ରାଜ୍ୟ

ବିଜୟଙ୍କ ନଡ଼ିଆ ଷଢ଼େଇରେ ଗଣେଶ ବିଗ୍ରହ

ଦଳା,୦୭/୦୯: ପର୍ବ ପର୍ବାଣୀ ଆସିଲେ କିଛି ଗୋଟେ ନୂଆ କରି ଦେଖାଇବା ପାଇଁ ବିଜୟଙ୍କର ଇଚ୍ଛା । ଶୁକ୍ରବାର ଗଣେଶ ଚତୁର୍ଥୀ। ସ୍କୁଲ, କଲେଜ ବିଭିନ୍ନ ସ୍ଥାନରେ ପୂଜାପାଇବେ ବିଘ୍ନରାଜ । ଗଣେଶ ଚତୁର୍ଥୀକୁ ନେଇ ବିଜୟ ତିଆରି କରିଛନ୍ତି ସବୁଠୁ ଛୋଟ ୮ଏମ୍ ଏମ୍ର ଗଣେଶଙ୍କ ବିଗ୍ରହ ଓ ଅନେକ ବଡ଼ ବିଗ୍ରହ । ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ସୁନ୍ଦର କାରିଗରୀ କୌଶଳ ଓ ରଙ୍ଗ ତୁଳିରେ ସେ ବିଗ୍ରହକୁ ଜୀବନ୍ତ ରୂପ ଦେଇ ପାରିଛନ୍ତି ।

ଏହି କାରିଗର ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଏନ୍ଏସିର ୭ ନମ୍ବର ୱାର୍ଡର ବିଜୟ କମିଳା ।

ନିଜର ଇଚ୍ଛାଶକ୍ତି ଓ କାରିଗରୀ କୌଶଳ ଦ୍ୱାରା ସେ ଆଜି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ପେସାରେ ଜଣେ ବାଇକ୍ ମେକାନିକ୍ ବିଜୟ । ହେଲେ ରାତିରେ ସମୟ ପାଇଲେ ବସି ଯା’ନ୍ତି କିଛି ଗୋଟେ ନୂଆ କରିବା ଉଦ୍ଦେଶ୍ୟରେ । ଅଦରକାରୀ ନଡ଼ିଆ ଷଢ଼େଇରୁ ତିଆରି କରିଛନ୍ତି ଅନେକ ଘରସଜ୍ଜା ସାମଗ୍ରୀ ଠାରୁ ଆରମ୍ଭକରି ବହୁ ମୂଲ୍ୟବାନ ଉପକରଣ । ନିଜର କାରିଗରୀ କୌଶଳରେ ଅନେକ କାରୁକାର୍ଯ୍ୟକୁ ସେ ସୁନ୍ଦର ରୂପ ଦେଇଛନ୍ତି । ଘରେ ସଜାଇ ରଖିଛନ୍ତି ଏସବୁକୁ । ଯିଏବି ତାଙ୍କର ଏହି କାରୁକାର୍ଯ୍ୟକୁ ଦେଖୁଛି ଆଶ୍ଚର୍ଯ୍ୟ ହୋଇଯାଉଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button