ଦେଶ- ବିଦେଶ

କର୍ମ ବଡ ନା ଭାଗ୍ୟ ! କାହିଁକି ଖରାପ କର୍ମ କରି ବି ଲୋକ ଭଲରେ ରୁହନ୍ତି ?

। ସୂଚନା ଅନୁସାରେ ଲୋକ ମାନଙ୍କର ଧାରଣା ଥାଏ । ଦୁନିଆରେ ଏପରି କିଛି ଲୋକ ଅଛନ୍ତି । ଯେଉଁ ମାନେ ଭଲ କାର୍ଯ୍ୟ କରିଥାନ୍ତି । ପ୍ରତିବଦଳରେ ସେହି ବ୍ୟକ୍ତି ମାନଙ୍କୁ ଦୁଃଖ କଷ୍ଟ ଓ ଯନ୍ତ୍ରଣା ଘେରରେ ରହିବାକୁ ପଡିଥାଏ । ଅନ୍ୟ ପକ୍ଷରେ ଏପରି କିଛି ଲୋକ ଅଛନ୍ତି । ଯେଉଁ ମାନେ ଖରାପ କାର୍ଯ୍ୟ କରି ମଧ୍ୟ ସୁଖ ଶୋଭାଗ୍ୟ ଭୋଗ କରିଥାନ୍ତି । ଏହି କଥାର ଅର୍ଥ ଆଜି ଆପଣ ମାନେ ପୋଷ୍ଟ ମଧ୍ୟମରେ ଭଲ ଭାବରେ ଜାଣିବାକୁ ପାଇବେ ।

 

ଏକଦା ଗୋଟିଏ ଗାଁରେ ଦୁଇ ଜଣ ଲୋକ ଏକ ଜାଗାରେ କାମ କରୁଥିଲେ । ସେଥିମଧ୍ୟରୁ ଜଣେ ନିରୀହ ଓ ସାଧୁବାନ ଲୋକ ଥିଲା । ଅନ୍ୟ ଜଣଙ୍କ କପଟୀ ଓ ଖରାପ କର୍ମ କରୁଥିବା ଲୋକଟି ଥିଲା । ଯେଉଁ ବ୍ୟକ୍ତି ଖରାପ କାର୍ଯ୍ୟ କରୁଥିଲା । ସେ ବହୁତ ଭଲ ଭାବରେ ନିଜ ଜୀବନକୁ ଧନ ସମ୍ପତିରେ ଉପଭୋଗ କରୁଥିଲା । ଅନ୍ୟ ପକ୍ଷରେ ଯେଉଁ ଲୋକ ନିରୀହ ଓ ଭଲ କର୍ମ କରୁଥିଲା ।

ସେ ତା’ ଜୀବନରେ ଅନେକ କଷ୍ଟରେ ରହୁଥିଲା । ଥରେ ସେ ଦୁଇ ସାଙ୍ଗ ରାତିରେ ଏକ ଜାଗାକୁ ଯାଉଥିଲେ । ବାଟରେ ଏକ ଟଙ୍କା ପୁଟୁଳା ପଡିଥିଲା । କପଟୀ ବ୍ୟକ୍ତି ଜଣଙ୍କ ସେହି ପୁଟୁଳାଟିକୁ ପାଇଲା । କପଟୀ ବ୍ୟକ୍ତି ସାଥିରେ ଭଲ ବ୍ୟକ୍ତି ମଧ୍ୟ ଥିଲା । ସେଥିପାଇଁ ସେହି ଟଙ୍କା ପୁଟୁଳାରୁ କିଛି ଟଙ୍କା ଭଲ ମଣିଷକୁ ଯାଚିଲା ।

 

ସେହି ଭଲ ମଣିଷ ଜଣଙ୍କ ସେହି ଅନ୍ୟର ପଇସା ନେଇ ପାପ ଭାର ନେବା ପାଇଁ ଚାହୁଁନଥିଲା ବଂର ସେହି ଟଙ୍କାକୁ ଯାହାର ତାକୁ ଆଖ ପାଖରେ ଖୋଜି ଦେବା ପାଇଁ କପଟୀ ଲୋକକୁ କହିଲା । କପଟୀ ଲୋକ ସିଧାସଳଖ ମନା କରିଦେଲା । କପଟୀ ବ୍ୟକ୍ତିଙ୍କ ମତରେ ଯଦି ତୁ ଏହି ଟଙ୍କା ନେବା ପାଇଁ ଚାହୁଁନୁ । ତେବେ କପଟୀ ବ୍ୟକ୍ତି ସବୁ ଟଙ୍କା ନିଜେ ନେଇଯିବ ବୋଲି କହିଲା ।

କିଛି ବାଟ ଯାଉ ଯାଉ ଭଲ ବ୍ୟକ୍ତି ଜଣଙ୍କ ରାସ୍ତାରେ ଝୁଣ୍ଟି ପଡିଲେ । କପଟୀ ଲୋକ ଭଲ ଲୋକକୁ ଦେଖେଇ କହିଲା । ତୁ ଏହି ଅନ୍ୟ ଟଙ୍କା ନେଇ ପାପ ନକରି ଭଲ ରାସ୍ତାରେ ଚଳୁଛୁ । ତେବେ ତୋ ସାଥିରେ କେବେ କିଛି ଭଲ ହେଉ ନାହିଁ ବଂର ତୁ ସବୁବେଳେ ଦୁଃଖ ଓ କଷ୍ଟରେ ରହୁଛୁ । ଏହି ସବୁ କାର୍ଯ୍ୟ ଉପରେ ଥିବା ଭଗବାନ ଓ ସ୍ଵର୍ଗର ଅନ୍ୟ କର୍ମ କର୍ତ୍ତା ମଧ୍ୟ ଦେଖୁଥିଲେ ।

 

ସ୍ଵର୍ଗରେ ଥିବା ଅନ୍ୟ ଲୋକମାନେ ଏହା ଦେଖି ଭଗବାନଙ୍କୁ ପଚାରିଲେ । ଜଣେ ବ୍ୟକ୍ତି ଭଲ କର୍ମ କରି ମଧ୍ୟ କଷ୍ଟ ପାଇଲା ବେଳେ ଅନ୍ୟ ଲୋକଟି କୁକର୍ମ କରି ମଧ୍ୟ ଭଲରେ ଚଲୁଛି।   ଭଗବାନ ଏହି କଥାର ପ୍ରତି ଉତ୍ତର ଦେବା ପାଇଁ କହିଲେ । ସେହି ଯେଉଁ ଲୋକ ଭଲ କର୍ମ କରି ମଧ୍ୟ ଦୁଃଖରେ ରହିଛି । ସେ ତା ଗତ ଜନ୍ମରେ କୁକର୍ମ କରିଥିଲା । ଯାହାର ଫଳ ସେ ଏହି ଜନ୍ମରେ ଭୋଗୁଛି । ଯେଉଁ ବ୍ୟକ୍ତି ଖରାପ କର୍ମ କରି ମଧ୍ୟ ଭଲରେ ଚଳୁଛି ।

 

ସେ ଗତ ଜନ୍ମରେ ବହୁତ ପୂଣ୍ୟ କରିଥିଲା ଯାହାର ଫଳ ସେ ଏହି ଜନ୍ମରେ ପାଇଛି । ଏହି ବିଷୟର ଯଥାର୍ଥତା ହେଉଛି ଲୋକ ନିଜ ଭାଗ୍ୟକୁ ଦୋଷ ନଦେଇ ଭାଗ୍ୟ ଉପରେ ନିର୍ଭର ନକରି ନିଜର କର୍ମ କରିଯିବା ଉଚିତ । ଜୀବନରେ ସବୁବେଳେ ସତ୍ ମାର୍ଗରେ ଯାଇ ସତ୍ କର୍ମ କରିବା ଉଚିତ । କାରଣ ଯେଉଁ ବ୍ୟକ୍ତି ଯେପରି କର୍ମ କରିଥାଏ । ସେହି ବ୍ଯକ୍ତିର ଭାଗ୍ୟ  ସେହିପରି ନିର୍ଦ୍ଧାରିତ ହୋଇ ସେହି ଭଳି ଫଳ ମିଳିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button