ଦେଶ- ବିଦେଶ

ଛାତ୍ର ନେତାରୁ ଗ୍ୟାଙ୍ଗଷ୍ଟର୍‌, ଦାଉଦ ରାସ୍ତାରେ ଲରେନ୍ସ

ରେନ୍ସ ବିଷ୍ଣୋଇ। ଏହି ନାଁକୁ ନେଇ ଏବେ ସବୁଠି ଚର୍ଚ୍ଚ। ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ଲରେନ୍ସ ବିଷ୍ଣୋଇକୁ ନେଇ ଥରହର ମୁମ୍ବାଇ। ତେବେ ଏହି ଲରେନ୍ସ ବିଷ୍ଣୋଇ କିଏ? କେମିତି ସେ ପାଲଟି ଗଲା ଏତେ ବଡ଼ ଗ୍ୟଙ୍ଗଷ୍ଟର।

ପଞ୍ଜାବର ଫିରୋଜପୁର। ଏଠାରେ ଜନ୍ମ ଗ୍ରହଣ କରିଥିଲା ଲରେନ୍ସ ବିଷ୍ଣୋଇ। ତାଙ୍କ ବାପା ହରିୟାଣା ପୁଲିସର ଜଣେ କନଷ୍ଟେବଳ ଥିଲେ।

ତେବେ ପରେ ସେ ପୁଲିସ ଚାକିରି ଛାଡି ଚାଷ କାମ ଆରମ୍ଭ କରିଥିଲେ। ଲରେନ୍ସ ଅବୋହର ଜିଲ୍ଲାରୁ ଦ୍ୱାଦଶ ପର୍ଯ୍ୟନ୍ତ ପଢ଼ିଛି। ଏହାପରେ ସେ ଚଣ୍ଡିଗଡ଼ର DAV କଲେଜରୁ ଅଧିକ ଅଧ୍ୟୟନ କରିଥିଲା। ଏଠାରେ ଲରେନ୍ସ ରାଜନୀତିରେ ଆଗ୍ରହ ପ୍ରକାଶ କରି ଛାତ୍ର ରାଜନୀତିରେ ଯୋଗ ଦେଇଥିଲେ। ଆଉ ଏଠାରୁ ହିଁ ସେ ଧୀରେ ଧୀରେ ଛାତ୍ର ନେତାରୁ ପାଲଟି ଯାଇଥିଲା ଗ୍ୟାଙ୍ଗଷ୍ଟର।

୨୦୧୧ରେ ପଞ୍ଜାବ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଲରେନ୍ସ ବିଷ୍ଣୋଇ ଯେ ଦିନେ ସାରା ଦେଶର ସବୁଠୁ ବଡ଼ ଗ୍ୟାଙ୍ଗ ଷ୍ଟାର ହେବ ସେ କଥା କେହି କେବେ ଭାବିନଥିଲେ। ୨୦୧୧ରେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଛାତ୍ର ସାଂସଦ ସଭାପତି ହେବା ପରଠୁ ଅପରାଧ ଦୁନିଆରେ ଏଣ୍ଟ୍ରି ମରିଥିଲା ଲରେନ୍ସ। ଅପରାଧ ଦୁନିଆରେ ଏଣ୍ଟ୍ରି କରିବା ପୂର୍ବରୁ ଲରେନ୍ସ ଏଲ୍ଏଲ୍ବି କରି ସାରିଥିଲା। ଏହି ବିଶ୍ୱ ବିଦ୍ୟାଳୟରେ ପଢ଼ିବା ସମୟରେ ହିଁ ସେ ଗୋଲ୍ଡି ବ୍ରାର ସମ୍ପର୍କରେ ଆସିଥିଲା। ଏଠାରୁ ହିଁ ଉଭୟଙ୍କ ମଧ୍ୟରେ ବଢ଼ିଥିଲା ଘନିଷ୍ଠତା।

ଚୋରି, ଡକାୟତି, ଧକମ ଦେବା, ୱସୁଲି-ଦାଦାବଟି ଆଦାୟ କରିବା ଭଳି ଏକାଧିକ ମାମଲାରେ ସେ ବାରମ୍ବାର ଗିରଫ ହେଇ ଜେଲରେ ରହିଛି। ତେବେ ସଲମାନ୍ ଖାନଙ୍କୁ ଟାର୍ଗେଟ କରିବା ପରେ ରାତାରାତି ଚର୍ଚ୍ଚାକୁ ଆସିଥିଲା ଲରେନ୍ସ। ୧୯୯୮ ରାଜସ୍ଥାନରେ କୃଷ୍ଣସାର ମୃଗ ହତ୍ୟା ମାମଲାରେ ସଲମାନ୍ ଫସିବା ପରେ ବଢିଥିଲା ଲରେନ୍ସ ଓ ଭାଇଜାନଙ୍କ ମଧ୍ୟରେ ଶତ୍ରୁତା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button