ଦେଶ- ବିଦେଶ

ନିଜ ଜୀବନରେ ଅପଣାଇ ନିଅନ୍ତୁ ଚଣକ୍ୟଙ୍କର ଏହି ୫ ନୀତି, ରହିବନି ଖୁସି ଓ ଧନ ସମ୍ପତ୍ତିର ଅଭାବ

ଆଚାର୍ଯ୍ୟ ଚଣକ୍ୟଙ୍କୁ ଦୁନିଆର ସର୍ବଶ୍ରେଷ୍ଠ ବିଜ୍ଞ ଏବଂ ଜ୍ଞାନୀ ମାନଙ୍କ ମଧ୍ୟରେ ପରିଗଣିତ କରାଯାଇଥାଏ। ବର୍ଷ ବର୍ଷ ତଳୁ ତାଙ୍କ ଦ୍ୱାରା ଲେଖାଯାଇଥିବା ନୀତି ଶାସ୍ତ୍ର ଆଜିବି ମଣିଷର ଜୀବନଶୈଳୀକୁ ପ୍ରଭାବିତ କରି ଆସୁଛି। ଚଣକ୍ୟ ନୀତି ଗ୍ରହଣ କରିବା କଷ୍ଟକର ହୋଇଥିଲେ ହେଁ ଏହାକୁ ଗ୍ରହଣ କରିପାରିଲେ ମଣିଷ ସଫଳତାର ଶୀର୍ଷରେ ପହଞ୍ଚିଥାଏ ବୋଲି ବିଶ୍ୱାସ କରାଯାଏ। ତେବେ, ଏହି କେତୋଟି ଉପାୟ ଅବଲମ୍ବନ କରିଲେ ଟଙ୍କା ସଞ୍ଚୟ କରିହେବ ବୋଲି ଚଣକ୍ୟ ନୀତି ଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି:-

Clothes

୧. ଚାଣକ୍ୟ ନୀତି ଅନୁଯାଇ ସବୁବେଳେ ସଫା ପୋଷାକ ପରିଧାନ କରିବା ଉଚିତ। ଏପରି କରିବା ଦ୍ୱାରା ହିଁ ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ ଗୃହରେ ପ୍ରବେଶ କରିଥାନ୍ତି।

Good behaviour

୨. ମଣିଷ ସବୁବେଳେ ସତ୍ୟ ଏବଂ ମିଠା ବଚନ କହିବା ଉଚିତ। ମିଥ୍ୟା ଏବଂ କଟୁ ବଚନ ପ୍ରୟୋଗ କରୁଥିବା ଲୋକଙ୍କ ପାଖରେ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ।

Limited food

୩. ନୀତି ଶାସ୍ତ୍ର ଅନୁଯାଇ ମଣିଷ ଦରକାର ଠାରୁ ଅଧିକ ଖାଇବା ଉଚିତ ନୁହେଁ। ଆବଶ୍ୟକ ପରିମାଣର ଖାଦ୍ୟ ଖାଇଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

Clean teeth

୪. ଦାନ୍ତ ସଫା ରଖିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଦାନ୍ତ ମଇଳା ରହିଲେ ସେହି ଘରେ ଲକ୍ଷ୍ମୀଙ୍କ ନିବାସ ରାହିନଥାଏ।

Day sleep

୫. ଦିନରେ ଶୋଇବା ମଣିଷର ଏକ ଖରାପ ଅଭ୍ୟାସ ବୋଲି ନୀତି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ମଧ୍ୟରେ ଶୋଇବା ଉଚିତ ନୁହେଁ।

Related Articles

Leave a Reply

Your email address will not be published. Required fields are marked *

Back to top button