OLA ଶୋ’ ରୁମରେ ନିଆଁ ଲଗାଇ ଦେଲେ ମେକାନିକ

କିଣିଥିବା ଇ-ସ୍କୁଟରର ସେବାରେ ଅସନ୍ତୁଷ୍ଟ ହୋଇ ୨୬ ବର୍ଷୀୟ ଯୁବକ ଓଲା ଇଲେକ୍ଟ୍ରିକ୍ ଶୋ’ରୁମ୍ ରେ ନିଆଁ ଲଗାଇ ଦେଇଛନ୍ତି। ନିକଟରେ ଯୁବକ ଜଣଙ୍କ ଶୋ’ ରୁମରୁ ଗୋଟିଏ OLA ସ୍କୁଟର କିଣିଥିଲେ। ହେଲେ ତାଙ୍କୁ ଉପଯୁକ୍ତ ସେବା ମିଳି ନଥିଲା। ଏଥିଯୋଗୁ ଯୁବକ ଜଣଙ୍କ ଗାଡ଼ି କିଣିଥିବା ଶୋ’ ରୁମରେ ପହଞ୍ଚି ନିଆଁ ଲଗାଇ ଦେଇଛନ୍ତି।
ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ ଅଭିଯୁକ୍ତ ମହମ୍ମଦ ନଦୀମ ପେଶାରେ ଜଣେ ମେକାନିକ ହୋଇଥିବା ବେଳେ ଗତ ମାସରେ ଦୁଇ ଚକିଆ ଯାନ ଇ-ସ୍କୁଟର କିଣିଥିଲେ । ତେବେ କିଛି ଦିନ ତଳେ ଗାଡ଼ିରେ କିଛି ସମସ୍ୟା ଦେଖାଯିବାରୁ ସେ ସର୍ଭିସିଂ ପାଇଁ ଆଣିଥିଲେ। ତାଙ୍କୁ ସେଠାରେ ଉପଯୁକ୍ତ ସେବା ମିଳି ନଥିଲା। ସମସ୍ୟାର ସମାଧାନ କରିବାକୁ ସେ ବାରମ୍ବାର ଶୋ’ ରୁମକୁ ଯାଇଥିଲେ।
ସେ କହିଛନ୍ତି, “(ସର୍ଭିସିଂ) ଭଲ ନଥିଲା, ସେ ଏକାଧିକ ଥର ଶୋ’ରୁମ୍ ଯାଇଥିଲେ। ଗତକାଲି (ମଙ୍ଗଳବାର) ଯେତେବେଳେ ସେ ଯାଇଥିଲେ ସେତେବେଳେ ସେ ପେଟ୍ରୋଲ ନେଇ ୬ ଟି ବାଇକରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି ବୋଲି ସେ କହିଛନ୍ତି। ତେବେ ଅଭିଯୁକ୍ତଙ୍କର ଗାଡିରେ କ’ଣ ଅସୁବିଧା ରହିଥିଲା ତାହା ଜଣାପଡି ନାହିଁ।