ଦେଶ- ବିଦେଶ

ସକାଳୁ ଉଠିଲା ପରେ ଏମାନଙ୍କ ମୁହଁ ଦେଖିଲେ ହୋଇଥାଏ ଅତ୍ୟନ୍ତ ଶୁଭ, ହୋଇଥାଏ ଧନବର୍ଷା

ସୂଚନା ଅନୁସାରେ ପ୍ରତ୍ଯେକ ସକାଳ ପ୍ରତ୍ଯେକଟି ମନୁଷ୍ୟ ମାନଙ୍କ ପାଇଁ ଏକ ନୂଆ ଆଶା ଓ ନୂଆ କିରଣର ସମାହାର ନେଇ କରି ଆସିଥାଏ । ତେଣୁ ପ୍ରତ୍ଯେକ ବ୍ୟକ୍ତିର ମତରେ ସକାଳୁ ଉଠିବା ମାତ୍ରେ ଯଦି କିଛି  ଭଲ କଥା ଶୁଣିବାକୁ ପାଇଥାଏ କିମ୍ବା ଭଲ କିଛି ଦେଖିବାକୁ ପାଇଥାଏ । ତେବେ ପୁରା ଦିନଟି ଭଲ ଭାବରେ କଟିଥାଏ ଥାଏ ବୋଲି ମତ ରହିଛି । କାରଣ ସକାଳ ହେଉଛି ପୁରା ଦିନର ମୂଳଦୁଆ ସଦୃଶ । ସକାଳେ କଣ ଦେଖିଲେ ଦିନ ସାରା ଶୁଭ ହୋଇଥାଏ ତାହା ଜାଣିବାକୁ ପାଇବେ ।

 

ସକାଳେ ଉଠୁ ଉଠୁ ଯଦି ଆପଣ କୌଣସି ମନ୍ଦିର କିମ୍ବା ଘର ଠାକୁର ଘରୁ ଘଣ୍ଟ, ଶଙ୍ଖ, ବାଜା ଓ ହୁଳହୁଳି ଶବ୍ଦ ଶୁଣିବାକୁ ପାଇଥାନ୍ତି । ତେବେ ଆପଣଙ୍କ ସଂପୂର୍ଣ୍ଣ ଦିନଟି ଭଲ ରହିଥାଏ ବୋଲି ଶାସ୍ତ୍ରୀୟ ମାନ୍ୟତା ରହିଛି । ଯେଉଁ ବ୍ୟକ୍ତି ସକାଳୁ ଉଠିବା ମାତ୍ରା କୌଣସି ଜାଗାରେ ପାତ୍ର ଭର୍ତ୍ତି କ୍ଷୀର କିମ୍ବା ଦହି ରହିଥିବା ଦେଖିବାକୁ ପାଇଥାନ୍ତି ।

ତେବେ ସେହି ବ୍ୟକ୍ତିର ଦିନମାନ ମଙ୍ଗଳ ହୋଇଥାଏ ।ସକାଳୁ ଉଠି ମୁହଁ ନଧୋଉଣୁ ଯଦି କୌଣସି ଭିକାରୀର ମୁହଁ ଦେଖିବାକୁ ମିଳିଥାଏ । ତେବେ ବହୁତ ଲୋକ ବିରକ୍ତ ହୋଇଯାଇ ଦିନମାନ କେମିତି କଟିବ ବୋଲି ବ୍ୟସ୍ତ ବିବ୍ରତ ହୋଇଯାଇଥାନ୍ତି । ତେଣୁ ଆପଣ ଜାଣି ରଖନ୍ତୁ ଯଦି ସକାଳୁ ଉଠିବା ମାତ୍ରେ କୌଣସି ଭିକାରୀକୁ ଦେଖିବାକୁ ପାଇଥାନ୍ତି ।

 

ତେବେ ଆପଣ କାହାକୁ ଦେଇଥିବା ଧନ ଆପଣଙ୍କ ପାଖକୁ ଫେରିଯିବାର ସୂଚନା ଆପଣଙ୍କୁ ମିଳିଯାଇଥାଏ ।ସକାଳୁ ଯଦି କୌଣସି କାମରେ ବାହାରିକି ଗଲା ବେଳେ ସୁହାଗିନୀ ମହିଳାକୁ କିମ୍ବା ଗାଈକୁ ଦେଖିବାକୁ ପାଇଥାନ୍ତି । ତେବେ ସେହି କାର୍ଯ୍ୟଟି ଆପଣଙ୍କର ଅତି ମଙ୍ଗଳ ଭାବେ ହୋଇଥାଏ । ସେହିପରି ସକାଳୁ ବାହାରିକି କାର୍ଯ୍ୟକୁ ଗଲା ବେଳେ କୌଣସି ବ୍ୟକ୍ତି ଗୁଡ ନେଇକି ଯିବାର ଦେଖିଲେ ।

ଏହା ମଧ୍ୟ ଆପଣଙ୍କ ପାଇଁ ଶୁଭ ହୋଇଥାଏ । ରାସ୍ତାରେ ଯିବା ସମୟରେ କୌଣସି ମହିଳା କିମ୍ବା ପୁରୁଷ ଏକ ପାତ୍ରରେ କ୍ଷୀର କିମ୍ବା ପାଣି ଭର୍ତ୍ତି ନେଇ ଯିବାର ଦେଖିଲେ । ଜାଣି ରଖନ୍ତୁ ଏହା ଆପଣଙ୍କ ପାଇଁ ଶୁଭ ସଂକେତ ଅଟେ । ଧନ ପ୍ରାପ୍ତି ହେବାର ଅବସର ପ୍ରାପ୍ତ ହୋଇଥାଏ । ରାସ୍ତାରେ ଯିବା ବେଳେ ଆପଣଙ୍କୁ ଦେଖି ଯଦି କୌଣସି ବାଳକ କିମ୍ବା ଫୁଲ ଫଳ ବିକୁଥିବା ଲୋକ ଦେଖିକି ହସିଥାଏ ।

 

ତେବେ ନିଶ୍ଚୟ କିଛି ଖୁସି ଖବର ଆପଣଙ୍କୁ ବହୁତ ଶୀଘ୍ର ପ୍ରାପ୍ତ ହେବାର ସମ୍ଭାବନା ରହିଥାଏ । ସେହି ଦିନଟି ଆପଣଙ୍କର ନିହାତି ଭାବେ ସୁଖମୟ ରହିବ । ସକାଳ ସମୟରେ ଏହି ସବୁ ସୂଚନା ଦେଖିବାକୁ ପାଇଲେ । ତେବେ ଦିନମାନ ଭଲରେ କଟିବ ବୋଲି ସୂଚନା ପାଇଯିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button