅଧିକ ତେଲ ପ୍ରସ୍ତୁତ ମଧ୍ୟ କରିପାରିବେ । କିନ୍ତୁ କୌଣସି ରେମିଡିକୁ ବହୁତ ଦିନ ପର୍ଯ୍ୟନ୍ତ କରି ରଖିବା ଅପେକ୍ଷା ସଙ୍ଗେ ସଙ୍ଗେ ପ୍ରସ୍ତୁତ କରି ଲଗାଇବା ଭଲ ହୋଇଥାଏ । ଏହି ପ୍ରସ୍ତୁତ କରିଥିବା ତେଲକୁ ୧ ରୁ ୨ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ । ଆପଣ ନଡିଆ ତେଲ ବ୍ଯତୀତ ସୋରିଶ କିମ୍ବା ଅଲିଭ ତେଲ ମଧ୍ୟ ବ୍ୟବହାର କରିପାରିବେ ।

 

ଏହି ପ୍ରସ୍ତୁତ ହୋଇଥିବା ତେଲ ସପ୍ତାହକୁ ୨ ରୁ ୩ ଥର ବ୍ୟବହାର କରି ତାପରେ କେଶ ଧୋଇ ଦିଅନ୍ତୁ । ଯେତେବେଳେ ଏହି ତେଲର ବ୍ୟବହାର କରିବେ ଆପଣ ଅଳ୍ପ ପାଣି ଗରମ କରନ୍ତୁ । ତେଲକୁ ଏକ ପାତ୍ରରେ ରଖି ସେହି ଗରମ ପାଣିରେ ଟିକେ ଉଷୁମ କରି ଲଗାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button