ଦେଶ- ବିଦେଶ

ଅତି ଶୀଘ୍ର ଧନ ଅର୍ଜନ କରିବାର ଉପାୟ କଣ ?

ସୂଚନା ଭଗବାନଙ୍କ ଅନୁଗାମୀ ରାସ୍ତାରେ ଚାଲିବା ଉଚିତ ହୋଇଥାଏ । ତେଣୁ ସତ୍ ପଥ ଓ ସତ୍ କର୍ମ କରୁଥିବା ଲୋକ କେବେ ମଧ୍ୟ ହାରିଯାଏ ନାହିଁ । ହୁଏତ ସତ୍ ପଥରେ ଚାଲିଲା ବେଳେ କିମ୍ବା ସତ୍ କର୍ମ କରିବା ସମୟରେ କିଛି କ୍ଷଣୀ କଷ୍ଟ ଆସିଥାଏ କିନ୍ତୁ ଯଦି ଆପଣ ଭଗବାନଙ୍କ ନାମ ନେଇ ଆଗକୁ ବଢିବେ । ତେବେ ସବୁ କିଛି ଠିକ ହୋଇଯାଇଥାଏ । ଆଜି କେତେକ ସାଧୁବାଣୀ ଜାଣିବାକୁ ପାଇବେ । ଯାହାର ପାଳନ ଦ୍ଵାରା ଜୀବନ ସରସ ସୁନ୍ଦର ହୋଇଥାଏ ।

 

ସର୍ବଦା ଭଗବାନଙ୍କର ବସିଥିବା ମୂର୍ତ୍ତି ପୂଜା କରିବା ଉଚିତ । କେବେ ମଧ୍ୟ ଠାକୁରଙ୍କର ଠିଆ ହୋଇଥିବା ମୂର୍ତ୍ତି ଘରେ ରଖି ପୂଜା କରନ୍ତୁ ନାହିଁ । ଏହା ଦ୍ଵାରା ଅମଙ୍ଗଳ ହୋଇଥାଏ । ଦୋକାନରେ ଯଦି ମା ଲକ୍ଷ୍ମୀଙ୍କର ଫୋଟ ରଖି ପୂଜା କରୁଥାନ୍ତି । ତେବେ ଠିଆ ହୋଇଥିବା ଲକ୍ଷ୍ମୀ ପୂଜା କରିବା ଉଚିତ । ଏହା ଦ୍ଵାରା ଧନପ୍ରାପ୍ତି ହୋଇଥାଏ । ରୋଷେଇ ଘରେ କେବେ ମଧ୍ୟ ଡଷ୍ଟବିନ ରଖିବା ଉଚିତ ହୋଇନଥାଏ ।

ଏହା ଦ୍ଵାରା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ରୋଷେଇ ଘରେ ଠାକୁର ଫୋଟ ରଖିବା ଉଚିତ ହୋଇନଥାଏ । ଛାତ ଉପରେ କେବେ ମଧ୍ୟ ଲୁଗାପଟା ସଫା କରିବା ଉଚିତ ହୋଇନଥାଏ । କେବେ ମଧ୍ୟ ଚାଉଳ ଗହମ ଧୋଇବା ଉଚିତ ହୋଇନଥାଏ । କାରଣ ଛାତ ଉପରେ ରାହୁଙ୍କର ଦ୍ରୁଷ୍ଟି ରହିଥାଏ ।

 

ଶୋଇବା ଘରେ କେବେ ମଧ୍ୟ ଧଳା ରଙ୍ଗର ମାର୍ବଳ କିମ୍ବା ଟାଇଲି ଲଗାନ୍ତୁ ନାହିଁ । ଏହା ଦ୍ଵାରା ସେହି ଘରେ ରହୁଥିବା ମହିଳାଙ୍କ ମନ ସବୁବେଳେ ଅଶାନ୍ତି ରହିଥାଏ । ମନ୍ଦିରରେ ଜୋତା କିମ୍ବା ଚପଲ ଚୋରୀ ହେବା ଦ୍ଵାରା ଆପଣଙ୍କର ଶୁଭ ଦିନ ସେହି ଦିନ ଠାରୁ ଆରମ୍ଭ ହୋଇଥାଏ । ଯେଉଁ ଲୋକମାନେ ଜୋତା କିମ୍ବା ଚପଲ ଚୋରୀ କରିଥାନ୍ତି । ସେମାନଙ୍କର ସେହି ଦିନ ଠାରୁ ଶନି ଦୋଷ ଲାଗିଥାଏ ।

ଘରର ପାଣି ଟାଙ୍କି ସବୁବେଳେ ଉତ୍ତର ଦିଗରେ ରଖିବା ଉଚିତ । ଦକ୍ଷିଣ ଓ ପଶ୍ଚିମ ଦିଗରେ ରଖିବା ଉଚିତ ହୋଇନଥାଏ । ନଚେତ ଉତ୍ତର ପୂର୍ବ କୋଣରେ ରଖିପାରିବେ । ଯଦି ଏହି ଭୁଲ୍ ଆପଣ କରନ୍ତି ତେବେ ଆସୁଥିବା ଧନ ସବୁ ସଙ୍ଗେ ସଙ୍ଗେ ଖର୍ଚ ହୋଇଯାଇଥାଏ ।

 

ଛାତର ବିମ୍ ତଳେ କେବେ ମଧ୍ୟ ଖାଇବା କିମ୍ବା ରୋଷେଇ ଘର କରିବା ଉଚିତ ହୋଇନଥାଏ । ଏହା ଦ୍ଵାରା ଆର୍ଥିକ କ୍ଷତି ଘଟିଥାଏ । ଘରର ନୈରୁତ କୋଣରେ କେବେ ମଧ୍ୟ ରୋଷେଇ ଘର କିମ୍ବା ଶୌଚଳାୟ କରିବା ଉଚିତ ହୋଇନଥାଏ । ଏହା କରିବା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀ ମଧ୍ୟରୁ କାହାର ନା କାହାର ଦେହ ସବୁବେଳେ ଖରାପ ରହିବାର ସମ୍ଭାବନା ରାହୁଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button