ଦେଶ- ବିଦେଶ

ଯୌତୁକରେ ମିଳିଥିବା ୧୧ ଲକ୍ଷ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଗଲା ବରର ପିତା, ଆଉ ତା’ ପରେ ଯାହା କରିଲା ଦେଖି ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ରାଜସ୍ଥାନର ନିବାସୀ ବୃଜମୋହନ ମୀଣା ବର୍ତ୍ତମାନ ହିଁ ନିଜର ପୁତ୍ରର ନିର୍ବନ୍ଧରେ ଯାହା କରି ଦେଖାଇଲେ ତାହାର କଳ୍ପନା ବି କେହି କରି ନ ଥିଲେ । ବୃଜମୋହନ ମୀଣା ନିଜର ପୁଅର ବିବାହ ଟୋଂକ ଜିଲ୍ଲାର ଉନିୟାରା ତହସୀଲରେ ସ୍ଥିତ ମଂଡାବରା ଗ୍ରାମ ପଞ୍ଚାୟତର ସୋଲତପୁରା ଗ୍ରାମରେ ଠିକ କରିଥିଲେ । ବର୍ତ୍ତମାନ ହିଁ କିଛି ଦିନ ତଳେ ତାଙ୍କ ପୁଅର ନିର୍ବନ୍ଧର କାରଜ୍ୟକରମ ଅନୁଷ୍ଠି ହୋଇ ଯାଇଛି  । ଏହି ସମୟରେ ଝିଅର ପିତା ବରର ପିତାଙ୍କୁ ୧୧ ଲକ୍ଷ ଟଙ୍କା, ୧୦୧ ଟଙ୍କା ଓ ଗୀତା ଦେଲେ ।

ଏତେ ବଡ ରାଶିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କିନ୍ତୁ ବୃଜମୋହନ ମୀଣା ଅଧିକ ବିଚାର ନ କରି ଟଙ୍କାକୁ ସଙ୍ଗେ ସଙ୍ଗେ ଝିଅର ପିତାକୁ ଫେରାଇ ଦେଲେ । ବୃଜମୋହନ ମୀଣାଙ୍କର ଟଙ୍କା ଫେରାଇ ଦେବାର ନିଷ୍ପତିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ବୂଂଦୀ ଜିଲ୍ଲାର ପୀପରବାଲା ଗ୍ରାମ ନିବାସୀ ସେବାନିବୃତ୍ତ ପ୍ରଧାନାଚାର୍ୟ ବୃଜମୋହନ ମୀଣାଙ୍କ ପୁତ୍ର ରାମଧନ ମୀଣାଙ୍କ ବିବାହ ଆରତୀ ମୀଣା ସହିତ ଠିକ ହୋଇଥିଲା । ସୋମବାର ଦିନ ଏମାନଙ୍କର ନିର୍ବନ୍ଧ ଥିଲା । ଏହି କାର୍ଯ୍ୟକ୍ରମ ମଧ୍ୟରେ ବଧୁ ପକ୍ଷ ତରଫରୁ ରାମଧନ ମୀଣାଙ୍କୁ ଡ୍ରେସ ଓ ଟଙ୍କା ଦିଆଗଲା । କନ୍ୟାର ପିତା ରାଧ୍ୟେଶ୍ୟାମ ଗୋଟିଏ ବଡ ଥାଳିରେ ୧୧ ଲକ୍ଷ, ୧୦୧ ଟଙ୍କାର ରାଶି ରଖି ବର ରାମଧନ ମୀଣାଙ୍କୁ ଦେଲେ । ଏତେ ଟଙ୍କା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ବି ହୋଇଗଲେ ।

କିନ୍ତୁ ରାମଧନ ମୀଣାଙ୍କ ପିତା ବୃଜମୋହନ ମୀଣା ତୁରନ୍ତ ଏହି ଟଙ୍କାକୁ ଫେରାଇ ଦେଲେ । କହିବାକୁ ଗଲେ ବ୍ରଜମୋହନ ମୀଣା ୧୧ ଲକ୍ଷ ଟଙ୍କା ଫେରାଇ ଯୌତୁକ ପ୍ରଥା ବିରୁଦ୍ଧରେ ଗୋଟିଏ ବଡ ସନ୍ଦେଶ ଦେଇଛନ୍ତି । ବ୍ରଜମୋହନ ମୀଣା ଏତେ ବଡ ରାସୀ ମଧ୍ୟରୁ କେବଳ ୧୦୧ ଟଙ୍କା ଓ ଗୀତା ହିଁ ରଖିଲେ । ଏହି ସମୟରେ ସେଠି ଉପସ୍ଥିତ ପଞ୍ଚାୟତ କନ୍ୟାର ପିତା ରାଧେଶ୍ୟାମ, ଦାଦା ପ୍ରଭୁ ଲାଲ ମୀଣା ପୂର୍ବ ସରପଞ୍ଚ ମଣ୍ଡାବରା, ସେବା ନିର୍ମିତ ପ୍ରଧାନାଚାର୍ୟ କନ୍ହୈୟା ଲାଲ ମୀଣା ମାନୀ, ଶିବଜୀ ରାମ ମୀଣା ଖଜୁରୀ ଏହି କାର୍ଯ୍ୟକୁ ପ୍ରଶଂସା କରିଲେ ।

ବୃଜମୋହନ ମୀଣାଙ୍କ ଏହି ନିଷ୍ପତିରେ ତାଙ୍କ ପରିବାର ଲୋକମାନେ ବି ତାଙ୍କର ସାଥ ଦେଲେ । ଅନ୍ୟ ପଟେ ତାଙ୍କର ବୋହୁ ଆରତୀ ବି ନିଜର ଶଶୁର ଘରର ପ୍ରଶଂସା କରି କହିଲେ କି ଶଶୁର ଯୌତୁକରେ ଦିଆଯାଇଥିବା ଟଙ୍କାକୁ ଫେରାଇ ସମାଜକୁ ଏକ ନୂଆ ପ୍ରେରଣା ଦେଇଛନ୍ତି ।

ଏମିତିରେ ସମାଜରେ ଅନ୍ୟ ଲୋକମାନଙ୍କୁ ବି ଯୌତୁକ ପ୍ରଥା ବିରୋଧରେ ଆଗକୁ ଆସିବା ଉଚିତ । ଯାହା ଦ୍ଵାରା ଗରିବ ପରିବାରର ଝିଅ ନିଜ ଯୋଗ୍ୟତା ଅନୁସାରେ ବର ବାଛି ପାରିବେ । ଆପଣଙ୍କୁ କହିଦେଉଛୁ କି ଆରତୀ ମୀଣା ବୀଏସସୀ ଓ ବୀଏଡ କରିଛନ୍ତି ଓ ଜଲ୍ଦି ହିଁ ତାଙ୍କର ବିବାହ ରାମଧନ ମୀଣା ସହ ହେବାକୁ ଯାଉଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button