ରାଜ୍ୟ
ଭିଜିଲାନ୍ସ ଜାଲରେ ରାଜସ୍ବ କର୍ମଚାରୀ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ରାଜସ୍ବ କର୍ମଚାରୀ । ୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡାମାରି ଗ୍ରାମ ରାଜସ୍ବ ସର୍କଲର ରାଜସ୍ବ ନିରୀକ୍ଷକ(RI) ଆଦିତ୍ୟ ସେନାପତି ଏବଂ ଉପ ରାଜସ୍ବ ନୀରିକ୍ଷକ(ARI) ଟୁଟୁ ସେଠୀଙ୍କୁ ଧରିଛି ଭିଜିଲାନ୍ସ । ସୋମବାର ଅପରାହ୍ନରେ ଜମି ପଟ୍ଟା କିସମ ପରିବର୍ତ୍ତନ ପାଇଁ ପୋଡ଼ାମାରି ଗ୍ରାମର ମନୋରଞ୍ଜନ ସାହୁଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଛନ୍ତି।
ଏମାନଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି ।
ଭିଜିଲାନ୍ସ ଟିମ୍ ଏମାନଙ୍କ ବିରୋଧରେ ୧୬/୨୪ ରେ ମାମଲା ୠଜୁକରି ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ସମେତ ଦିଗପହଣ୍ଡି ସ୍ଥିତ ଘର ଏବଂ ଏଆରଆଇଙ୍କ ଖଜୁରିଆପାଲ୍ଲୀ ସ୍ଥିତ ଘରେ ଚଢ଼ାଉ ଜାରି ରଖିଛି । ଉଭୟଙ୍କୁ ଅଧିକା ପଚରା ଉଚୁରା ପାଇଁ ଭିଜିଲାନ୍ସ ଟିମ୍ ବ୍ରହ୍ମପୁର କାର୍ଯ୍ୟାଳୟକୁ ଉଠାଇ ନେଇଥିବା ଖବର ମିଳିଛି