ରାଜ୍ୟ

ଗୁରୁଙ୍କ ପାଇଁ ଦିନଟିଏ; ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବୋ ମହେଶ୍ବର..

‘ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବୋ ମହେଶ୍ବର, ଗୁରୁ ସାକ୍ଷାତ୍ ପରଂବ୍ରହ୍ମ, ତସ୍ମୈ ଶ୍ରୀ ଗୁରବେ ନମଃ’
ଗୁରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରେଇ ଜ୍ଞାନର ଆଲୋକ ପ୍ରଦାନ କରନ୍ତି। ସମାଜର ଏକ ବିଶେଷ ଭାର ବହନ କରୁଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଗୁରୁ। ତାଙ୍କୁ ସମ୍ମାନ ପ୍ରଦାନ କରିବା ହେଉଛି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ପ୍ରଧାନ କର୍ତ୍ତବ୍ୟ।

ଗୁରୁ ଅସୀମ ଜ୍ଞାନର ଅଧିକାରୀ। ସେପ୍ଟେବର ୫ରେ ଭାରତର ପୂର୍ବତନ ରାଷ୍ଟ୍ରପତି ଓ ମହାନ ଶିକ୍ଷକ ଭାବେ ପରିଚିତ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ଏହି ଦିନକୁ ଗୁରୁଦିବସ ରୂପେ ପାଳନ କରାଯାଏ ।

ବହୁ ପୁରାତନ କାଳରୁ ଗୁରୁ-ଶିଷ୍ୟଙ୍କ ଅନେକ କାହାଣୀ ଶୁଣିବାକୁ ମିଳୁଛି।

ଭଗବାନ ଶିବଶଙ୍କର -ମାନ୍ୟତା ଅନୁଯାୟୀ, ଭଗବାନ ଶିବ ଆଦି ଗୁରୁ ଥିଲେ। ପୌରାଣିକ କଥା ଅନୁସାରେ ବହୁ ପରିସ୍ଥିତିରେ ଭଗବାନ ଶିବ ଗୁରୁ ହୋଇ ତାଙ୍କ ଶିଷ୍ୟଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି। ଏହାମଧ୍ୟ ମାନ୍ୟତା ରହିଛି ଭଗବାନ ପଶ୍ରୁରାମଙ୍କୁ, ପ୍ରଭୁ ଶିବଶଙ୍କର ଅସ୍ତ୍ରଶସ୍ତ୍ର ବିଦ୍ୟା ଶିଖାଇଥିଲେ।

ମହର୍ଷି ବେଦବ୍ୟାସ – ମହର୍ଷି ବେଦବ୍ୟାସଙ୍କୁ ହିନ୍ଦୁଧର୍ମ ସହ ଜଡ଼ିତ ବହୁ ବେଦ, ଗ୍ରନ୍ଥ ଓ ପୁରାଣର ରଚୟିତା ବୋଲି କୁହାଯାଏ। ମହର୍ଷି ବେଦବ୍ୟାସଙ୍କ ଅନେକ ଏପରି ଶିଷ୍ୟ ଥିଲେ ଯେ କି ଖୁବ ବିଦ୍ୱାନ।

ଋଷି ବଶିଷ୍ଠ – ଋଷି ବଶିଷ୍ଠ ଭଗବାନ ଶ୍ରୀରାମ ଓ ସୂର୍ଯ୍ୟବଂଶଙ୍କର କୁଳଗୁରୁ ଥିଲେ। ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମ, ଲକ୍ଷ୍ମଣ, ଭରତ , ଶତ୍ରୁଘ୍ନ ଋଷି ବରିଷ୍ଠଙ୍କ ଠାରୁ ବେଦ, ଓ ଅନ୍ୟାନ୍ୟ ସମସ୍ତ ଜ୍ଞାନ ଶିକ୍ଷା କରିଥିଲେ।

ଗୁରୁ ଦ୍ରୋଣାଚାର୍ଯ୍ୟ – କୌରବ ଓ ପାଣ୍ଡବଙ୍କର ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ମହାନ ଧନୁର୍ଦ୍ଧର କୁହାଯାଏ। ଦ୍ରୋଣାଚାର୍ଯ୍ୟଙ୍କ ସହ ଜଡ଼ିତ ଏହି କଥା ବେଶ ପ୍ରଚଳିତ ଯେଉଁଥିରେ ସେ ଗୁରୁଦକ୍ଷିଣା ସ୍ୱରୂପ ଏକଲବ୍ୟଙ୍କ ଠାରୁ ତାଙ୍କ ବୁଢା ଆଙ୍ଗୁଠି ଦକ୍ଷିଣା ରୂପେ ମାଗିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button