ଦେଶ- ବିଦେଶ

ପରିସ୍ରା ପୋଡା 5 ଟି ମୁଖ୍ୟ କାରଣ ଓ ଏହାର ଚିକିତ୍ସା,

ସୂଚନା ଅନୁସାରେ ପରିସ୍ରା ପୋଡା ଏକ ରୋଗ ନୁହେଁ । ଏହା ରୋଗ ହେବାର ଲକ୍ଷଣ ହୋଇଥାଏ । ଯେତେବେଳେ ୟୁନିନାରୀ ଟ୍ରାକରେ ଇନଫେକସନ ହୋଇଥାଏ । ସେତେବେଳେ ପରିସ୍ରା ଜଳାପୋଡା ହୋଇଥାଏ । କିଡ୍ନୀ, ୟୂରେଟର, ବ୍ଳାଡର, ୟୂରେଥ୍ରା ଦେଇ ପରିସ୍ରା ବାହାରକୁ ଆସିଥାଏ । ସେଥିମଧ୍ୟରୁ ଯଦି କୌଣସି ଥିରେ ସଂକ୍ରମଣ ଆସିଥାଏ । ତେବେ ପରିସ୍ରା ପୋଡା ହୋଇଥାଏ । ଶରୀରରେ ଏପରି କିଛି ବ୍ୟକେଟେରିଆ ଥାଆନ୍ତି ।

 

ଯେଉଁ ମାନେ ୟୁରିନାରୀ ଟ୍ରାକରେ ସଂକ୍ରମଣ କରିବା ଦ୍ଵାରା ପରିସ୍ରା ପୋଡା ହୋଇଥାଏ । ଯଦି ରକ୍ତ ଅପରିଷ୍କାର ହୋଇଯାଇଥାଏ । ତେବେ ତାଠାରୁ ସଂକ୍ରମଣ କିଡ୍ନୀରେ ପହଞ୍ଚି ମଧ୍ୟ କିଡ୍ନୀ ସଂକ୍ରମଣ କରିଥାନ୍ତି । ଇ – କୋଲାଇ ବ୍ୟକ୍ଟେରିଆ ଯୋଗୁ ସାଧାରଣତଃ ପରିସ୍ରା ଇନଫେକସନ ହୋଇଥାଏ । ପରିସ୍ରା ପୋଡାର କେତେକ ଲକ୍ଷଣମାନ ଥାଏ । ପ୍ରଥମେ ପରିସ୍ରା ଜଳାପୋଡା ହୋଇଥାଏ ।

ଏହା ସହିତ ପରିସ୍ରା ହେବା ସମୟରେ କଷ୍ଟ ଅନୁଭୂତ ହୋଇବା । ଯେତେବେଳ ପର୍ଯ୍ୟନ୍ତ କିଡ୍ନୀ ସଂକ୍ରମଣ ହୋଇନଥାଏ ସେତେବେଳ ପର୍ଯ୍ୟନ୍ତ ଜ୍ଵର ହେବାର ସମ୍ଭାବନା ନଥାଏ । ଯଦି କିଡ୍ନୀ ସଂକ୍ରମିତ ହୋଇ ପରିସ୍ରା ପୋଡା ହୋଇଥାଏ । ତେବେ ନିହାତି ଭାବରେ ପରିସ୍ରା ପୋଡା ହେଉଥିବା ବ୍ୟକ୍ତିକୁ ଜ୍ଵର ହୋଇଥାଏ ।

 

ଏହା ଛଡା ବାରମ୍ବାର ପରିସ୍ରା ଲାଗିବା, ପରିସ୍ରାକୁ ଅଟକାଇ ରଖିହେବ ନାହିଁ ଓ ପରିସ୍ରା ହେଲା ପରେ ମଧ୍ୟ ଆଉ ଥରେ ପରିସ୍ରା ଲାଗିଲା ଭଳି ଅନୁଭୂତ ହେବ । ପରିସ୍ରା ସଂକ୍ରମଣ ଦୁଇ ପ୍ରକାରର ହୋଇଥାଏ । ପ୍ରଥମେ କମ୍ପ୍ଲିକେଟେଡ ଓ ଅନ୍ୟଟି ଅନ୍ କମ୍ପ୍ଲିକେଟେଡ । ଯଦି ୟୁରିନାରୀ ଟ୍ରାକରେ କିଛି ସଂକ୍ରମଣ ହୋଇଥାଏ । ତେବେ ଅନ୍ କମ୍ପ୍ଲିକେଟେଡ ହୋଇଥାଏ । ଯଦି କିଡ୍ନୀରେ କୌଣସି ପ୍ରକାର ଖରାପ ଥାଏ ।

ତେବେ କମ୍ପ୍ଲିକେଟେଡ ତାହା ହୋଇଥାଏ । ପରିସ୍ରା ଇନଫେକସନ ହେବା ପୁରୁଷ ମାନଙ୍କ ଠାରୁ ମହିଳା ମାନଙ୍କ ଠାରେ ଅଧିକ ମାତ୍ରାରେ ଦେଖାଯାଇଥାଏ । ଡାଇବେଟିସ, ଏଚଆଇଭି ଏହିପରି ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ପରିସ୍ରା ସଂକ୍ରମଣ ଅଧିକ ହେବାର ସମ୍ଭାବନା ରହିଥାଏ । ୟୁରିନ ଇନଫେକସନ ହେଲେ ରୋଗୀ ଡାକ୍ତରଙ୍କର ପରାମର୍ଷ ନେଇଥାନ୍ତି ।ଡାକ୍ତର ତାଙ୍କର ପରୀକ୍ଷା କରି ସେଥିରୁ ୟୁରିନ ଇନଫେକସନର ସଠିକ କାରଣ ଅନୁଧ୍ୟାନ କରିଥାନ୍ତି ।

 

ଡାକ୍ତର ୟୁରିନକୁ ନେଇ ୟୁରିନ ମାଇକ୍ରୋଷ୍କପି କରିଥାନ୍ତି । ୟୁରିନ କଲଚରରେ ଯେଉଁ ବ୍ୟକେଟେରିଆ ବାହାରି ଥାଏ । ତାହାକୁ ଅନୁଧ୍ୟାନ କରି ଡାକ୍ତର ପରିସ୍ରା ଇନଫେକସନ କରିବା ପାଇଁ ଉପଯୁକ୍ତ ଚିକିତ୍ସା କରିଥାନ୍ତି । ୟୁରିନ ଇନଫେକସନ ହୋଇଥିବା ବ୍ୟକ୍ତିର ଡାକ୍ତର ସଠିକ ମେଡ଼ିସିନ ଦେଇଥାନ୍ତି ଏହା ସହିତ ପ୍ରଚୁର ପାଣି ପିଇବାକୁ ମଧ୍ୟ କହିଥାନ୍ତି ।

ୟୁରିନ ଇନଫେକସନ ହେବା ସମୟରେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ପ୍ରକାର ମେଡ଼ିସିନ ଖାଇବା ଉଚିତ ହୋଇନଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button